ଫିଟ ଇଣ୍ଡିଆ ଶୁଭାରମ୍ଭରେ ଅନଫିଟ୍ ହେଲେ ଦାମ…

- Advertisement -

ଭୁବନେଶ୍ୱର : ଯେଉଁ ଦିନ ସାରା ଭାରତକୁ ଫିଟ ରଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫିଟ ଇଣ୍ଡିଆର ଶୁଭାରମ୍ଭ କଲେ । ଠିକ ସେହିଦିନ ରାଜ୍ୟର ବରିଷ୍ଠ ନେତା ଡ଼ାକ୍ତର ଦାମୋଦର ରାଉତ ବିଜେପି ପାଇଁ ଅନଫିଟ ହୋଇଗଲେ । ଯାହାକୁ ନେଇ ସେ ଖୋଦ ଅସନ୍ତୋଷ ପ୍ରକାଶ କରିଛନ୍ତି । ଦାମ ବାବୁ ଏବେ କାଳେ ଦଳ ପାଇଁ ଅଲୋଡ଼ା ହୋଇଯାଇଛନ୍ତି । କଣ କହିଛନ୍ତି ଦାମ ବାବୁ ବିଜେପି ଦଳ ସର୍ମ୍ପକରେ ପଢ଼ନ୍ତୁ

ଯେଉଁ ଦଳରେ ନୀତି , ଆଦର୍ଶ ନାହିଁ ସେ ଦଳରେ ରହି ଲାଭ କଣ ..?

ନିର୍ବାଚନ ସମୟରେ ମୁଁ ଥିଲେ ଲୋଡ଼ା , ନିର୍ବାଚନ ସରିଗଲାପରେ ମୁଁ ହୋଇଯାଇଛି ଅଲୋଡ଼ା

ଦଳ ମୋତେ ଦୁରେଇ ଦେଲାଣି ମୋ ଫୋନ କୁ ମଧ୍ୟ କେହି ଉଠାଉନାହାନ୍ତି

ବହୁ ଦିନ ନିରବତା ପରେ ଦାମବାବୁଙ୍କ ଏହି ବୟାନ ଏବେ ରାଜ୍ୟ ରାଜନୀତିକୁ ଯେତିକି ପ୍ରଭାବିତ କରିବ ନାହିଁ । ବିଜେପି ପାଇଁ ସେତେ ଅଡ଼ୁଆ ସୃଷ୍ଟି କରିବ । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଦିଲ୍ଲୀ ଯାଇ ବିଜେପି ରାଷ୍ଟ୍ରୀୟ କାର‌୍ୟ୍ୟାଳୟରେ ପଦ୍ମ ଧରିଥିବା ଓଡ଼ିଶାର ଚର୍ଚିତ ନେତା ତଥା ବିଜେପିର ବରିଷ୍ଠ ନେତା ଦାମୋଦର ରାଉତ ବିଜେପିକୁ ନେଇ ଗଣମାଧ୍ୟମ ଆଗରେ ଏପରି ବିଷ ଓଗାଳିଛନ୍ତି । ଯାହା ଓଡିଶା ରାଜନୀତିକୁ ଯେତିକି ହଲଚଲ ନକରିଛି ପଦ୍ମ ଗାଡ଼ିଆ ପାଣିକୁ ସେତିକି ଗରମ କରିଛି ।

୨୦୧୯ ନିର୍ଵାଚନ ପୂର୍ବରୁ ନବୀନଙ୍କ ବିରୁଦ୍ଧରେ ଓ କିଛି ବିଜେଡିର ବଛା ବଛା ନେତାଙ୍କ ବିରୁଦ୍ଧରେ ମନଇଛା ଗାଳି କରିଥିଲେ ଦାମ ରାଉତ ଓ ଦୁର୍ନୀତି । ଭ୍ରଷ୍ଟାଚାରକୁ ମୁଖ୍ୟ ପ୍ରସଙ୍ଗ କରି ଗାଁ ଗାଁ ବୁଲି ନବୀନଙ୍କ ବିରୁଦ୍ଧରେ ବିଷ ଓଗାଳିଥିଲେ । ଯେଉଁଥି ପାଇଁ ବିଜେପି ଏହି ବିଜେଡିର ବରିଷ୍ଠ ନେତାଙ୍କୁ ନିଜ ଦଳରେ ସାମିଲ କରିଥିଲା ଓ ପଦ୍ମ ଧରିବା ଦିନ ଠାରୁ ଦାମ ବାବୁଙ୍କ ତୁଣ୍ଡ ନବୀନ ଓ ବିଜେଡି ନେତାଙ୍କ ବିରୁଦ୍ଧରେ କ୍ଷିପ୍ର ଗତିରେ ଚାଲିଲା । ହେଲେ ଫଳ ସ୍ୱରୂପ ଦାମ ବାବୁ ନିଜ ନିର୍ବାଚନୀ ମଣ୍ଡଳୀରେ ପରାଜୟ ହେଲେ ଓ ନବୀନ ଓ ବିଜେଡି ପଞ୍ଚମ ଥର ପାଇଁ ରାଜ୍ୟରେ ଶାସନ ଭାର ଧରିଲେ ।

୨୦୧୯ ସାଧାରଣ ନିର୍ବାଚନ ପରେ ପରେ ବିଜେଡି-ବିଜେପି ସମ୍ପର୍କ ବେଶ ନିବିଡ ହୋଇଛି ।  କହିବାକୁ ଗଲେ ଉଭୟ ଦଳଙ୍କ ମଧ୍ୟରେ ମେଣ୍ଟର ପୁରୁଣା ପ୍ରେମ ଫେରିଛି ଓ ଯାହାକି ଦାମ ବାବୁଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି । ଯେଉଁଥି ପାଇଁ ସେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ଓ ରାଜନୈତିକ ସମୀକ୍ଷକଙ୍କ କହିବା କଥା ହେଉଛି , ଦାମ ବାବୁ ଯେଉଁ ଦଳରେ ରହନ୍ତି ସେ ଦଳ ବିରୁଦ୍ଧରେ କୁହନ୍ତି । ହେଲେ ବିଜେପକୁ ନେଇ ଦାମ ବାବୁ ଯେଉଁ ଅସନ୍ତୋଷର ନିଆଁ ଢାଳି ଛନ୍ତି ତାହା ପଦ୍ମ ପୋଖରୀକୁ ବେଶ ଗରମ କରିଛି । ଏବେ ଦାମଙ୍କ ଅସନ୍ତୋଷର ନିଆଁକୁ ବିଜେପି ନା ଲିଭାଇ ପାରୁଛି ନା ଆଉ କିଛି ଉପାୟ ବାହାର କରିପାରୁଛି । ଦାମବାବୁଙ୍କ ଏପରି ବୟାନ ଏବେ ସେ ଯେ ଦଳରେ ଅନଫିଟ ହୋଇଛନ୍ତି ଏହା କିଏ କହିବା ପୂର୍ବରୁ ଦାମବାବୁ ନିଜେ ନିଜ ମୁହଁରେ କହିଦେଇଛନ୍ତି । ତେବେ ଅନଫିଟ ଦାମଙ୍କୁ ରାଜ୍ୟ ବିଜେପି ଫିଟ କରିବା ପାଇଁ କିଛି ଉପାୟ ଚିନ୍ତା କରୁଛି ନା ଅନ୍ୟକିଛି ବାଟ ବାହାର କରୁଛି ତାହା ଦେଖିବାର କଥା ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles