ଦେବଗଡ, ୭/୬:ରାଜ୍ୟ ସରକାରଙ୍କ ନିଷ୍ପତିକ୍ରମେ ଆଜି ଠାରୁ ଦେବଗଡ ପୌରାଂଚଳରେ ୧୮-୪୪ ବର୍ଷ ବୟସ ମଧ୍ୟରେ ଥିବା ଜନସାଧାରଣଙ୍କୁ କୋଭିଡ ଟୀକା ପ୍ରଦାନ କରାଯାଇଛି। ଟୀକା ନେବା ପାଇଁ ଯୁବଗୋଷ୍ଠୀ ଙ୍କ ମଧ୍ୟରେ ପ୍ରବଳ ଉସ୍ଛାହ ଥିବା ଆଜି ବିଭିନ୍ନ ଟୀକା କେନ୍ଦ୍ର ରେ ଦେଖିବାକୁ ମିଳିଛି । ଆଜି ରାଜା ବାସୁଦେବ ହାଇସ୍କୁଲ ହଷ୍ଟେଲ ରେ ୩୦୦ଜଣ ଏବଂ ପୁରୁଣାଗଡ଼ ଏମ ଇ ସ୍କୁଲ ରେ ୪୦୦ଜଣ ଟୀକା ନେଇଥିବା ଜଣାଯାଇଛି । ଟୀକାକରଣ ପାଇଁ ସ୍ଲଟ ବୁକିଂ ଗତକାଲି ସନ୍ଧ୍ୟା ୬ଟା ପରଠାରୁ ତିନିଦିନ ପାଇଁ ଆରମ୍ଭ ହୋଇଥିଲା । ମାତ୍ର ଏକଘଣ୍ଟା ମଧ୍ୟରେ ତିନିଦିନ ପାଇଁ ଦୁଇହଜାର ବ୍ୟକ୍ତି ବୁକିଂ କରିଥିଲେ । ପୌରାଂଚଳର ୨ ଟି ସ୍ଥାନରେ ଟୀକାକରଣ ବ୍ୟବସ୍ଥା କରାଯାଇଛି । ପୁରୁଣାଗଡ ସ୍ଥିତ ଧରଣୀଧର ମଧ୍ୟ ଇଂରାଜୀ ବିଦ୍ୟାଳୟ ଏବଂ ଦୈନୀକ ପରିବା ମାର୍କେଟ ପାଖରେ ଥିବା ରାଜା ବାସୁଦେବ ଉଚ୍ଚ ବିଦ୍ୟାଳର ହଷ୍ଟେଲ (ପୁରୁଣା ନବୋଦୟ ବିଦ୍ୟାଳୟ) ପରିସରରେ ଟୀକାକରଣ କରାଯାଉଛି ।ଉଭୟ ଟୀକା କେନ୍ଦ୍ର ରେ ଆଜି ସକାଳୁ ଭିଡ ଦେଖିବା କୁ ମିଳିଥିଲା । ଟୀକା ପାଇଁ ଦୀର୍ଘ ସମୟ ପର୍ଯ୍ୟନ୍ତ ଲାଇନ ରେ ଛିଡା ହୋଇ ରହିବା କୁ ପଡିଥିଲା । ଟୀକା କେନ୍ଦ୍ର ରେ ଏକ ସ୍ବେଚ୍ଛାସେବୀ ସଂଘଟନ ର ସଭ୍ୟ ମାନେ ଶାନ୍ତି ଶୃଙ୍ଖଳା ପାଇଁ ଉପସ୍ଥିତ ଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଧରଣୀଧର ମଧ୍ୟ ଇଂରାଜୀ ବିଦ୍ୟାଳୟ କେନ୍ଦ୍ରରେ ସକାଳ ୮ ଟାରୁ ଅପରାହ୍ନ ୧ଟା ଏବଂ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଠିକାଦାନ କରାଯିବ । ସେହିପରି ରାଜା ବାସୁଦେବ ଉଚ୍ଚ ବିଦ୍ୟାଳୟ ହଷ୍ଟେଲ କେନ୍ଦ୍ରରେ କେବଳ ସକାଳ ୮ ଟାରୁ ୧ଟା ପର୍ଯ୍ୟନ୍ତ ଟୀକା ଦାନ କରାଯିବ । ଏହାସହ ଏହି ଟୀକାଦାନ କେନ୍ଦ୍ରରେ ଅପରାହ୍ନ ୩ ଟାରୁ ୫ଟା ପର୍ଯ୍ୟନ୍ତ ୪୫ ବର୍ଷରୁ ଉଦ୍ଦ୍ୱର୍ ଲୋକଙ୍କୁ ଟୀକାଦାନ କରାଯିବାର ବ୍ୟବସ୍ଥା କରାଯାଇଛି । ତେବେ ୧୮-୪୪ ବର୍ଷ ବୟସର ଲୋକମାନଙ୍କୁ ରାଜ୍ୟସରକାରଙ୍କ ପ୍ରଦତ ଟୀକା ପ୍ରଦାନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି l