() ଜୀବନ ସବୁବେଳେ ସଂଘର୍ଷମୟ । ଜୀବନଟା ଲମ୍ବା ନୁହେଁ, ବଂର ମହତ୍ୱ ହେବା ଦରକାର । ଅଧିକ ବର୍ଷ ବଂଚି ରହିବା ଯେତିକି ଗୁରୁତ୍ୱ ନୁହେଁ, ସମାଜ ପାଇଁ କିଛି ଭଲ କାମ କରି ସଭିଁଙ୍କ ହୃଦୟ ଜିଣିବା ହେଉଛି ସବୁଠାରୁ କନିଷ୍ଠ ପରୀକ୍ଷା । ମୁଁ ନୁହେଁ, ଆମେ ନୀତିକୁ ଗ୍ରହଣ କରିବା ଓ ମାନବସେବା ହିଁ ମାଧବସେବା ଏହି ଭାବନା ମନରେ ରହିବା ଦରକାର । ତାହାହଲେ ଆମ ଜୀବନ ସୁଖି ଓ ସରଶ ଓ ସାର୍ଥକ ବୋଲି ଆମେ କହିପାରିବା ।
ଜୀବନ ସଂଗ୍ରାମରେ ଅନେକ କଥା କହିହୁଏ । ଅନ୍ୟକୁ ବହୁତ କଥା ପରାମର୍ଶ ଦେଇହୁଏ । ଅନେକ ପରିବର୍ତ୍ତନ ଆଣିବା ପାଇଁ ଭାଷଣ ବାଜି ବି କରିହୁଏ ।ବାହାଦୁରୀ ପଣ ମଧ୍ୟ ଦେଖାଇ ହୁଏ । କିଛି ନକରି ପ୍ରଚାର ଓ ପ୍ରସାର ମଧ୍ୟ ଭଲଭାବରେ କରି ହୁଏ । ହେଲେ ଏସବୁ ରେ କଣ ଥାଏ ଶାନ୍ତି ଓ ତୃପ୍ତି । ଲୋଭ,ମୋହ,ମାୟା ଜାଲ ଛଡ଼ା ଏହା ଆଉ କିଛି ନୁହେଁ । ତେବେ ବଂଚିବା କେମିତି । କଣ କଲେ ଆତ୍ମ ତୃପ୍ତି ମିଳିବ ଓ ଜୀବନ ସାର୍ଥକ ହେବ । ଏହାର ସହଜର ଉତ୍ତର ନିଜେ ଖୁସିରେ ବଂଚ ଓ ଅନ୍ୟକୁ ଖୁସିରେ ବଂଚିବାକୁ ଦିଅ ।
ସେଦିନ ସକାଳେ ସୁଦୀପ୍ତ ଏକଥା ଭାବି କିଛି ସମୟ ନିରବ ରହିଲା । ମନେ ମନେ ବିଚାର କଲା ମୁଁ କଣ କରୁଛୁି ଓ କଣ କରିବା ଦରକାର । ଏହାର ବାଛ ବିଚାର କରିବା ପରିବର୍ତ୍ତେ ସକାଳୁ ରାତି ଯାଏ ସେ ନିଜ କାମର ସମୀକ୍ଷା କଲା । ୨୪ ଘଣ୍ଟାରେ ସେ ନିଜ ପାଇଁ କେତେ ସମୟ ଦେଉଛି । ନିଜ ପାଇଁ ଅର୍ଥାତ ନିଜର ଶରୀର, ନିଜ ପରିବାର, ନିଜର ଚାକିରୀ ଓ ନିଜ ସ୍ୱାର୍ଥ ସହ ଜଡ଼ିତ ଥିବା ବିଭିନ୍ନ କାମ କରୁଛି ସେ । ଭଲ ରୋଜଗାର କରୁଛି, ପରିବାର ସହ ରହୁଛି , ସାଙ୍ଗସାଥିଙ୍କ ସହ ସମୟ କଟାଉଛି ଓ ସବୁ ସୁଖ ମଧ୍ୟ ପାଉଛି । ଭଗବାନ ତାକୁ କେଉଁଥୀରେ ଅଭାବ କରିନାହାନ୍ତି । ହଲେ ଅଭାବ କେବଳ ଏମିତି ଯେ ସେ ନିଜ ପରିବାର, ନିଜର ସାଙ୍ଗସାଥୀ , ପଡ଼ୋଶୀ ଛାଡିଦେଲେ ଆଉ କାହା କଥା କେବେ ଚିନ୍ତା କରିନାହିଁ । ମୋଟାମୋଟି ଭାବେ କହିବାକୁ ଗଲେ ଆପେ ବଂଚିଲେ ବାପାର ନାଁ ସେହି ନୀତିରେ ତାର ଜବୀନ କଟୁଛି ।
ହେଲେ ସେଦିନ ସକାଳେ ସୁଦୀପ୍ତ ଦେଖିଲା ଯେ ଜଣେ ପାଗଳ ଗୋଟେ ଚା ଦୋକାନରେ ଖାଇବା ପାଇଁ ଆଉଟ ପାଉଟ ହେଉଥିଲା, ଗୁହାରୀ କରୁଥିଲା ପାଉଁରୁଟି ଟିଏ ଖାଇବା ପାଇଁ । ଚା ଦୋକାନି ବି ଭାରୀ ଦୟାଳୁ ସେ କାଳ ବିଳମ୍ବ ନକରି ପାଗଳକୁ ବିନା ପଇସାରେ ପାଉଁରୁଟି ଟିଏ ଦେଲା । କିଛି ବାଟ ଯାଇଁ ପାଗଳଟି ରାସ୍ତା କଡ଼ରେ ଶୁଖିଲା ପାଉଁରୁଟି ଖାଇଲା । ହଠାତ ଗୋଟିଏ କୁକୁର ତା ପାଖରେ ପହଞ୍ଚିଲା । ପାଗଳଟି ଆଉ ନିଜେ ପାଉଁରୁଟି ନଖାଇ କୁକୁରକୁ ପାଉଁରୁଟି ଦେଲା ଖାଇବା ପାଇଁ । ଏହା ଦେଖି ସୁଦୀପ୍ତ ଆଶ୍ଚର୍ଯ୍ୟ ହେଲା । ଭୋକିଲା ପାଗଳଟି ନିଜେ ନଖାଇ କୁକୁରକୁ ଖାଇବାକୁ ଦେବା ଘଟଣାକୁ ସେ ହାଲକା ଭାବେ ନେଲା । ଭାବିଲା ପାଗଳଟା କଣ ଜାଣିପାରୁଛି ପାଉଁରୁଟି ତାର ଆବଶ୍ୟକ ନା କୁକୁରର । ଏମିତି ସେ ବଂଞ୍ଚୁଛି । ସବୁଜାଣି , ସବୁ ଥାଇ ଯଦି କାହା ପ୍ରତି ଦାୟା ନାହିଁ, ପ୍ରେମ ନାହିଁ, ଭଲପାଇବା ନାହିଁ, ସହଯୋଗ ନାହିଁ, ସମାଜ ସେବାରେ ମନନାହିଁ , ଆଧ୍ୟ୍ୟତ୍ମିକ ଭାବନା ନାହିଁ , ତାହାଲେ ତା ଯିଏ ନାହିଁ ସିଏ କହିବ ‘ ଏ କି ବଂଚିବା’ …