ସୁରତ୍ ଠାରେ ‘ପ୍ରବାସୀ କେନ୍ଦ୍ର’ର ଉଦ୍‌ଘାଟନ କଲେ କେନ୍ଦ୍ରମନ୍ତ୍ରୀ…..

- Advertisement -

ସୁରତ୍ ଠାରେ ‘ପ୍ରବାସୀ କେନ୍ଦ୍ର’ର ଉଦ୍‌ଘାଟନ କଲେ କେନ୍ଦ୍ରମନ୍ତ୍ରୀ
ପ୍ରବାସୀ ଓଡିଆଙ୍କୁ ସମସ୍ତ ପ୍ରକାର ସହାୟତା ସହ
ମିଳିବ ସରକାରୀ ଯୋଜନାର ଲାଭ – ଧର୍ମେନ୍ଦ୍ର ପ୍ରଧାନ
ପ୍ରବାସୀଙ୍କ ଦକ୍ଷତା ଅନୁଯାୟୀ ମିଳିବ କାମ ପ୍ରବାସୀଙ୍କ ଜୀବିକାରେ ବୃଦ୍ଧି ଘଟିବ
ପ୍ରବାସୀଙ୍କ ଜୀବନଜୀବିକାକୁ ଉନ୍ନତ କରିବା ପାଇଁ ବଦ୍ଧପରିକର ଭାରତ ସରକାର
ପ୍ରବାସୀଙ୍କୁ ଆତ୍ମନିର୍ଭର କରିବାରେ ବଡ଼ ଭୂମିକା ଗ୍ରହଣ କରିଛି ସୁରତ
ସୁରତ/ଭୁବନେଶ୍ୱର :  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଗୁଜୁରାଟର ସୁରତ ଗସ୍ତ କରିସେଠାରେ ‘ପ୍ରବାସୀ କେନ୍ଦ୍ର’ର ଉଦ୍‌ଘାଟନ କରିବା ସହ ଏହି କେନ୍ଦ୍ର ସହରରେ କାମ କରୁଥିବା ସବୁ ପ୍ରବାସୀଓଡିଆଙ୍କ ସମେତ ଲକ୍ଷାଧିକ ପ୍ରବାସୀଙ୍କୁ ସବୁ ପ୍ରକାରର ସହାୟତା ପ୍ରଦାନ କରିବା ସଙ୍ଗେସଙ୍ଗେ ସରକାରଙ୍କ ବିଭିନ୍ନଯୋଜନାର ଲାଭ ଉଠାଇବାରେ ମଧ୍ୟ ସହାୟକ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ସରକାର ଦେଶରେ ପ୍ରବାସୀଙ୍କ ଜୀବନଜୀବିକାକୁ ଗୁରୁତ୍ୱ ଦେବା ସହ ସେମାନଙ୍କଉନ୍ନତି ପାଇଁ ବଦ୍ଧପରିକର । ଆଜି ଲୋକାର୍ପିତ ହୋଇଯାଇଥିବା ପ୍ରବାସୀ କେନ୍ଦ୍ର ପ୍ରବାସୀ ଶ୍ରମିକମାନଙ୍କର ଏକସବିଶେଷ ରୂପରେଖ ପ୍ରସ୍ତୁତ କରିବା ସହ ସେମାନଙ୍କୁ ସେମାନଙ୍କର ଦକ୍ଷତା ଅନୁଯାୟୀ ଶ୍ରେଣୀଭୁକ୍ତ କରିବ ତଥା କାମପ୍ରଦାନ କରିବ । ଏହା ଦ୍ୱାରା ଭାରତ ସରକାରଙ୍କ ‘ଶ୍ରମଶକ୍ତି’ ସହ ସମ୍ପୃକ୍ତ ଶିଳ୍ପ ସହିତ ସଂଯୋଗ କରିବା ଓ
ପ୍ରବାସୀଙ୍କ ଜୀବିକା ବୃଦ୍ଧି ଏବଂ ସେମାନଙ୍କର ସମ୍ମାନକୁ ସୁନିଶ୍ଚିତ କରିବ । ମାଇଁ ସୁରତ ଦ୍ୱାରା ଏଭଳି ପଦକ୍ଷେପନିଆଯାଇଥିବା ବେଳେ ସହରର ଜୀବନଜୀବିକା କେନ୍ଦ୍ର ସହିତ ସଂଯୋଗ ଥିବା ପ୍ରବାସୀମାନେ ଅଧିକ ଉପକୃତହୋଇପାରିବେ ।କରୋନାର ଆହ୍ୱାନ ପ୍ରବାସୀ ଶ୍ରମିକଙ୍କ ପାଇଁ ପଦକ୍ଷେପ ନେବାର ଉଦ୍ୟମ ତଥା ସେମାନଙ୍କ ଅଧିକାରର ସୁରକ୍ଷା ପାଇଁଭଲ ଯୋଜନା ହେବା ଆବଶ୍ୟକତା ରହିଥିବାର ମାର୍ଗ ଦେଖାଇଛି । ସମଗ୍ର ଭାରତର ପ୍ରବାସୀଙ୍କ ଘର କୁହାଯାଉଥିବାସୁରତ ପ୍ରବାସୀଙ୍କୁ ଆତ୍ମନିର୍ଭର କରିବାରେ ବଡ଼ ଭୂମିକା ଗ୍ରହଣ କରିଛି । ସହରୀ ଯୋଜନା, ନାଗରିକ ସୁବିଧା,
ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସୁରଟ ଏକ ଆଦର୍ଶ ସହର ଭାବରେ ପରିଗଣିତ ହୋଇପାରିଛି । ଆଜି ପ୍ରତିଷ୍ଠା ହୋଇଥିବାପ୍ରବାସୀ କେନ୍ଦ୍ର ଏ ଦିଗରେ ବୃହତ ପଦକ୍ଷେପ ଏବଂ ଆମର ପ୍ରବାସୀଙ୍କୁ ସାମାଜିକ ତଥା ଆର୍ôଥକ ସୁରକ୍ଷା ଦେବାରେଏକ ମଡ଼େଲ ଭାବରେ ଉଭା ହୋଇଛି ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles