ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଜାଗ୍ରତ ପ୍ରହରୀ । ଚତୁର୍ଥ ସ୍ତମ୍ଭ । ଭଲମନ୍ଦ ବିଚାର କରି ସରକାର ଓ ଲୋକଙ୍କ ମଧ୍ୟରେ ସମ୍ପର୍କ ଯୋଡ଼ିବାରେ ପ୍ରମୁଖ ଭୂମିକା ଗ୍ରହଣ କରେ ଗଣମାଧ୍ୟମ । କାହିଁ କେଉଁ କାଳରୁ ଏପରି ସଂଯୋଗ ରହିଛି । ସମାଜକୁ ସୁଧାରିବାରେ ଓ ସମାଜକୁ ଉଚିତ ବାଟରେ ନେବାରେ ବି ଗଣମାଧ୍ୟମର ରହିଛି ପ୍ରଖୁମ ଭୂମିକା । ଯେଉଁଥି ପାଇଁ ଗଣମାଧ୍ୟମକୁ ସାମାଜର ପ୍ରତ୍ୟେକ ବ୍ୟକ୍ତି ସମ୍ମାନ ଦିଅନ୍ତି ଓ ସହଯୋଗ କରନ୍ତି । ସେ ଯେ କେହି ବି ହେଉ ଗଣତନ୍ତ୍ରର ଜାଗ୍ରତ ପହରୀକୁ ସବୁବେଳେ ସହଯୋଗ କରିନ୍ତି । ରାଜନେତାଟିଏ ହେଉ ଅବା ଗାଁର ସାଧାରଣ ମୁଲିଆ , ପୁଣି ସାଧୁ ହେଉ ଅବା ଅସାଧୁ । ସଭିଁଏ ଗଣମାଧ୍ୟମକୁ ବିଶ୍ୱାସ କରନ୍ତି । କାରଣ ଗଣମାଧ୍ୟମର ସବୁଠାରୁ ବଡ଼ ଶକ୍ତି ହେଉଛି ତାହାର ବିଶ୍ୱାସନୀୟତା । ଯାହାର ବିଶ୍ୱାସନୀୟତା ଯେତେ ସେ ସଂସ୍ଥା ପ୍ରତି ଲୋକଙ୍କ ବିଶ୍ୱାସ ବି ସେତେ । ହଁ ଏକଥା ସତ ଯେ ଗଣମାଧ୍ୟମ କେବେ ନିରପେକ୍ଷ ନଥିଲା କି ଆଜିର ଦିନରେ ବି ନାହିଁ । କାରଣ ସମାଜର ସେବା ନୁହେଁ, ସଂସ୍ଥା, ଅନୁଷ୍ଠାନ ଓ ରାଜନୈତିକ ଦଳର ସେବାରେ ଅନେକ ଗଣମାଧ୍ୟମ ଏବେ ମାତିଛନ୍ତି । ନିଦ୍ଧିଷ୍ଟ ଲକ୍ଷ ରଖି ଗଣମାଧ୍ୟମ ଏବେ କାମ କରୁଛନ୍ତି । ଯାହା ଅଳ୍ପ ବହୁତେ ଲୋକଙ୍କୁ ଜଣା । ଯାହାକୁ ନେଇ ଏବେ ବହୁବାର ଗଣତନ୍ତ୍ର ଚତୁର୍ଥ ସ୍ତମ୍ଭର ବିଶ୍ୱାସନୀୟତା କାଠ ଗଡ଼ାରେ ଠିଆ ହୋଇଛି । ଯାହା ଗଣତନ୍ତ୍ର ପାଇଁ ଓ ସମାଜ ପାଇଁ ବଡ଼ ବିପଦ । ତେବେ କାହିଁକି ଏମିତି ହୁଏ ? ଗଣମାଧ୍ୟମ କଣ ଯାହା ଦେଖାଏ ଓ ଯାହା କହେ ତାହା ଠିକ ! ଯେତେ ଲେଖିଲେ ବା ଟିଭି ସୋରେ ରଡ଼ି ଛାଡ଼ିଲେ ଯେ ଗଣମାଧ୍ୟମ ଯାହା କରୁଛି ତାହା ଠିକ ଏକଥାକୁ ଆଉ ଲୋକେ ବିଶ୍ୱାସ କରୁନାହାନ୍ତି ।
