ରାଜ୍ୟର ସଂପତିକୁ ଟାଟା କମ୍ପାନୀ ହାତରେ ଟେକିଦେବା ଉଦ୍ୟମରୁ
ରାଜ୍ୟ ବିଦ୍ୟୁତ୍ ନିୟାମକ ଆୟୋଗ ବିରତ ରୁହନ୍ତୁ – ପ୍ରଦୀପ ମାଝ1
ଭୁବନେଶ୍ୱର – ରାଜ୍ୟରେ ଓଡିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓ.ଇ.ଆର.ସି.) ସମସ୍ତ ନୀତି ନିୟମକୁ
ଉଲ୍ଲଘନ କରି ସେସୁ, ସାଉଥକୋ ଓ ୱେସ୍କୋ ଭଳି ସଂସ୍ଥାକୁ ଟାଟା କମ୍ପାନୀ ସମୂହକୁ ବିକ୍ରୀ କରି ମୁନାଫା
ଉଠାଇଛନ୍ତି । ଯାହା ରାଜ୍ୟବାସୀଙ୍କ ସ୍ୱାର୍ଥ ବିରୋଧ ବୋଲି ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଦୀପ
ମାଝା ଅଭିଯୋଗ କରିଛନ୍ତି । ଏହି ଉପଲକ୍ଷେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ
ସମ୍ମିଳନୀରେ ଶ୍ରୀ ମାଝା କହିଛନ୍ତି ଯେ ଏହା ପୁଞ୍ଜିବାଦରେ ମଧ୍ୟ ଗୋଟିଏ ଏକଛତ୍ରବାଦ । ବିଦ୍ୟୁତ୍ ନିୟମ ୨୦୦୩
ର ଧାରା ୨୧ ଅନୁଯାୟୀ ଏହା ସ୍ପଷ୍ଟ ଉଲ୍ଲେଖ ଅଛି ଯେ ଜଣେ ବିଡର ଗୋଟିଏ ସଂସ୍ଥାକୁ ଦୁଇଟି କମ୍ପାନୀକୁ ବିକ୍ରୀ
କରିପାରିବ ନାହିଁ । ସେହିଭଳି ବିଦ୍ୟୁତ୍ ନିୟମ ଧାରା ୬୦ ରେ ସ୍ପଷ୍ଟ ଉଲ୍ଲେଖ ଅଛି ଯେ କୌଣସି ଗୋଟିଏ ଘରୋଇ
ସଂସ୍ଥା ସମସ୍ତ ବିଦ୍ୟୁତ୍ ବଜାରକୁ ନିୟନ୍ତ୍ରଣ କରିପାରିବ ନାହିଁ । ତେଣୁ ଏଥିରେ ବେନିୟମ ଭାବରେ ଗଫଲତି
ହୋଇଥିବାର ସ୍ଵଷ୍ଟ ଅନୁମେୟ ହେଉଛି । ଏହି ବିକ୍ରୀ ସମୟରେ ପୂର୍ବରୁ କର୍ମଚାରୀମାନଙ୍କର ଥିବା ୧୦ ପ୍ରତିଶତ
ଅଂଶଧନକୁ ମଧ୍ୟ ବେନିୟମ ଭାବରେ ରବ୍ଦ କରାଯାଇଛି । ଏହି କାର୍ଯ୍ୟରେ ରାଜ୍ୟ ସରକାର ମଧ୍ୟ ଓ.ଇ.ଆର.ସି.କୁ
ପ୍ରୋତ୍ସାହନ ଦେଇ ଘରୋଇ କମ୍ପାନୀମାନଙ୍କ ପାଇଁ ପଥ ପରିଷ୍କାର କରି ଦେଇଛନ୍ତି । ଏପରିକି ବର୍ତମାନ ଟାଟା
କମ୍ପାନୀକୁ ଲାଇସେନ୍ସ ଦେଇ ସରକାର ଓ ଓ.ଇ.ଆର.ସି. ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଅଣଦେଖା କରିଛନ୍ତି । ଏହି
ବେନିୟମ କାର୍ଯ୍ୟକୁ ରାଜ୍ୟବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଶ୍ରୀ ମାଝା ଦାବି କରିଛନ୍ତି ।
ଦେଶ ବର୍ତମାନ କୋଭିଡ୍ ଜନିତ ସମସ୍ୟା ମଧ୍ୟରେ ଗତି କରୁଥିବା ବେଳେ ନିୟାମକ ଆୟୋଗ ଖୁବ୍
ତରବରିଆ ଭାବେ ଘରୋଇ କମ୍ପାନୀକୁ ଆହ୍ବାନ କରିବା ଅତ୍ୟନ୍ତ କ୍ଷୋଭର ବିଷୟ । ଏ ସଂପର୍କରେ ଅନ୍ୟମାନଙ୍କ
ପରାମର୍ଶକୁ ବେଖାତିର କରି ଟାଟା କମ୍ପାନୀ ପ୍ରତି ଦରଦ ଦେଖାଇବା ଉଦ୍ଦେଶ୍ୟ ପ୍ରଣୋଦିତ । ବିଭିନ୍ନ ଶିଳ୍ପସଂସ୍ଥା
ଉପରେ ଥିବା ବକେୟାକୁ ଖୁବଶୀଘ୍ର ଆଦାୟ କରାଯାଉ ଏବଂ ରାଜ୍ୟବାସୀଙ୍କୁ ସୁହାଇଲା ଭଳି ଏକ ନୂତନ ନିୟମ
ପ୍ରଣୟନ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ମାଝା କହିଛନ୍ତି ।