ତିର୍ତୋଲ ଓ ବାଲେଶ୍ବର ପାଇଁ ନିର୍ବାଚନ ଅଧିକାରୀ ଙ୍କ ପ୍ରସ୍ତୁତି….

- Advertisement -

ଭୁବନେଶ୍ୱର : ତିର୍ତୋଲ ଓ ବାଲେଶ୍ବର ପାଇଁ ନିର୍ବାଚନ ଅଧିକାରୀ ଙ୍କ ପ୍ରସ୍ତୁତି।ଏନେଇ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ ପକ୍ଷରୁ ସୂଚନା ଦିଆଯାଇ କୁହାଯାଇଛି ଯେ,ବାଲେଶ୍ବର ୨ଲକ୍ଷ ୨୬ ହଜାର ୫୮୬ ଭୋଟର ରହିଛନ୍ତି ସେହିପରି ତିର୍ତୋଲ ନିର୍ବାଚନ ମଣ୍ଡଳୀ ରେ ୨ଲକ୍ଷ ୩୮ ହଜାର ୫୬ ଭୋଟର ରହିଛନ୍ତି ।କୋଭିଡ୍ ସମୟରେ ନିର୍ବାଚନ ହେଉଥିବା ରୁ ନୂଆ ପଦକ୍ଷେପ ନେଇଛନ୍ତି ନିର୍ବାଚନ କମିଶନ ।ଗୋଟିଏ ବୁଥ ରେ ୧୦୦୦ ଭୋଟର ଭୋଟ ଦେଇପାରିବେ ୩୪୬ ଟି ବୁଥ୍ ବାଲେଶ୍ବର ରେ କରାଯାଇଛି ।ସେହିପରି ତିର୍ତୋଲ ରେ ୩୭୩ ବୁଥ କରାଯାଇଛି ।ଯେହେତୁ ବୁଥ୍ ସଂଖ୍ୟା ବଢିଛି ସେହି ଅନୁସାରେ ଇଭିଏମ, ମେନ ପାଓ୍ବାର ମଧ୍ୟ ବଢାଯଇଛି।ଯେଉଁ ମାନଙ୍କ ପାଖରେ ଭୋଟର ଆଇଡି ନାହିଁ ସେମାନେ ପାନ କାର୍ଡ ଆଧା କାର୍ଡ ,ଡ୍ରାଇଭିଂ ଲାଇସେନ୍ସ ଆଦି ନେଇ ଯାଇପାରିବ ।ଏହିଭଳି ୧୧ଟି ଡକ୍ୟୁମେଣ୍ଟ ବ୍ୟବହାର କରିପାରିବେ ।ଏହାସହ ଆଜିଠାରୁ ମଡେଲ କୋଡ୍ ଅଫ କଣ୍ଡକ୍ଟ ଲାଗୁ କରାଯାଇଛି ।ଅପାରଧ ପୃଷ୍ଠଭୂମି ଥିବା ନେତା ମାନେ ତାହାର ପ୍ରଚାର କରିବେ ଖବର କାଗଜ କିମ୍ବା ବିଞ୍ଜାପନ ମଧ୍ୟମରେ ଜଣାଇବେ ।ଏହାସହ କେତେ ଲୋକ ବଡରାଲି ଆଟେଣ୍ଡ କରିବେ ସେନେଇ ମଧ୍ୟ ଜିଲ୍ଲା ପ୍ରସାସନ ଓ ପୋଲିସ କୁ ଜଣାଯାଇଛି ।ଏହାସହ ରାଜ୍ୟ ସରକାରଙ୍କ କୋଭିଡ୍ ଗାଇଡ ଲାଇନକୁ କଡାକଡି ପାଳନ କରିବା ପାଇଁ ନାହିଁ ନିର୍ଦ୍ଦେଶ ଦିଆଯାଇଛି ।ଯେଉଁ ଭୋଟର ମାନଙ୍କ ପାଖରେ କୋଭିଡ୍ ଲକ୍ଷଣ ଥିବା କିମ୍ବା ଶରୀର ର ଟେମ୍ପେରଚର ଅଧିକ ଥିବ ସେମାନେ ଶେଷ ଘଣ୍ଟା ରେ ଭୋଟ ଦେବେ ।ସେହି ସମୟରେ ମତଦାନ କେନ୍ଦ୍ର ରେ ଥିବା ଅଧିକାରୀ ମାନେ ପିପିଇ କିଟ୍ ପିନ୍ଧିବା ସହ ଅନ୍ୟ କୋଭିଡ୍ ଗାଇଡ ଲାଇନ ଫୋଲୋ କରିବେ ।M3 ମଡେଲ ଇଭିଏମ ମେସିନ ବ୍ୟବହାର କରାଯିବ ।ଏହି ମଡେଲ ଲାଟେଷ୍ଟ ଇଭିଏମ ବ୍ୟବହାର କରାଯିବ

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles