ଭୁବନେଶ୍ୱର : କରୋନାରେ ଚିକିତ୍ସିତ ହେଉଥିବା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପରିବାର ସହ କଥା ହେଲେ ମୁଖ୍ୟମନ୍ତ୍ରୀ । ବିଜେଡିର ବରିଷ୍ଠ ନେତା ପ୍ରଦୀପ ମହାରଥୀ ଅସୁସ୍ଥ ଥିବା ଜାଣି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପରିବାର ଙ୍କ ସହ କଥା ହୋଇଛନ୍ତି । ଶିଘ୍ର ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ମହାରଥୀ ଚିକିତ୍ସା ହେଉଥିବା ଘରୋଇ ହସପିଟାଲର ଡାକ୍ତରଙ୍କ ସହ କଥା ହୋଇଛନ୍ତି । ଏହାସହ ତାଙ୍କୁ ଭଲ ଚିକିତ୍ସା ଦେବାପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଯାହାଫଳରେ ଶିଘ୍ର ସୁସ୍ଥ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଫୋନ ଆଶା ରଖିଛନ୍ତି l