ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପତ୍ତି କେତେ l କଣ ପାଇଁ ନବୀନ କରଜ କରିଛନ୍ତି l ଏସବୁର ତାଲିକା ସର୍ବସାଧାରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଗତବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ତାଙ୍କ ମୋଟ ସମ୍ପତି ପରିମାଣ କେତେ ତାହା ସେ ଦର୍ଶାଇଛନ୍ତି । ଆଜି ନିଜର ସମ୍ପତ୍ତି ତାଲିକାରେ ଦର୍ଶାଇଛନ୍ତିଯେ, ଭୁବନେଶ୍ୱର, ଦିଲ୍ଲୀ ଓ ହରିୟାଣାରେ ତାଙ୍କର ଜମି ଓ କୋଠା ରହିଛି । ଫରିଦାବାଦ ତିକ୍ରିକେରା ଜମି ଓ କୋଠାର ମୂଲ୍ୟ ପ୍ରାୟ ୧୦ କୋଟି ୭୫ ଲକ୍ଷ ୫୧ ହଜାର ଟଙ୍କା ହେବ । ନବୀନ ନିବାସରେ ତାଙ୍କର ଦୁଇ ତୃତୀୟାଂଶ ଅଂଶ ରହିଛି । ନବୀନ ନିବାସରେ ନବୀନଙ୍କର ଯେତିକି ଅଂଶ ରହିଛି ତାହାର ମୂଲ୍ୟ ୯ କୋଟି ୫୨ ଲକ୍ଷ ୪୬୧୯୦ ଟଙ୍କା ହେବବୋଲି ଆକଳନ କରାଯାଇଛି । ଦିଲ୍ଲୀରେ ଥିବା ଘରେ ତାଙ୍କର ୫୦% ସେୟାର ରହିଛି । ଯାହାର ମୂଲ୍ୟ ପ୍ରାୟ ୪୩ କୋଟି ୩୬ ଲକ୍ଷ ୧୮ ହଜାର ଟଙ୍କା ହେବ । ତେବେ ଫରିଦାବାଦରେ ଥିବା ଜମିକୁ ନବୀନ ବିକ୍ରି କରିଦେବେ । ଏଥିପାଇଁ ଅଗ୍ରୀମ ଆକାରରେ ସେ ୧ କୋଟି ୨୫ ଲକ୍ଷ ଟଙ୍କା ଆଣିଛନ୍ତି ।
ନବୀନଙ୍କ ପାଖରେ ୨ ଲକ୍ଷ ୮୯ ହଜାର ୫୮୭ ଟଙ୍କାର ସୁନାଗହଣା ରହିଛି । ତାଙ୍କ ପାଖରେ ୧୯୮୦ ମଡେ଼ଲର ଏକ ଆମ୍ବାସାଡର କାର ବି ରହିଛି । ଯାହାର ଆନୁମାନିକ ମୂଲ୍ୟ ୮ ହଜାର ୯୦୫ ଟଙ୍କା ହେବବୋଲି ଆକଳନ କରାଯାଇଛି ।
ସେହିପରି ୭ଟି ବ୍ୟାଙ୍କରେ ନବୀନଙ୍କର ୧୩ କୋଟି ୧ ଲକ୍ଷ ୬ ହଜାର ଟଙ୍କା ରହିଛି । ବ୍ୟାଙ୍କ ଅଫ ଇଣ୍ଡିଆର ଦିଲୀ ଜନପଥ ଶାଖାରେ ତାଙ୍କର ସର୍ବାଧିକ ୧ କୋଟି ୩ ଲକ୍ଷ ୧୩୪୯୯ ଟଙ୍କା ଅଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ଯେ ସରପଂଚଙ୍କ ଠାରୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଓ ଛୋଟ କର୍ମଚାରୀଙ୍କ ଠାରୁ ମୁଖ୍ୟ ଶାସନ ସଚିବଙ୍କ ଯାଏ ନିଜର ସମ୍ପତ୍ତି ତାଲିକା ଦେବେ l ଏସବୁ ଲୋକାୟୁକ୍ତଙ୍କ ପାଖରେ ରହିବ l