ସଂକ୍ରମଣ ଓ ସମ୍ପର୍କ……

- Advertisement -

() ସାରା ବିଶ୍ୱରେ କରୋନର ଦ୍ୱିତୀୟ ଲହରୀ ଅଧିକ ଭୟଙ୍କର ହୋଇଛି । ଆଉ ଆମ ଦେଶରେ ବି ଏହା ଏତେ ଭୟଙ୍କର ହେବ ତାହା କେହି କେବେ ଆକଳନ କରି ନଥିଲେ। ଏବେ ଦେଶରେ କରୋନା ଗ୍ରାଫ ଦୈନିକ ୩ଲକ୍ଷ ଉପରେ ରହୁଥିବା ବେଳେ , ରାଜ୍ୟରେ ଦୈନିକ ସଂକ୍ରମଣ ୮ହଜାର ଉପରେ ହେଲାଣି। ଆଉ ଏସବୁ ପାଇଁ ଅଦୃଶ୍ୟ ଶକ୍ତି ଯେତିକି ଦାୟୀ ସମ ପରିମାଣରେ କିଛି ଆମର ଅମାନିଆ ପଣ ମଧ୍ୟ ଠିକ୍ ସେତିକି ଦାୟୀ । ଅନିଶ୍ଚିତତା ଭିତରେ ବର୍ତ୍ତମାନ ଜୀବନ କଟୁଛି । ପ୍ରତି ମିନିଟରେ ମନକୁ ଆସୁଛି କେତେବେଳେ ନିଶ୍ୱାସ ବନ୍ଦ ହୋଇଯିବ କି ବୋଲି । ଭରାଷା ବିି ପାଉନାହିଁ । କାରଣ ସକାଳୁ ରାତି ଯାଏଁ କେବଳ ଶୁଣିବାକୁ ମିଳୁଛି ଅମକ ବାବୁ ଚାଲିଗଲେ । ତାହା ପୁଣି କରୋନାରେ । ଏପରି ଭୟଙ୍କର ସମୟରେ ନିଶ୍ୱାସ ଥିବା ଯାଏ ଶରୀର ଅଛି।

କଥାରେ ଅଛି ଶତ୍ରୃ ଯେତେବେଳେ ଦୂରରେ ଥିବ ହୁଏତ ଅନେକ ଡ଼ରନ୍ତି , ହେଲେ ଶତ୍ରୃ ଯେତେବେଳେ ପାଖକୁ ଆସିଛି । ସେତେବେଳେ ଡ଼ରିଲେ ନୁହେଁ, ବଂର ଶତ୍ରୃ ପସହ କିପରି ସାହସର ସହ ଲଢି ହେବ ସେ ମନଭାବ ସଭିଁଙ୍କ ଭିତରେ ରହିବା କଥା । ହେଲେ ଘର ଠାରୁ ୨ଶହ କିଲୋମିଟରରେ ଥିବା ନବ  ମାଆ ମନ କିନ୍ତୁ ବୁଝୁନାହିଁ । ପୁଅ ବଡ଼ ସାମ୍ବାଦିକ ଭୁବନେଶ୍ୱର ଏକ ଟିଭି ଚ୍ୟାନେଲ । ଏଥିପାଇଁ ତାହା ଗାଁରେ କେତେ ସୁନାମ । ହେଲେ ସହରରେ ଯେ ଏବେ ଏହି ମହାମାରୀ ଅଦୃଶ୍ୟ ଭୁତାଣୁ ମାତିଛି ଓ ସବୁଦିନ ଖବର କାଗଜ ଓ ଟିଭି ଖୋଲିଦେଲେ ଏକଥା ଦେଖାଉଛି । ତାହା ନବ ମାର ମନକୁ ବ୍ୟଥୀତ କରିଛି । ମା ମନ ବୁଝିବ କିପରି । ସେ ପାଇଁ ଦୁନିଆର ସବୁ ସର୍ମ୍ପକ ଠାରୁ ମା ସର୍ମ୍ପକ ବଡ଼ । ଯେ ବିନା ସ୍ୱାର୍ଥରେ ଭଲ ପାଏ ଆମକୁ । ସେ ପୁଣି ଏହି ବିପଦ ସମୟରେ କିପରି ନିଜ ପୁଅଠାରୁ ଦୂରେଇ ରହିବ । ସେଥିପାଇଁ ଯେତେବେଳେ ସେ ଏବେ ଫୋନ କରୁଛି । କଥା କହୁଛି ଅଫିସରୁ ଛୁଟି ନେଇ ଘରକୁ ପଳେଇଆସ । ରୋଗ ଟିକେ କମିଲେ ପୁଣି ଯିବୁ । ଦେଇ, ଭାଇ, ବାପା, ନାନା ସବୁ କହୁଛନ୍ତି ତୁ ଘରକୁ ଆସ । ଆମର ଦରକାର ନାହିଁ ସେ ଚାକିରୀ । ତୁ ଥିଲେ କେତେ ଚାକିରୀ ମିିଳିବ । ମା ଠାରୁ ଏକଥା ଶୁଣି ପ୍ରତ୍ୟେକ ଦିନ ନବ  ବି ମାଙ୍କୁ ଭିନ୍ନ ଭିନ୍ନ ଉଦାହରଣ  ଦେଇ ମା ମନରେ ସାହସ ଜୁଟାଉଛି ଯେ ଭୁତାଣୁର ଭୟ ତା ମା ଆର୍ଶୀବାଦ ଆଗରେ ଟଳିପଡ଼ିବ । ତାର କିଛି ହେବ ନାହିଁ ।
ନବ  ପରିବାର ପରି ଘର ଠାରୁ ଦୂରେରେ ରହିଥିବା ପ୍ରତ୍ୟେକ ପୁଅ ଓ ଝିଅ ଓ ସର୍ମ୍ପକୀୟଙ୍କୁ ଏପରି ଫୋନ କଲ ସବୁ ଦିନ ଆସୁଛି । ଯେମିତି ଭୁତାଣୁ ଦିନକୁ ଦିନ ସର୍ମ୍ପକ ଛଡ଼ାଇ ନେଉଛି ଖାସ ସେଥିପାଇଁ ଏହି ଅଦୃଶ୍ୟ ଭୁତାଣୁ ଲାଗି ସମ୍ପକୀୟ ମନରେ ଅଦୃଶ୍ୟ ଭୟ ମଧ୍ୟ ଜାତ ହୋଇଛି । ତେଣୁ ଚାଲନ୍ତୁ ସଚେତନ ହେବା, ସର୍ତକ ହେବା ଓ ଭବବାନଙ୍କୁ ପ୍ରାର୍ଥନା କରିବା ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles