ଉପ ନିର୍ବାଚନରେ କିଏ ହେବ କାହାର ପ୍ରାର୍ଥୀ…..

- Advertisement -

ଭୁବନେଶ୍ୱର : ନଭେମ୍ବରରେ ହେବ ଓଡ଼ିଶାରେ ଉପନିର୍ବାଚନ । ତିର୍ତ୍ତୋଲ ଓ ବାଲେଶ୍ଵର ସଦର ପାଇଁ ୩ ଦଳର ସମରସଜା ଆରମ୍ଭ ହୋଇଛି । ସଭିଙ୍କ ଲକ୍ଷ୍ୟ  ବିଜୟ ଟିକା ପିନ୍ଧିବା। ଏଯାଏଁ ନିର୍ବାଚନ ତାରିଖ ଘୋଷଣା ହୋଇନି , ହେଲେ ତିନି ଦଳରୁ କିଏ ପ୍ରାର୍ଥୀ ହେବ ସେ ଚର୍ଚ୍ଚା ଜୋରଦାର ହେଲାଣି । ତେବେ ଆସନ୍ତୁ ନଜର ପକେଇବା କିଏ କେଉଁ ଦଳରୁ ପ୍ରାର୍ଥୀ ତାଲିକା ଲବୀରେ ଅଛନ୍ତି
ବିଜେଡି—
ଉଭୟ ବାଲେଶ୍ଵର ଓ ତିର୍ତ୍ତୋଲ ପାଇଁ ବିଜେଡି ଯୁବ ପ୍ରାର୍ଥି ଦେବାକୁ ଯୋଜନା କରିଛି। ତିର୍ତ୍ତୋଲ ଆସନ ପାଇଁ ପୂର୍ବତନ ବିଧାୟକ ବିଷ୍ଣୁଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ଦଳ ପ୍ରାର୍ଥୀ କରିବାକୁ ମନସ୍ଥ କରିସାରିଛି । ସେହିପରି ବାଲେଶ୍ଵର ସଦରରେ ଦଳ ଯୁବ ନେତା ତଥା ଅଭିନେତା ଅରିନ୍ଦମ ରାୟ , ସୁବାଶିନୀ ଜେନା , ଜୀବନ ପ୍ରଦୀପ ଦାସ ଓ ବିରୋଧୀ କ୍ୟାମ୍ପର ଜଣେ ଯୁବ ନେତାକୁ ପ୍ରାର୍ଥି କରିବା ନେଇ ବିଚାର ବିମର୍ଷ ଜାରି ରଖିଛି ।
ବିଜେପି–
ଉଭୟ ବାଲେଶ୍ଵର ଓ ତିର୍ତ୍ତୋଲ ପାଇଁ ବିଜେପି ପ୍ରାର୍ଥି ଚୟନ ଏକ ପ୍ରକାର ଚୂଡାନ୍ତ କରି ସାରିଛି। ତିର୍ତ୍ତୋଲରେ ପୂର୍ବତନ କଂଗ୍ରେସ  ବିଧାୟକ  ଦଳରେ ସାମିଲ କରି ପ୍ରାର୍ଥି କରିବା ଏକ ପ୍ରକାର ଚୂଡାନ୍ତ କରି ସାରିଛି। ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇଙ୍କୁ ପ୍ରାଥି କରିବା ନେଇ ଚିନ୍ତା କରୁଛି। ସେହିପରି ବାଲେଶ୍ଵର ସଦର ଆସର ପାଇଁ ସ୍ବର୍ଗତ ମଦନମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତଙ୍କୁ ପାର୍ଥି କରିବାକୁ ଚିନ୍ତା କରୁଛି ।

କଂଗ୍ରେସ …
ବାଲେଶ୍ଵର ସଦର ଆସନ ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପୁଅ ନାଵଜ୍ୟୋତି ପଟ୍ଟନାୟକଙ୍କୁ ପ୍ରାର୍ଥି କରିବାକୁ ଦଳ ସ୍ଥିର କରିଛି। ଯଦି ନବଜ୍ୟୋତି ରାଜି ନ ହୁଅନ୍ତି ତେବେ ମାନସ ଦାସଙ୍କୁ ଦଳ ପାର୍ଥି କରିବାର ଜଥେଷ୍ଟ ସମ୍ଭାବନା ରହିଛି ।ସେହିପରି ତିର୍ତ୍ତୋଲ ଆସନରେ ୬ ଜଣ ଆଶୀୟୀ ଅଛନ୍ତି। ଲକ୍ଷ୍ମଣ ମଲ୍ଲିକଙ୍କ ପୁଅ ଝିଅ ଭିତରୁ କାହାକୁ ବି ଦଳ ପାର୍ଥି କରିପାରେ । ତେବେ ତାରିଖ ଘୋଷଣା ପରେ ତିନି ପ୍ରମୁଖ ଦଳ ପାର୍ଥିଙ୍କ ନାଁ ଘୋଷଣା କରିବାକୁ ଯୋଜନା କରିଛନ୍ତି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles