ତିର୍ତୋଲ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଦଳ ଛାଡିଲେ କୃଷ୍ଣଚନ୍ଦ୍ର

- Advertisement -

ଭୁବନେଶ୍ୱର : କଂଗ୍ରେସ ସହ 40ବର୍ଷ ରହି ଜଗତସିଂହପୁର ଓ ତିର୍ତୋଲ ଅଂଚଳର ଜଣେ ଦରଦୀ ମଣିଷ ତଥା ରାଜ୍ୟ କଂଗ୍ରେସର ସାମ୍ପଦକ କୃଷ୍ଣଚନ୍ଦ୍ର ମଲ୍ଲିକ କଂଗ୍ରେସକୁ ବାଏ ବାଏ କରିଛନ୍ତି l  ଯାହା କି କଂଗ୍ରେସ ପାଇଁ ବଡ଼ ଝଟକା l ସ୍ଵର୍ଗତ ବସନ୍ତ କୁମାର ବିଶ୍ଵାଳଙ୍କ ରାଜନୈତିକ ଜୀବନ ଆରମ୍ଭ ରୁ ବିଶ୍ଵାଳ ପରିବାର ର ଘନିଷ୍ଠ ସହଯୋଗି କୃଷ୍ଣ ଚନ୍ଦ୍ର ମଲ୍ଲିକ କଂଗ୍ରେସ ଛାଡ଼ିବା   ଏବେ ତିର୍ତୋଲ ରାଜନୀତିକୁ ସରଗରମ କରିଛି l  ଜଣେ ସୁ ସଂଗଠକ ,ସମାଜସେବୀ ସୁ ବକ୍ତୃତା ଓ ଜଗତସିଂହପୁର ର ଜଣାସୁଣା ର ସାମାଜିକ ସଂଗଠନ ବଉଳର ପ୍ରତିଷ୍ଠିତା ଶ୍ରୀମଲ୍ଲିକ କେଉଁ ଦଳରେ ମିଶିବେ ତାହାକୁ ନେଇ ଜଗତସିଂହପୁରରୁ ରାଜଧାନୀ ଯାଏ ଚର୍ଚ୍ଚା l ଚର୍ଚ୍ଚା ହେଉଛି ସେ ବିଜୁ ଜନତା ଦଳ ସହ ଯୋଗାଯୋଗରେ ଅଛନ୍ତି  । ନଭେମ୍ୱର 3ତାରିଖରେ ଉପ ନିର୍ବାଚନ ହେବାକୁ ଯାଉଛି l ଏଥିପାଇଁ ସବୁ ଦଳ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି l ଆଉ ଠିକ ଏହି ସମୟରେ ଜଣକ ପରେ ଜଣେ କଂଗ୍ରେସ ନେତା ଦଳ ଛାଡ଼ିବା କଂଗ୍ରେସକୁ ଚିନ୍ତାରେ ପକାଇଛି l ଆଗୁଆ ନିର୍ବାଚନୀ ପ୍ରସ୍ତୁତ ଆରମ୍ଭ କରିଥିବା କଂଗ୍ରେସ ଯେ କେତେ ପ୍ରସ୍ତୁତ ତାହା ଜଣକ ପରେ ଜଣେ ନେତା ଦଳ ଛାଡ଼ିବାରୁ ସ୍ପଷ୍ଟ ହେଉଛି l ତେବେ ତିର୍ତୋଲ ବିଜେଡିର ପାଲା ଭାରୀ ଅଛି l ଏପରି ସମୟରେ କଂଗ୍ରେସ ଜଣେ ଟାଣୁଆ ନେତା ଦଳ ଛାଡ଼ିବା ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳଙ୍କୁ ଚିନ୍ତାରେ ପକାଇଛି l ତେବେ ଆଗକୁ କୃଷ୍ଣଚନ୍ଦ୍ର କେଉଁ ଦଳରେ ମିସୁଛନ୍ତି ତାହା ଦେଖିବାର କଥା l ତେବେ ଦଳ ଛାଡ଼ିବା ପରେ କୃଷ୍ଣଚନ୍ଦ୍ର ପ୍ରତିକ୍ରିୟା ମିଳିପାରିନାହିଁ l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles