ଭୁବନେଶ୍ୱର :ରାତି ଦୁଇଟା ପାଖାପାଖି ….ଗୋଟିଏ ସ୍ଵପ୍ନ ବିଚଳିତ କରିପକେଇଲା …ମୁଁ ଧଡପଡ ହେଇ ଉଠି ପଡଲି …
ବେଡ୍ ଉପରେ ବସିଲି …ଦେହରେ ଗମ୍ ଗମ ଝାଳ …ଦେହ
ଥରିଉଠୁଥାଏ …ଅନ୍ଦାର ଭିତରେ ପାଣି ବୋତଲରୁ ପାଣି ପିଇ କିଛି ସମୟ ପରେ …ପୁଣି ଶୋଇଲି
ସ୍ଵପ୍ନ ବେଳେବେଳେ ଏତେ ଭୟଙ୍କର ହେବ ବୋଲି ମୁଁ ବି ଭାବିନଥିଲି ….ସ୍ଵପ୍ନ ଟି ଥିଲା ।ରାତି ହୋଇଥାଏ ସବୁଆଡେ କିଟି କିଟି ଅନ୍ଦାର ,ସବୁଆଡେ କାନ୍ଦବୋବାଳୀର ସ୍ଵର ….ବାହୁନି ବାହୁନୀ କାନ୍ଦରେ କାନ ଯେମିତି ଫାଟି ପଡୁଥାଏ ।ସତେଯେମିତି ଅନେକ ଲୋକ ତାଙ୍କ ଆତ୍ମୀୟ ମାନଙ୍କୁ ହରେଇଦେଇଛନ୍ତି ସେମିତି କାନ୍ଦ ଆଉ ଚିତ୍କାର …କୁକୁର ର ର ଭୋ ଭୋ ବିକଟାଳ ରଡି ….
ଆଉ ଏକାଥରକେ ଅନେକ ଆମ୍ବୁଲାନ୍ସ ଓ ପୋଲିସ ଗାଡ଼ିର ର ଶବ୍ଦ … ଝରକା ରେ ମୁହଁ ଗଳେଇ ଚିତ୍କାର କରି ଡାକୁଥାନ୍ତି ଆମକୁ ମେଡିକାଲ ନେଇଚାଲ୍ ।କିଏ କହୁଥିଲା ମୋ ବାପାଙ୍କୁ ପ୍ଲିଜ ନେଇ ଚାଲ ,ସେ ନିସ୍ଵାସ ନେଇ ପାରୁ ନାହାଁନ୍ତି ।କିଏ କହୁଥାଏ ସାର୍ ମୋର ଛୋଟ ପୁଅଟା କୁ ନେଇଚାଲ ଆମ୍ବୁଲାନ୍ସ ରେ …ମୋ ପୁଅ ମରିଯିବ …ଏମିତି ସବୁ …ସତେ ଯେମିତି ମୁଁ ମଝି ରାସ୍ତାରେ ଠିଆ ହୋଇଛି ମୋ ଚାରିପଖଦେଇ ଯେମିତି ଆମ୍ବଲାନସ୍ ସବୁ ଆଓ୍ଵାଜ କରି କ୍ଷିପ୍ର ଗତିରେ ମାଡିଯାଉଛନ୍ତି । ହସପିଟାଲରେ ବେଡ୍ ଅଭାବ ଯିଏ ଯେଉଁଠି ପଡିଥାନ୍ତି …..ମୃତ ଶରୀର ବି ହସପିଟାଲରେ ଅନବରତ ବୁହା ଚାଲିଛି …ଆଉ ସମସ୍ତଙ୍କୁ କୋରନା ହେଇଯାଇଛି ….କ୍ଷୀପ୍ର ବେଗରେ ମଡିଚାଲିଛି ମାହାମାରୀ ….
ସତରେ ଆମେ ଯଦି ସଚେତନ ନହେବା …ଏ ସ୍ଵପ୍ନ ହୁଏତ ସତ ହେବ …ଥରେ ଭାବିଲେ କେତେ ଭୟଙ୍କର ହେବ ….
ତପନ କୁମାର
ଯୁବ ସାମ୍ବାଦିକ