()ଜାଣିଜାଣି ସବୁଦିନ ଭୁଲ କରେ ମଣିଷ । ଯାହା କରିବା ଉଚିତ ନୁହେଁ ତାହା କରି ଚାଲିୁଥାଏ । କଣ ପାଇଁ ମଣିଷ ଏପରି ଭୁଲ କରେ । ତାହା ଚିନ୍ତା କରିବା ତ ଦୂରର କଥା, ବଂର ଭୁଲ ଭିତରେ ଠିକର ଠିକଣା ଖୋଜି ତାହାକୁ ପ୍ରମାଣିତ କରିବାକୁ ଚାହେଁ । ଭୁଲକୁ ଠିକ ବୋଲି ପ୍ରମାଣିତ କରିବା ପାଇଁ ଯେତେ ପ୍ରକାର ଯୁକ୍ତି ଓ ଉପାୟ ଆବଶ୍ୟକ ତାହା କରେ । ଏହି ଅଭ୍ୟାସ ଏତେ ମାତ୍ରରେ ବଢିବଢି ଚାଲେ ଯେ ଆମେ ବାଧ୍ୟ ହୋଇ ନିଜର ଜୀବନ ଶୈଳୀରେ ଭୂଲକୁ ଠିକ ଭାବେ ଗ୍ରହଣ କରି ଦୈନିକ ସମୟ କଟାନ୍ତି ।
ସମାଜ ଆଜି ଏପରି ନୀତିରେ ଚାଲିଛି । ଯେଉଁଥି ପାଇଁ ଜଳବାୟୁ ପରିବତ୍ତର୍ନ ଠାରୁ ଆରମ୍ଭ କରି ଜୀବନଶୈଳୀରେ ଆଜି କଣ ଘଟୁଛି , କାହିକିଁ ଘଟୁଛି ତାହାର ଉତ୍ତର କାହା ପାଖରେ ନାହିଁ । ଶୈଶବ ଜୀବନରୁ ବୃଢା ହେବା ଯାଏ ଆମେ ଏମିତି କିଛି ସମୟଚକ୍ରରେ ପେଶୀ ହେଉଛନ୍ତି ।
ସମାଜର ପ୍ରତିଛବି ଭିତରେ ନିଜର ପ୍ରତିଛବିକୁ ଦେଖିବାକୁ ଚାହୁଥିବା ପ୍ରତ୍ୟେକ ମଣିଷ ଠିକ ଭୁଲର ବିଚାର କରିବା ପରିବର୍ତ୍ତେ ନିଜ ଇଚ୍ଛାରେ ନୁହେଁ, ବଂର ଭୁଲ ଚିନ୍ତାଧାରାରେ ନିଜର ଜୀବନ କଟାଉଛି । ଚିନ୍ତା, ଚେତନା, ବୃଦ୍ଧି ଅପେକ୍ଷା ପ୍ରତିଯୋଗିତା ମାଧ୍ୟମରେ ଆଗକୁ ଯିବାର ନିଶା ଘାରିଛି ସଭିଁଙ୍କୁ । ଠିକ କଣ , ଭୁଲ କଣ ତାହା ଜାଣିବା ଓ ବୁଝିବା ପାଇଁ ଯେମିତି କାହା ପାଖରେ ଆଉ ଧର୍ଯ୍ୟ କି ସହନସିଳତା ନାହିଁ ।
ପ୍ରକୃତି ସବୁବେଳେ ଗୋଟେ ଆହ୍ବାନ ଦିଏ ଆମକୁ , ମୁଁ ସ୍ଥିର , ସମୟ ଅନୁସାରେ ମୁଁ ସବୁକିଛି କରେ । ମୁଁ ଠିକ ଓ ଭୁଲର ବିଚାର କଣ ତାହା ବି ବିଚାର କରୁଛି । କେତେବେଳେ ଆଉ କୌଣସି ସମୟରେ ମୁଁ ଭାସିଯାଏ ନାହିଁ l ହେଲେ ସବୁ ଶିକ୍ଷା ପାଇ ବି ମଣିଷ ସମାଜ କିନ୍ତୁ କିଛି ଶିଖିବାକୁ ଚାହୁନାହିଁ । ସିଗାରେଟ ,ମଦ ଓ ମାଦକ ଦ୍ରବ୍ୟ ଉପରେ ଏହା ଖାଇବା ଦେହ ପାଇଁ କ୍ଷତିକାରକ ବୋଲି ବଡ଼ ବଡ଼ ଅକ୍ଷରରେ ଲେଖା ଯାଇଛି । ହେଲେ ମୂର୍ଖ ତ ମୁର୍ଖ , ଅଧିକାଂଶ ଉଚ୍ଚଶିକ୍ଷତ ବ୍ୟକ୍ତିମାନେ ଏସବୁ ମାଦକ ଦ୍ରବ୍ୟକୁ ଖାଇବାକୁ ବେଶୀ ପସନ୍ଦ କରନ୍ତି । ଜଳ ହିଁ ଜୀବନ, ନିଶ୍ବାସ ପାଇଁ ଗଛର ଆବଶ୍ୟକ , ପଶୁପକ୍ଷୀଙ୍କ ଠାରୁ ଆରମ୍ଭ କରି କୀଟପତଙ୍ଗ ଯାଏ ପୃଥିବୀରେ ସଭିଁଏ ବଂଚିଲେ ସମାଜର ସନ୍ତୁଳନ ରହିବ । ଏକଥା ଆମେ ପିଲାଦିନୁ ଜାଣିଛେ , ହେଲେ ଏହାକୁ କାମରେ ଲଗାଇବା ପାଇଁ ଯେମିତି କାହା ପାଖରେ ସମୟ ନାହିଁ । କେବଳ ଉପଦେଶ, ଭାଷଣବାଜି ଭିତରେ ସଭିଁଏ ମାତିଛନ୍ତି ।
ଭୁଲ ହେଲେ ଠିକ ହେବ । ହେଲେ ଜାଣିଜାଣି ମଣିଷ ଯେ ପ୍ରତ୍ୟେକ ଦିନ ଏମିତି ଭୁଲ କରୁଛି ଯେ ତାହା ନିଜକୁ ଓ ପୁରା ସମାଜକୁ ଦିଗହରା କରିଛି । ତେଣୁ ଏବେ ସମୟ ଆସିଛି ଯାହା ଭୁଲ କରିଛନ୍ତି ତାହାକୁ ସୁଧାରିବା ପରିବର୍ତ୍ତେ ଆଗକୁ ଯେମିତି ଏପରି ଭୁଲ ହେବ ନାହିଁ କେଉଁଠି , କେଉଁ ପରିସ୍ଥିତିରେ ସେଥିପ୍ରତି ସଚେତନ ହେବାର ସମୟ ଆସିଛି । ନେହେଲେ ଜୀବନ ସାରା ନିଜ ମନକୁ ନିଜକୁ ପଚାରୁଥିବ ଏ ଭୁଲ କାହିକିଁ l