() ରାଜ୍ୟ ରେ ସ୍ଥାପନ ହେଉ ମିଡ଼ିଆ ଏକାଡେମୀ । ଏ ନେଇ ଆଜି ଭୁବନେଶ୍ୱର ରେ ଓଡ଼ିଶା ୟୁନୀୟନ ଅଫ ଜର୍ନାଲିଷ୍ଟ ବା OUJ ପକ୍ଷ ରୁ ବିଶ୍ଵ ମଇ ଦିବସ ସମାରୋହ ରେ ଦାବି କରାଯାଇଛି । OUJ ସଭାପତି ପ୍ରସନ୍ନ ମହାନ୍ତି ଙ୍କ ପୌରହିତ୍ୟ ରେ ଆୟୋଜିତ ଏହି ସମାରୋହ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଯୋଗ ଦେଇ ସାମ୍ବାଦିକଙ୍କ ସମସ୍ୟା ଓ ଏହାର ସମାଧାନ ପାଇଁ ପଦକ୍ଷେପ ନେବାକୁ ମତ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ମୁନା ଖାଁ,ଭୁବନେଶ୍ୱର ମେୟର ସୁଲୋଚନା ଦାସ ,ବରିଷ୍ଠ ସାମ୍ବାଦିକ ରବି ଦାସ ଯୋଗ ଦେଇ ମଇ ଦିବସ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଓୟୁଜେ ପକ୍ଷ ରୁ ମହିଳା ସମ୍ବାଦପତ୍ର ବିକାଳୀ ସୋଭାରାଣୀ ଦାସ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯକ୍ରମ ରେ ଓୟୂଯେ ସାଧାରଣ ସମ୍ପାଦକ ଅଶୋକ ନନ୍ଦ ଙ୍କ ସମେତ ଓୟୁଜେ ର କର୍ମକର୍ତ୍ତା କିଷାନ ରାଉତ,ରାଜେଶ୍ ପଟନାୟକ,ଅକ୍ଷୟ ସାହୁ,ଅବିନାଶ ମହାପାତ୍ର, ଚିନ୍ମୟ ମହାପାତ୍ର କାର୍ଯକ୍ରମ ପରିଚାଳନା କରିଥିଲେ । କାର୍ଯକ୍ରମ ରେ ଓୟୂଜେ ସହ ସହବନ୍ଧିତ ଥିବା ରାଜ୍ୟ ର ବହୁ ସାମ୍ବାଦିକ ଉପସ୍ଥିତ ଥିଲେ । ଏହି ଅବସରରେ ସାମ୍ବାଦିକ ମାନଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ୬ ଦଫା ସମସ୍ୟା ସମ୍ବଳିତ ଦାବିପତ୍ର କୁ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛି ୟୁନୀୟନ୍ । ଏଥି ସହ ରାଜ୍ୟ ରେ ଏକ ମିଡ଼ିଆ ଏକାଡେମୀ ସ୍ଥାପନ କରିବାକୁ ଓୟୁଯେ ପକ୍ଷ ରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଥିବା ନେଇ ଓୟିଯେ ସଭାପତି ପ୍ରସନ୍ନ ମହାନ୍ତି ସୂଚନା ଦେଇ କହିଛନ୍ତି ।