ଏହାର ଦୁଇଟି ଦିଗକୁ ବିଚାର କଲେ ବୋଧେ ସହଜରରେ ବୁଝିହେବେ । ନିକଟରେ ଓଡ଼ିଶା ଗଣମାଧ୍ୟମରେ ଦୁଇ ତିନିଟି ଘଟଣା ଘଟିଛି । ଯାହା ଏବେ ବିତର୍କର ବିଷୟ । ଘଟଣା ସାମାଜିକ ଗଣମାଧ୍ୟମ ଓ ପ୍ରଖୁମ ଗଣମାଧ୍ୟମକୁ ନେଇ । ଏବେ ଚପା ଓ ଛପା ଯୁଗର ଶେଷ ହୋଇଛି । କୌଣସି ଘଟଣାକୁ ଆପଣ ଚାପି ପାରିବେ ନାହିଁ କି ସେମିତି ଛାପି ଓ ଟିଭିରେ ଦେଖାଇ ପାରିବେ ନାହିଁ । ଏକ ଭଲ ପରମ୍ପରା ଆରମ୍ଭ ହୋଇଛି ସାରା ଭାରତ ବର୍ଷରେ । କାରଣ ଆଜି ସାମ୍ବାଦିକ ଆଉ କଥା କଥିତ ବ୍ୟକ୍ତି ବିଶେଷ କି ଅନୁଷ୍ଠାନ ପାଖରେ ସୀମିତ ହୋଇାନାହିଁ । ଯାହା ହାତରେ ମୋବାଇଲ ଫୋନ ଟିଏ ଅଛି ସେ ବି ଜାଗ୍ରତ ପହରୀ ଓ ସାମ୍ବାଦିକ । ତେଣୁ କିଛି ନିଦ୍ଦିଷ୍ଟ ଗଣମାଧ୍ୟମର ଆଉ ମନମାଳିନ୍ୟ ଚଳିବ ନାହିଁ ଗଣତନ୍ତ୍ର ଶାସନରେ । ଓଡ଼ିଶା ଦୃଷ୍ଟି କୋଣରୁ ନିକଟରେ ଘଟିଥିବା ପ୍ରମୁଖ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ୨ଟି ଖବରକୁ ନଜର ପକାନ୍ତୁ ।
ଖବର ଏକ : ଓଡ଼ିଆ ସିନେ ଜଗତର ପିତାମହ ଭୀଷ୍ମ ସ୍ୱଗତ ବିଜୟ ମହାନ୍ତିଙ୍କ ଜୀବିତ ଥିବା ଅବସ୍ଥାରେ ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ହେଲା ତାଙ୍କର ଦେହାନ୍ତ ହୋଇଯାଇଛି । କିଛି କ୍ଷଣ ମଧ୍ୟରେ ସୋସିଆଲ ମିଡ଼ିଆରେ ଏକ ଖବର ଭାଇରାଲ ହେଲା । ଚିକିତ୍ସା ଅବସ୍ଥାରେ ଓ ସୁସ୍ଥଥିବା ଅଭିନେତା ବିଜୟ ମହାନ୍ତିଙ୍କୁ ସାମାଜିକ ଗଣମାଧ୍ୟମରେ ମାରି ଦିଆଗଲା ଓ ଶ୍ରଦ୍ଧାଞ୍ଜଳୀ ବି ଦିଆଗଲା । ଯାହାକୁ ନେଇ ସିନେ ଜଗତ ସ୍ଥବ୍ଧ ହୋଇଗଲା କଥା ଥାନା ପର୍ଯ୍ୟନ୍ତ ଗଲା । ଏ ଖବର ବିଜୟ ମହାନ୍ତି ଓ ତାଙ୍କ ଶୁଭେଚ୍ଛୁକୁ କେତେ କଷ୍ଟ ଦେଇଥିବ ତାହା କିନ୍ତୁ ସାମାଜିକ ଗଣମାଧ୍ୟମରେ ଖବର ଛାପିଥିବା ବ୍ୟକ୍ତିଟି ବୁଝିପାରିନାହିଁ । ଏଥିରେ ସାମାଜିକ ଗଣମାଧ୍ୟମର ବିଶ୍ୱାସନିୟତା ନେଇ ବି ଉଠିଥିଲା ପ୍ରଶ୍ନ । ତାହା ଅର୍ଥ ନୁହେଁ ଯେ ସାମାଜିକ ଗଣମାଧ୍ୟମ ସବୁ ଖବର ମିଛ । ଦାନ ମାଝୀ ସ୍ତ୍ରୀର ଶବକୁ କାନ୍ଧେଇ କି ରାସ୍ତାରେ ନେବା ଖବର ବି ଏକ ସାମାଜିକ ଗଣମାଧ୍ୟମ ପ୍ରକାଶ ପାଇଥିଲା। ଆଉ ଜଣେ ବ୍ୟକ୍ତତିକୁ ନ୍ୟାୟ ଦେଇଥିଲା ।
ଖବର ନମ୍ବର -୨ – ଏକ ପ୍ରମୁଖ ଗଣମାଧ୍ୟମ ମହାମାରୀ ସମୟରେ ସୋସିଆଲ ମିଡ଼ିଆରରେ ଭାଇରାଲ ହେଉଥିବା ଏକ ଖବରର ସତ୍ୟାସତ୍ୟକୁ ଯାଂଚ ନକରି ନିଜର ସୋସିଆଲ ମିଡ଼ିଆର ଫ୍ଲାଟଫର୍ମରେ ପ୍ରସାରଣ କରିଛି । ଯେଉଁ କଥାକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି । ଘଟଣା ହେଉଛି କରୋନା ମହାମରୀରେ ଚିକିତ୍ସା କେମିତି ଚାଲିଛି ତାହାକୁ ନେଇ ଦୁଇଜଣ ଅଜଣା ବ୍ୟକ୍ତିଙ୍କ କଥା ବାର୍ତ୍ତା । ଏଥିରେ ବ୍ୟକ୍ତି ଚିକିତ୍ସା କିପରି ମିଳୁଛି କହିବା ସହ କେନ୍ଦ୍ର ସରକାର କେତେ ଟଙ୍କା ଚିକିତ୍ସା ପାଇଁ ଦେଉଛି ତାହା ଉଲ୍ଲେଖ କରିଛନ୍ତି । ତେବେ ଏହି ଅଜଣା ଅଡ଼ିଓର ସତ୍ୟାସତ୍ୟ କଣ ତାହା ବିଚାର ନକରି କାହିକିଁ ଓ କେଉଁ ମହତ ଉଦ୍ଧେଶ୍ୟରେ ଏକ ଆଗଧାଡ଼ିର ଗଣମାଧ୍ୟମ ସଂସ୍ଥା ଏହାକୁ ଖବର କଲା ତାହା ତ ଉକ୍ତ ସଂସ୍ଥାକୁ ଜଣା । ହେଲେ ମହାମାରୀ ସମୟରେ ଏପରି ଭୂଲ ଖବର ପ୍ରସାରଣ କରାଯାଇ ଲୋକଙ୍କ ବିଭ୍ରାନ୍ତ କରାଯାଉଛି ବୋଲି ଅଭିଯୋଗ କରି ସଂସ୍ଥା ବିରୋଧରେ ବିଏମସି କାରଣ ଦର୍ଶାଅ ନୋଟିସ ଦେବା ସହ ଥାନାରେ ଏତଲା ଦେଇଛି । ଯାହାକୁ ନେଇ ଆରମ୍ଭ ହୋଇଛି ବିତର୍କ ଓ ସୋସିଆଲ ମିଡ଼ିଆରୁ ଆସିଥିବା ଏହି ଖବର ପୁଣି ସୋସିଆଲ ମିଡ଼ିଆରେ ପ୍ରମୁଖ ଖବର ହୋଇଛି ।
