ଗଣତନ୍ତ୍ର ମନ୍ଦିରରେ ନବୀନଙ୍କ ମହତ ବାଣୀ : ବିରୋଧୀଙ୍କୁ ଆହ୍ୱାନ ନାରୀଙ୍କୁ ନେଇ କରନାହିଁ ରାଜନୀତି

- Advertisement -

ଭୁବନେଶ୍ୱର :ଭୁଲିଯାଅନ୍ତୁ ମୁଁ ମୁଖ୍ୟମନ୍ତ୍ରୀ ଓ ବିଜେଡି ସଭାପତି। ଜଣେ ବରିଷ୍ଠ ମନ୍ତ୍ରୀ ଭାବେ କହୁଛି, ବିଧାନସଭାରେ ଉଚ୍ଚସ୍ତରୀୟ ଆଲୋଚନା ହେଉ। ଦୁଷ୍କର୍ମ, ହତ୍ୟାକୁ ନେଇ ରାଜନୀତି କରା ନଯାଉ। ମହିଳାଙ୍କ ବିରୋଧରେ ଅପରାଧକୁ ଗୁରୁତ୍ୱ ଦିଆଯାଉଛି। ମହିଳା ଶିଶୁଙ୍କ ମାମଲାକୁ ଗୁରୁତ୍ୱ ଦିଆଯାଇଛି। ମୋ ସରକାର ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ମୁଁ ନିଜେ 300 କଲ କରିଛି। ସବୁ ପୋଲିସକୁ ଅପିଲ କରୁଛି ନିଜ କର୍ତ୍ତବ୍ୟ ସଠିକ ଭାବରେ ତୁଳାନ୍ତୁ। କେତେ ମାମଲା ରୁଜୁ ହେଉଛି ତାହା ଗୁରୁତ୍ୱ ନୁହେଁ l ଲୋକଙ୍କ ସେବା ହେଉଛି ଗୁରୁତ୍ୱ l 5ଟିକୁ ଲୋକମାନେ ବେଶ ଗ୍ରହଣ କରୁଛନ୍ତି l ମୋ ସରକାର ଯୋଜନାର ସଫଳତା ବଖାଣିଛନ୍ତି ମୁଖ୍ୟମନ୍ତ୍ରୀ l ମୋଟାମୋଟି ଆଇନଶୃଙ୍ଖଳା ପରିସ୍ଥିତି ରାଜ୍ୟରେ ନିୟନ୍ତ୍ରଣ ଧୀନ ରହିଛି ବୋଲି ବିଧାନସଭାରେ ମୁଖ୍ୟମନ୍ତ୍ରୀ କହିଥିଲେ । ଗୃହ ବିଭାଗ ଖର୍ଚ୍ଚ ଦାବି ପାରିତ ବେଳେ ମୁଖ୍ୟମନ୍ତ୍ରୀ ଏପରି ଉତ୍ତର ବିରୋଧୀଙ୍କୁ ଟାର୍ଗେଟ କରି କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ବିରୋଧୀ କଂଗ୍ରେସ ସଭ୍ୟଙ୍କ କକ୍ଷତ୍ୟାଗ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles