ଏ ଆଓ୍ବାର୍ଡ ସାଢ଼େ୪କୋଟି ଓଡ଼ିଆବାସୀଙ୍କର : ନବୀନ ପଟ୍ଟନାୟକ….

- Advertisement -

()ଜୀବନବ୍ୟାପୀ ସାଧନା ସମ୍ମାନକୁ ସାଢ଼େ ୪କୋଟି ଓଡ଼ିଆଙ୍କୁ ସମର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉପସ୍ଥିତ  ପ୍ରବାସୀ ଓଡ଼ିଆଙ୍କୁ ନିଜର ଅଭିଭାଷଣ ଦେବା ବେଳେ ଏହା କହିଛନ୍ତି ନବୀନ l ୨୨ବର୍ଷ ଧରି ସରଳ ଜୀବନ କଟାଉଥିବା ନବୀନ ପଟ୍ଟନାୟକ ସବୁବେଳେ ଓଡିଆଙ୍କ ପାଇଁ ନିଜକୁ ସମର୍ପିତ କରିଛନ୍ତି l ସାଢେ଼ ଚାରିକୋଟି ଓଡିଆ ମୋର ପରିବାର କହୁଥିବା ମୁଖ୍ୟମନ୍ତ୍ରୀ ସବୁବେଳେ ଓଡିଆଙ୍କ ସହ ସବୁ ପରିସ୍ଥିତିରେ ରହନ୍ତି l ନବୀନଙ୍କୁ ‘ଜୀବନବ୍ୟାପୀ ସାଧନା ସମ୍ମାନ’ ମିଳିବା ପରେ ଏ ସମ୍ମାନ ପୁରା ଓଡ଼ିଶାବାସୀଙ୍କର ବୋଲି ସେ କହିଛନ୍ତି l ଅନ୍ୟପଟେକ୍ୟାପିଟାଲ ଫାଉଣ୍ଡେସନ ସୋସାଇଟ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ଦିଆଯିବ ପରେ ପୁରା ଓଡ଼ିଶାରେ ଖୁସିର ମାହୋଲ । ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା ଉତ୍ସବରେ ବହୁ ପ୍ରତିଷ୍ଠିତ ଓଦିଆ ସାମିଲ ହେବା ସହ ନିଜର ଖୁସି ପ୍ରକାଶ କରିଥଲେ l ଆସନ୍ତା ୬ ତାରିଖରେ ଦିଲ୍ଲୀରୁ ମୁଖ୍ୟମନ୍ତ୍ରୀ ସମ୍ମାନିତ ହୋଇ ଫେରିବା ପରେ ଓଡ଼ିଶାବାସୀ ଏକ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବେ । ମୁଖ୍ୟମନ୍ତ୍ରୀ ସମ୍ମାନୀତ ହେବା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବର କଥା ଶାସକ ଦଳ କହିଛି । ଯେଉଁଥି ପାଇଁ ଦିଲ୍ଲୀରୁ ଭୁବନେଶ୍ବର ଯାଏ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଓ ଶୁଭେଚ୍ଛା ଦେବା ପାଇଁ ବ୍ୟାପକ ଆୟୋଜନ କରିଛି ବିଜେଡ଼ି । ଏହି ସମ୍ବର୍ଦ୍ଧନା ଓ ଶୁଭେଚ୍ଛା ଉତ୍ସବରେ ପ୍ରତ୍ୟେକ ଓଡ଼ିଆ ସାମିଲ ହେବାକୁ ବିଜେଡ଼ି ଅପିଲ କରିଛି । ବିଜେଡି ସଙ୍ଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ, ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର, ଅରୁଣ ସାହୁ, ଅଶୋକ ପଣ୍ଡା, ଅତନୁ ସବ୍ୟସାଚୀ ନାୟକ,ପ୍ରଣବ ବଳବନ୍ତ ରାୟ, ଦେବୀ ପ୍ରସନ୍ନ ତ୍ରିପାଠୀ, ସସ୍ମିତ ପାତ୍ର, ସୁଲତା ଦେଓ ପ୍ରମୁଖ ଶତାଧିକ ନେତା ଏହି ସମ୍ମାନ ଉତ୍ସବରେ ସାମିଲ ହୋଇଥିଲେ l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles