() ମଣିଷ ଜୀବନରେ ସବୁ ସମ୍ଭନ୍ଧକୁ ବ୍ୟବସାୟୀକରଣ କରିସାରିଛି l ଏଥିରୁ ବାଦ୍ ପଡ଼ିଲେନି ଭକ୍ତ ଓ ଭଗବାନ l ସାଂସାରିକ ସମ୍ଭନ୍ଧରେ ଦିଆନିଆ ଏକ ନୀତିଦିନିଆ କାର୍ଯ୍ୟ l ଯାହାକି ଭାବହୀନ ଓ ଆଡମ୍ବର ଯୁକ୍ତ l ମଣିଷ ନିଜର ଗରିମା ଓ ପ୍ରତିଷ୍ଠା ବୃଦ୍ଧି ପାଇଁ ଦିଆନିଆ କରନ୍ତି l ଯାହା ଦ୍ଵାରା ପ୍ରାୟତ ସମସ୍ତ ସମ୍ପର୍କରେ ମଧୁରତା ଓ ବିଶ୍ୱସନୀୟତା ହ୍ରାସ ପାଇଛି , କିନ୍ତୁ ସ୍ବାର୍ଥ ପର ମଣିଷ ଏତିକିରେ ସୀମିତ ରହିଲା ନାହିଁ l ଦୁଇପାଦ ଆଗକୁ ଯାଇ ଭକ୍ତ ଓ ଭଗବାନ ମଧ୍ଯରେ କିଣାବିକା ଆରମ୍ଭ କରିଦେଇଛି l
ଈଶ୍ୱର ହେଉଛନ୍ତି ସବୁଠାରୁ ଦୟାଳୁ l ନା ସେ ଚାହାଁନ୍ତି ଅର୍ଥ ନା ମହାଭୋଗ l ସେ କେବଳ ଚାହାଁନ୍ତି ଭକ୍ତି ଓ ଭାବନା l ହେଲେ ଆଜିର ମଣିଷ ଭକ୍ତି ଭାଵନା ଅପେକ୍ଷା ଦିଆନିଆରେ ବେଶୀ ବିଶ୍ୱାସ କରୁଛି l ୨ ଟଙ୍କାର ଦୀପ ଦେଇ ୨କୋଟିର ସମ୍ପତ୍ତି ମାଗୁଛି ଓ ତାହା ସହିତ ପିଲା ଛୁଆଙ୍କ ଚାକିରୀ ଓ ଗାଡି ଫ୍ରି ! ଯେପରି ଭଗବାନଙ୍କ ପାଖରେ ତାର ପୂର୍ବ ଜନ୍ମର ବକେୟା ଥିଲା l ଆଉ କିଏ ତ ବର୍ଷକୁ ଥରେ ମୁଣ୍ଡିଆ ମାରି ସୁନ୍ଦର କନିଆଁ ଓ ବର ମାଗୁଛନ୍ତି l ମଣିଷର ଏ ଅବାସ୍ତବ ଭକ୍ତି ଉଭୟ ଭକ୍ତ ଓ ଭଗବାନଙ୍କୁ ଦ୍ଵନ୍ଦରେ ପକାଇଛି l ଏ ଅଦିନିଆ ଭକ୍ତ ସଂଖ୍ୟା ଏବେ ସମାଜରେ ସର୍ବାଧିକ l ଆଜିର ସମାଜରେ ଭାଗବାନ ଏବେ ଇନସୁୁରାନ୍ସ ସାଜିଛନ୍ତି l ବିପଦରେ ପଡ଼ିଲେ ଯେପରି ମଣିଷ ଇନସୁୁରାନ୍ସ କ୍ଲେମ କରେ ସେହିପରି କେବଳ ଦୁଃଖରେ ଭଗବାନ ଲୋଡା ପଡ଼ୁଛନ୍ତି ସର୍ବାଧିକ ଲୋକଙ୍କର l ଘଣ୍ଟା ଘଣ୍ଟା କେ ଭଗବାନଙ୍କୁ ଦିଆ ଯାଉଛି ଧମକ l ଯଦି ଦାବି ପୂରଣ ନହୁଏ ତେବେ ମନ୍ଦିର ଦୁଆରକୁ ଆସିବୁ ନାହିଁ ବୋଲି କହୁଛନ୍ତି ବର୍ଷକୁ ଥରେ ଆସୁଥିବା ଭକ୍ତ l ତେଣୁ ଏ ବିଡମ୍ବନା ଭକ୍ତି ମାର୍ଗରେ କିଭଳି ବାଧା ସୃଷ୍ଟି କରୁଛି ତାହା ବିଚାର ଯୋଗ୍ୟ l ଏବେ ଭଗବାନଙ୍କୁ ପାଇବାର ଆଶା ନାହିଁ , ଭଗବାନଙ୍କ ଠୁ ପାଇବା ସାର ହୋଇଛି l