()ଛାଡ଼ଖାଇ । ଏବେ ଅଘୋଷିତ ଗଣପର୍ବ ପରି ଲାଗୁଛି । ଗାଁରୁ ସହର ସବୁଠି ସପ୍ତାହ ଆଗରୁ ଛାଡ଼ଖାଇ ପ୍ରସଙ୍ଗରେ ଚର୍ଚ୍ଚା ଆରମ୍ଭ ହୋଇଯାଏ । ଛାଡ଼ଖାଇର ପ୍ରକୃତ ଅର୍ଥ କଣ ,କାହିଁକି କାର୍ତ୍ତିକ ପୂର୍ଣ୍ଣମା ପରଦିନ ଛାଡ଼ଖାଇ ପାଳନ କରାଯାଏ ତାହା ଚର୍ଚ୍ଚା ଶହେରୁ ୫ ଜଣ ବି କରନ୍ତିନି କେବେ । ହେଲେ ଛାଡ଼ଖାଇ କେମିତି ଜମିବ ସେ ଚର୍ଚ୍ଚା ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପ୍ରସ୍ତୁତି ଠାରୁ ବି ଅଧିକ ହୁଏ ।
ଗାଁ ଛାଡ଼ଖାଇ- ଗାଁର ଗୋବିନ୍ଦ ସାହୁ । ମାସ,ବାର, ଦିନ କଣ ସେ ଜାଣେ ନାହିଁ । ସେ ଭାରି ଆମିଷ ପ୍ରିୟ ମଣିଷଟିଏ । ଯେଉଁଠି ଯାହା ମିଳେ ଖାଇଦିଏ । ମାଂସ, ମାଛ, ଅଣ୍ଡା ଯଦି ନମିଳେ , ସୁକୁଆରେ କାମ ଚଳାଇଦିଏ । କାର୍ତ୍ତିକ ପୂର୍ଣ୍ଣିମା ସଂନ୍ଧ୍ୟାରେ ଗାଁ ଦାଣ୍ଡରେ ଚାଲିଥାଏ ଖଟି । ପୂର୍ଣ୍ଣମାସ ସରିନାହିଁ , ହେଲେ ଛାଡ଼ଖାଇ କେମିତି ଜମିବ ସେ ଆଲୋଚନା ଚାଲିଥାଏ । ଠିକ ଏହି ସମୟରେ ଗୋବିନ୍ଦ ଦାନ୍ତରେ କାଠି ପୁୂରାଇ କହିଲା । କାଲି ରମା ନାନି ସହ କଥା ହୋଇଛି ତା ଗଞ୍ଜାଟା ସେ ୭୦୦ ଟଙ୍କାରେ ଦେବ , ସରୋଜ, ମୁନା. ରଘୁ , ପୁଅ ତମେ ଆଉ ସବୁ ଯୋଗାଡ଼ କର , ମାଂସ ଦାୟିତ୍ୱ ମୋର । କାଲି ଛାଡ଼ଖାଇଟା ପୁରା ମସ୍ତ ହେବା ଦରକାର । ଗୋବିନ୍ଦର କଥା ନସରୁଣୁ ଗାଁ ଦାଣ୍ଡରେ ବସିଥିବା ମନୁଆ ମଉସା ଜୋର ପାଟିରେ କହିଲା କିରେ ଗୋବିନ୍ଦ ତୁ କେବେ କଣ ଛାଡ଼ିଥୁଲୁ ଯେ ଛାଡ଼ଖାଇ କାଲି ପାଳିବୁ । କହନାରେ ଲାଜ ଲାଗୁଛି । ବାସ ଏମିତିରେ ହସ ଉଡ଼ିଲା ଗାଁ ଦାଣ୍ଡରେ ..
ରାଜଧାନୀରେ ମୁନିର ଛାଡ଼ଖାଇ : କାର୍ତ୍ତିକ ମାସ ଶେଷ ପାଞ୍ଚ ଦିନ ହେଉଛି ପଞ୍ଚୁକ । କଥାରେ ଅଛି ଏହି ପାଂଚ ଦିନ ବଗ ବି ଆମିଷ ଖାଏନାହିଁ । ହେଲେ ଆଧୁନିକ ଝିଅ ମୁନି । ପୁଣି ରହୁଛି ରାଜ୍ୟ ରାଜଧାନୀରେ । ବାର,ମାସ, ଦିନ , ଧର୍ମ , ପର୍ବ ସବୁଜାଣି ମଧ୍ୟ ସେ ଅଜଣା । କାରଣ ସେ ପରା ଆଧୁନିକ ସୁନ୍ଦରୀ । ସୋଉକ , ମଜଲିସ ଭିତର ପରମ୍ପରା, ସଂସ୍କୃତି, ଧର୍ମ ତା ଆଗରେ ତୁଚ୍ଛା । ସେ ଗାଁରେ ସେମିତି ନଥିଲା, ରାଜଧାନୀକୁ ଆସି ବଦଳିଯାଇଛି । ଏକଥା କିଏ ଜାଣୁ କି ନଜାଣୁ ମୁନିର ମାଆ କଥା ଭଲ ଭାବରେ ଜାଣନ୍ତି । ତେଣୁ ପଞ୍ଚୁକ ପୂର୍ବ ଦିନ ଫୋନ କରି ମୁନିକୁ କହିଛନ୍ତି ଏହି ୫ଦିନ ଆମିଷ ଖାଇବୁନି । ବାସ ମାଆ କଥା ରଖି ମୁନି