ଏହି ଦୁଇଟି ଖବର ଏବେ ପ୍ରମୁଖ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମର ବିଶ୍ୱସନୀୟତା ନେଇ ସନ୍ଦେହ ସୃଷ୍ଟି କରିଛି । ହେଲେ ସବୁଠାରୁ ବଡ଼ ସନ୍ଦେହ କରିଛି କିଛି ରାଜନେତା ଓ ଗଣମାଧ୍ୟମ ଜଗତର କିଛି କଥାକଥିତ ବ୍ୟକ୍ତିବିଶେଷଙ୍କ ବୟାନବାଜିକୁ ନେଇ । ଯଦି ଏହି ଖବର ଓ ବୟାନବାଜିକୁ ଜଣେ ଲକ୍ଷ କରିବ ଓ ଭଲରେ ସମୀକ୍ଷା କରିବ , ଏଥିରେ ଲୋକଙ୍କ ସ୍ୱାର୍ଥ କି ସମାଜ ସ୍ୱାର୍ଥ ନୁହେଁ , ବଂର ବ୍ୟକ୍ତିର ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ସରକାର ଭୂଲ କଲେ ଗଣମାଧ୍ୟମ ଦେଖାଇବ, ଗଣମାଧ୍ୟମ ଭୂଲ କରିଥିଲେ ସରକାର ବି ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବେ । ହେଲେ ଗଣମାଧ୍ୟମ ନାଁ କହି ଆମେ ଲୁଟିବା, ଲୋକଙ୍କୁ ଭଣ୍ଡାଇବା ଓ ଡ଼ରାଇବା , ସମାଜରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିବା ସଭିଁଙ୍କୁ ଚାପରେ ରଖିବା ଏକ କି ପ୍ରକାର ମାନସିକତା । ତାହା ହୁଏତ ଲୋକେ ବିଚାର କରୁଛନ୍ତି ଓ କରିବେ । କିନ୍ତୁ ଗୋଟେ ଦାୟିତ୍ୱବାନ ଗଣମାଧ୍ୟର କତ୍ତବ୍ୟ ହେଉଛି ଖବରକୁ ସତ୍ୟାସତ୍ୟକୁ ଯାଂଚ କରି ଖବରକୁ ପ୍ରସାରଣ କରିବା । ଯାହାକି ଏହି ଦୁଇଟି ଘଟଣାରେ ଦେଖାଯାଇ ନାହିଁ । ଖବର ପ୍ରସାରଣ କରିବା ବେଳେ ଗଣମାଧ୍ୟମ ସଂସ୍ଥା ଜାଣିବା ଦରକାର ଯେ ଏହି ଖବର ସମାଜ ଉପରେ କି ପ୍ରଭାବ ପକାଇବ । ଯାହା ସଭିଁଏ ବିଚାର କରିବା ଦରକାର । କାରଣ ଗଣମାଧ୍ୟମରେ ସ୍ୱାଧୀତନା ଯେମିତି ଅଛି ସେମିତି ସୀମା ବା ଲକ୍ଷ୍ମଣରେଖା ବି ଅଛି । ତେଣୁ ପ୍ରତ୍ୟେକ ଗଣମାଧ୍ୟମ ସଂସ୍ଥା ଓ ଗଣମାଧ୍ୟମରେ କାମ କରୁଥିବା ବ୍ୟକ୍ତି ବି ଏକଥା ଜାଣିବା ଦରକାର । ଖବର ପ୍ରସାରଣ ହେଉ , ସରକାରଙ୍କୁ ସମାଲୋଚନା କରାଯାଉ , ଲୋକଙ୍କର ସମସ୍ୟା ସରକାର ଜାଣନ୍ତୁ । ହେଲେ ଏହାରି ଭିତରେ ବି ବିଶ୍ୱାସନୀୟତା ବଂଚି ରହୁ । ନହେଲେ ଲୋକେ ବି କହିଲେଣି କି ସତୀକୁ ସତ କହିଲେ ବାଧେ । ଏକଥା