ଭୁବନେଶ୍ୱର : କଂଗ୍ରେସ ର ନୂଆ ପ୍ରଭାରୀ ଡ. ଚେଲ୍ଲା କୁମାର ଆଜିଠାରୁ ଠାରୁ ୬ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି । ଆଜି ଭୁବନେଶ୍ୱର ବିମାନ ବନ୍ଦର ରେ ପହଞ୍ଚିବା ପରେ ପୁରୀ ଗସ୍ତ କରିବେ ।ଏହାସହ ବୁଧବାର ଦିନ ଚେଲ୍ଲା କୁମାର ଙ୍କୁ କଂଗ୍ରେସ ଭବନରେ ସମ୍ବୋଧନା ଦିଆଯିବ ।ଅପରାହ୍ନ ରେ ବୈଠକ ହେବ ।ଦଳର ସାଙ୍ଘଠନିକ ସ୍ତିତି ନେଇ ବିଧାୟକ ,ଜିଲ୍ଲା ସଭାପତି ପୂର୍ବତନ ପିସସି ସଭାପତି ,ପୂର୍ବତନ କେନମନ୍ତ୍ରୀ,ପୂର୍ବତନ ବିରୋଧୀ ଦଳ ନେତା ,ବରିଷ୍ଠ କଂଗ୍ରେସ ନେତା ସାସଂଦ ମାନଙ୍କ ସହ ଆଲୋଚନା କରିବେ ।ପୁଣି ଗୁରୁବାର ବାକି ଥିବା କଂଗ୍ରେସ ନେତାଙ୍କ ସହ ଆଲୋଚନା କରି ତିର୍ତୋଲ ରେ ଏକ ନିର୍ବାଚନ ମଣ୍ଡଳୀର ଏକ କର୍ମୀ ସମ୍ମୀଳନିରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି ।୧୦ ତାରିଖ ଦିନ ବାଲେଶ୍ଵର ଉପନିର୍ବାଚନ ପାଇଁ ବାଲେଶ୍ଵର ଗସ୍ତ କରି କିଶାନ ବଞ୍ଚାଓ ରାଲିରେ ଯୋଗଦେବେ ।ପ୍ରଭାରୀ ହେବା ପରେ ପ୍ରଥମଥର ପାଇଁ ଓଡିଶା ଗସ୍ତରେ ଆସୁଛନ୍ତି ଚେଲ୍ଲା କୁମାର ।ଆଗକୁ ଦୁଇଟି ଉପନିର୍ବାଚନ ଥିବାରୁ ଦଳୀୟ ନେତାମାନେ କିପରି ଏକଜୁଟ ହୋଇ ନିର୍ବାଚନ ଲଢିବେ ସେ ଗୁରୁମନ୍ତ୍ର ଦେବେ ଚେଲ୍ଲା କୁମାର ।
ଆଗକୁ ଉପ ନିର୍ବାଚନ ଅଛି l ନୂଆ ପ୍ରଭାରୀ କଂଗ୍ରେସ ନେତାଙ୍କୁ କି ଗୁରୁମନ୍ତ୍ର ଦେଉଛନ୍ତି ତାହା ଦେଖିବାର କଥା l