() ଗୋବିନ୍ଦପୁର ବୋଲି ଗୋଟିଏ ଗ୍ରାମ ଥିଲା। ସେହି ଗ୍ରାମରେ ପିଣ୍ଟୁ ବୋଲି ଜଣେ ଲୋକ ବାସ କରୁଥିଲା। ଦିନେ ସେ ଚିନ୍ତକଲା ଯେ,ସେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପରି ହେବା ପାଇଁ; ସେଥିପାଇଁ ସେ ମହାତ୍ମା ଗାନ୍ଧୀଙ୍କ ବିଷୟରେ ଜାଣିବା କୁ ଆଗ୍ରହୀ ହୋଇପଡ଼ିଲା। ଗାନ୍ଧିଜୀଙ୍କ ବିଷୟରେ ଜାଣିବା ପାଇଁ ସେ ଦିନରାତି ଏକ କରି, ତାଙ୍କ ରଚିତ ବହି ଓ ଜୀବନୀ ପଢିବାକୁ ଲାଗିଲା। ପିଣ୍ଟୁ ଦିନରାତି ପରିଶ୍ରମ କରି ଗାନ୍ଧିଜୀଙ୍କ ବିଷୟରେ ସବୁ କିଛି ଜାଣିଲା। ଦିନକର କଥା ବାଟରେ ଯିବାବେଳେ ସେ ତାର ଛୋଟବେଳ ର ବନ୍ଧୁ ଦିନେଶକୁ ଭେଟିଲା, ଦୁଇ ସାଙ୍ଗ କଥାବାର୍ତ୍ତା ହେଉଥାନ୍ତି। ଦିନେଶ ତାର ବନ୍ଧୁ କୁ ପଚାରିଲା- “ପିଣ୍ଟୁ ତୁ ଏପରି ଉଦ୍ୟମ କଣ ପାଇଁ କରୁଛୁ” ? ପିଣ୍ଟୁ ଉତ୍ତର ଦେଲା- “ମୁଁ ଗାନ୍ଧିଜୀଙ୍କ ଲେଖା ଓ ତାଙ୍କ ଜୀବନୀ ପଢି ପ୍ରଭାବିତ ହୋଇଛି। ଏବେ ମୋ ଜୀବନର ଏକ ମାତ୍ର ଲକ୍ଷ୍ୟ କିପରି ଭାବରେ ମୁଁ ମହାତ୍ମା ଗାନ୍ଧୀଙ୍କ ପରି ହେବି ଓ ଲୋକଙ୍କ ସେବା କରିବି”। ଦିନେଶ ଏହି ସବୁ କଥାଶୁଣି ପୁନର୍ବାର ତାର ସାଙ୍ଗ ପିଣ୍ଟୁ କୁ କହିଲା- “ଆରେ ତୁ କଣ ପାଗଳ ହୋଇଯାଇଛି!”? ଯଦି ଭଗବାନ୍ ଚାହିଁଥାନ୍ତେ, ତେବେ କଣ ଆଉ ଜଣେ ମହାତ୍ମା ଗାନ୍ଧୀଙ୍କୁ ଜନ୍ମ ଦେଈ ପାରିନଥାନ୍ତେ? ତେଣୁ ତୁ ଥରେ ଚିନ୍ତା କରି ଦେଖେ ତୋର ଯେତେବେଳେ ଆୟୁଷ ଶେଷ ହୋଇଆସିବ ସେତେବେଳେ ଭଗବାନ୍ ତୋର କର୍ମକୁ ବିଚାର କରି ପଚାରିବେ- “ଆରେ ବାବୁ, ତୋତେ ତ ମୁଁ ପିଣ୍ଟୁ କରି ପୃଥିବୀ କୁ ପଠେଇଥିଲି କିନ୍ତୁ ତୁ ପିଣ୍ଟୁ ହୋଇ ନରହି ତୁ ମହାତ୍ମା ଗାନ୍ଧୀ ହେବୁ ବୋଲି ଇଚ୍ଛାକଲୁ। ତୁ ପିଣ୍ଟୁ ହୋଇ ଲୋକଙ୍କ ସେବା କରିପାରିଥାନ୍ତୁ ଏବଂ ନିଜର ଏକ ନୂତନ ପରିଚୟ ସୃଷ୍ଟି କରି ପାରିଥାନ୍ତୁ । ହେଲେ ତୁ ଅନ୍ୟଙ୍କ ପରିଚୟରେ ପରିଚିତି ହେବାପାଇଁ ଇଚ୍ଛାକଲୁ”। କଥାଟି ପିଣ୍ଟୁ ମନକୁ ଛୁଇଁଲା। ସେ ଭାବିଲା କାହାପରି ନୁହେଁ ବରଂ ମୁଁ ମୋ ନିଜର ଏକ ପରିଚୟ ସୃଷ୍ଟି କରିବି,ଲୋକମାନଙ୍କ ସେବା କରିବି ଓ ସମାଜରେ ଏକ ପ୍ରତିଷ୍ଠିତ ବ୍ୟକ୍ତି ଭବରେ ସୁନାମ ଅର୍ଜନ କରିବା ପାଇଁ ଚେଷ୍ଟା କରିବି।
ଏଥିରୁ ଆମେ ଜାଣିବାକୁ ପାଇଲେ କେବେବି କାହାକୁ ଅନୁକରଣ ନକରି ନିଜେ ଯାହା ଅଛ ସେଥିରୁ କିପରି ଆହୁରି ଭଲ ହେବ, ସେ ଦିଗରେ ଧ୍ୟାନ୍ୟଦେବା ଉଚିତ୍ ଓ ନିଜର ଏକ ପରିଚୟ ସୃଷ୍ଟି କରିବା ଉଚିତ୍। ତେଣୁ ନିଜକୁ ଏହିପରି ଭାବରେ ଗଢିତୋଳ ଯେପରି ତୁମର ଅନୁପସ୍ଥିତ ମଧ୍ୟ ଲୋକେ ତୁମର ସ୍ମୃତି ଓ ଗାରିମା ମନେ ରଖିବେ।