ଏଥିପାଇଁ ଲୋକେ କହୁଛନ୍ତି ଯେ ଯେଉଁ ଗଣମାଧ୍ୟମର ଭାଷ୍ୟକାରମାନେ ଗଳାଫଟାଇ କହୁଛନ୍ତି ଯେ ଆମେ ନିରପକ୍ଷ ଓ ଯାହା ସତ୍ୟ ତାହା ସାମ୍ନାକୁ ଆଣୁଛି , ସେହି ଗଣମାଧ୍ୟମର ପ୍ରତିନିଧିମାନେ ଏବେ ଏହି ଘଟଣାକୁ ଥଣ୍ଡା ମିଜାସରେ ବିଚାର କରନ୍ତୁ କଣ ଭୂଲ କରିଛନ୍ତି ସେମାନେ । ଯେଉଁଥି ପାଇଁ କି ସମାଲେଚନା ଓ କାଠଗଡ଼ାରେ ଛିଡ଼ା ହୋଇଛନ୍ତି ।
ତେବେ ସବୁଠାରୁ ବଡ଼ କଥା ହେଉଛି ରାଜନେତା ଓ ସାମ୍ବାଦିକ ଜଗତ ସହିତ ଜଡ଼ିତ ହୋଇଥିବା କିଛି ସାମ୍ବାଦିକଙ୍କ ବୟାନ । ଯେଉଁମାନେ ବି ଭଲମନ୍ଦ ବିଚାର ନକରି କେବଳ ସବୁକଥାରେ କିଛି ନା କିଛି କହି ଚର୍ଚ୍ଚାରେ ରହିବାକୁ ଚାହୁଛନ୍ତି । ଏହି ଦୁଇଟି ଘଟଣାରେ ଦୁଇଟି ସଂସ୍ଥା ପକ୍ଷରୁ ଯେଉଁ ଖବର ପ୍ରସାରଣ କରାଯାଇଛି ଓ ସେଥିରେ ଯେଉଁନେତା ଓ ସାମ୍ବାଦିକମାନେ ମତ ଦେଇଛନ୍ତି ସେମାନଙ୍କ ମତରୁ ଏହା ସ୍ପଷ୍ଟ ଜଣାପଡ଼ୁଛି । ପ୍ରମୁଖ ଓ ସାମାଜିନ ଗଣମାଧ୍ୟମ ରାଜନୀତିରୁ କେବେ ମୁକ୍ତ ହୋଇପାରିବ ନାହିଁ କି ସମାଜର ଶତ ପ୍ରତିଶତ ମଙ୍ଗଳପାଇଁ ଖବର ପ୍ରସାରଣ କରିପାରିବ ନାହିଁ। ଏହା ହିଁ ସାମ୍ବାଦିକ ଜଗତର ବାସ୍ତବ ସତ୍ୟ । ନିରପକ୍ଷତା କେଉଁଠି ନାହିଁ ତେଣୁ ଗଣମାଧ୍ୟମ ଜଗତରୁ ବି ଏକଥା ଆଶା କରିବା ଠିକ ନୁହେଁ । ତେଣୁ ବିଶ୍ୱସନୀୟତାକୁ ନେଇ ଏବେ ଯେଉଁ ସଙ୍କଟ ସୃଷ୍ଟି ହୋଇଛି ତାହା ଆଗାମୀ ଦିନରେ ଗଣମାଧ୍ୟମ ଜଗତ ସହିତ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତି ବିଚାର ବିମର୍ଷ କରିବା ଉଚିତ । ପ୍ରତିଯୋଗିତା ମୂଳକ ମନଭାଵ ଓ ଟିଆରପି ନିଶାରେ ସେ ଜାଣତରେ ହେଉ କି ଅଜାଣତାରେ ହେଉ ଏମିତି କିଛି ଭୁଲ କରି ବସେ। ଯାହା କି ଅଜାଗା ଘା ପରି । ଏହା ଦେଖି ହୁଏ ନାହିଁ କି ଦେଖେଇ ହୁଏ ନାହିଁ। ନହେଲେ କଥାରେ ଅଛି ଏ ଜନତା , ସବ ଜାନତା ହେଁ । …