କାର୍ତ୍ତିକ ଧର୍ମରେ ଆତ୍ମା କହୁନଥିଲେ ମଧ୍ୟ ମାଆ କଥାକୁ ସମାନ ଜଣାଇ ପାଳନ କରିଛି । ଖାଇବାରେ କୌଣସି କଟକଣା ନଥିବା ମୁନି ପାଂଚ ଦିନ ଆମିଷ ନଖାଇ ଯେମିତିି ତା ପାଟିଟା ପିତା ହୋଇଯାଇଛି । ତେଣୁ ଛାଡ଼ଖାଇ କେଉଁ ଦିନ ହେବ ସେ ଚିନ୍ତା ତାକୁ ଘାରିଛି । ସଭିଁଙ୍କ ପରି ସେ ମଧ୍ୟ ଛାଡ଼ଖାଇ ଦିନ ଭଲ ସେ ଆମିଷ ଖାଇବା ଲାଗି ଯୋଜନା କରିଛି । ସକାଳୁ , ସଂନ୍ଧ୍ୟା ଯାଏ କଣ ଖାଇବ ସେ ଭାବିଦେଇଛି । ତା ସହ ତା ସାଙ୍ଗମାନେ ବି ତୟାର । କଞ୍ଚା ଯୌବନରେ ସେ କାହିକିଁ ବୁଛିବ କାର୍ତ୍ତିକ କଣ, ଛାଡ଼ଖାଇ କଣ ।
ମିଳିତ ଛାଡ଼ଖାଇ …ରଜରେ ଯେମିତି ପୋଡ଼ପିଠା , ଅଷ୍ଟମୀରେ ଯେମିତି ଏଣ୍ଡୁରୀ ପିଠା ହୁଏ । ଠିକ ସେମିତି କାର୍ତ୍ତିକ ପୂର୍ଣ୍ଣମୀ ପରଦିନ ଛାଡ଼ଖାଇ ଜମିବ ମିଳିତ ଭୋଜି ହେଲେ । ସାନ , ବଡ଼ ବୟସର ତାରତମ୍ୟ ନାହିଁ, ନିଜ ସର୍ମ୍ପକର ଅର୍ଥ ପ୍ରତିବନ୍ଧକ କିଛି ନଥାଏ ଛାଡ଼ାଇ ଦିନ । ଛାଡ଼ଖାଇମାନେ ଭୋଜି । ପୁରୁଷ ମାନଙ୍କ ଭୋଜିରେ ଆମିଷ ସାଙ୍ଗକୁ , ନିଶା ଟିକେ ହେବା ଯେମିତି ଏକ ସ୍ୱଭାବିକ ପ୍ରକ୍ରୀୟା କାହିଁ କେଉଁ କାଳରୁ ଚାଲିଆସୁଛି । କେବଳ ସାଙ୍ଗ ସାଥି କି ଭୋଜି ନୁହେଁ , ପରିବାରରେ ମଧ୍ୟ ଛାଡ଼ଖାଇ ମଧ୍ୟ ବେଶ ଜୋରରେ ଏବେ ପାଳନ କରାଯାଉଛି । ଆମିଷ ଭୋଜି । ଯାହାର ଯାହା ଇଚ୍ଛା । ଆଉ ମିଳିମିଶି ଛାଡ଼ଖାଇର ମଜା ଟିକେ ନିଆରା କିଏ କହେ ବାରିପଦା କି କେନ୍ଦୁଝରର ଜଙ୍ଗଲୀ ଖାସି କରିବା ତ କିଏ କହେ ନୟାଗଡ଼ର ଦେଶୀ କୁକୁଡ଼ା କରିବା । ଆଉ କିଏ କିଏ ତ ଚିଲିକା କଙ୍କଡ଼ା ଓ ବାଲେଶ୍ୱର ଚିଙ୍ଗୁଡ଼ି ଭଲ ସେ କରିବା ପାଇଁ ମଧ୍ୟ ୨ ଦିନ ଆଗରୁ ଆଡ଼ଭାନ୍ସ ଦିଅନ୍ତି ।
ହବିଷ ଛାଡ଼ଖାଇ – ହିବିଷ ଛାଡଖାଇ ଟିକେ ନିଆରା । ତାହାକୁ ବର୍ଣ୍ଣନା କରିବା ମଧ୍ୟ ସେତିକି ନିଆରା । କାରଣ ଗୋଟେ ଓଳି ଅରୁଣା ଓ ଝିଅ ସାଙ୍ଗ ବିନା ପିଆଜ ରସୁଣରେ ମାସଜାକ କାଟିଥିବା ହବିଷ୍ୟାଳିମାନେ ଛାଡ଼ଖାଇ ପାଳନନ୍ତି । ତାଙ୍କ ଝାଡ଼ଖାଇରେ ଆମିଷ ନୁହେଁ, ବରଂ ସେ ମାସଯାକ ଯେଉଁସବୁ ଜିନିଷ ଛାଡ଼ିଥାନ୍ତି ତାହାକୁ ଖାଆନ୍ତି, ସ୍ୱଭାବିକ ଭାବେ ଦୈନିକ ଜୀବନରେ ।
ବାସ ଶେଷରେ ଏତିକି କୁହାଯାଇ ପରେ ଯିଏ ଯେଉଁ ବାହାନାରେ ଛାଡ଼ଖାଇ ପାଳନ କରୁଛ କର । ଯିଏ ଯେମିତି ଆନନ୍ଦ ପାଉଛ ପାଅ । କାରଣ ଛାଡ଼ଖାଇ ଏବେ ଅଘୋଷିତ ଗଣପର୍ବ ହୋଇଗଲାଣି ଓଡ଼ିଆଙ୍କ ମନରେ ….