କେରଳ : ମଣିଷ ସୃଷ୍ଟିର ଶ୍ରେଷ୍ଠ ପ୍ରାଣୀ। କାରଣ ତାର ବିଚାର ଶକ୍ତି ଅଛି।ଯେତେବେଳେ ମଣିଷ ତାର ଏ ବିଚାର ଶକ୍ତି ହରେଇ ବସେ , ସେ ପଶୁଠାରୁ ମଧ୍ୟ ହୀନ ହୋଇଯାଏ। ନିଜକୁ ମନୁଷ୍ୟ କହିବାର ଅଧିକାର ,ସେ ହରେଇ ବସେ। ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। କେରଳ ପଲାକ୍କଡ ଜିଲ୍ଲାରୁ। କିଛି ଖଳ ପ୍ରକୃତିର ଲୋକ ଗୋଟେ ମାଈ ହାତୀକୁ ସପୁରୀ ଭିତରେ ବାଣ ଭରି କରି ଖାଇବାକୁ ଦେଇଥିଲେ। ସପୁରୀକୁ ହାତୀ ଖାଦ୍ୟ ଭାବି ଖାଇଥିଲା। ପରବର୍ତ୍ତୀ ସମୟରେ ବାଣ ପେଟରେ ବିସ୍ଫୋରଣ ହେବାରୁ ତାର ମୃତ୍ୟୁ ହୋଇଛି।
ସେ ତ ପଶୁ ଥିଲା ସହଜରେ ମଣିଷକୁ ବିଶ୍ୱାସ କରିଗଲା। ହେଲେ ଏ ନିଷ୍ଠୁର ମଣିଷ ତାକୁ ବିଶ୍ୱାସରେ ବିଷ ଦେଇଦେଲା। କେରଳ ପଲାକ୍କଡ ଜିଲ୍ଲାକୁ ଏକ ହାତୀ ଚାଲି ଆସିଥିଲା । ସେହି ସମୟରେ ସେ ଅଞ୍ଚଳର କିଛି ଲୋକ ସପୁରୀ ଭିତରେ ବାଣ ଭରିକରି ହାତୀକୁ ଖଇବାକୁ ଦେଇଥିଲେ।ଆଉ ସେହି ସପୁରୀ ଖାଇବା ପରେ ହାତୀର ପାଟିରେ ବିସ୍ଫୋରଣ ହୋଇଥିଲା । ହାତୀକୁ ବହୁତ କଷ୍ଟ ହୋଇଥିଲା ।ଫଳରେ ସେ କଷ୍ଟକୁ କମେଇବା ପାଇଁ ପାଣି ଭିତରକୁ ପଶି ଯାଇଥିଲା।ପାଣି ଭିତରୁ ହାତୀକୁ ବାହାର କରିବା ପାଇଁ ବନବିଭାଗ ଦୁଇଟି ପୋଷା ହାତୀ ଆଣି ଉଦ୍ୟମ କରିଥିଲା । ହେଲେ ହାତୀ ଆଉ ପାଣି ଭିତରୁ ବାହାରିନଥିଲା ।ଆଉ ଶେଷରେ ଯନ୍ତ୍ରଣାରେ ଛଟପଟ ହୋଇ ଆଖିବୁଜି ଦେଲା । ପୋଷ୍ଟମର୍ଟ ପରେ ଜଣାପଡ଼ିଲା, ମାଈ ହାତୀଟି ଗର୍ଭବତୀ ଥିଲା । ଯାହାକୁ ନେଇ ପଶୁପ୍ରେମୀଙ୍କ ମଧ୍ୟରେ କ୍ଷଭ ପ୍ରକାଶ ପାଇଛି। ଏହାସହ ଦୋଷୀଙ୍କୁ କୋଠର ଦଣ୍ଡ ଦେବା ପାଇଁ ଦାବି ହୋଇଛି।