() କିଏ କହେ ମଣିଷ ସ୍ବାର୍ଥପର । କିଏ କହିଲା ଆମ ଭିତରେ ନାହିଁ ମଣିଷ ପଣିଆ । ଏସବୁ ତ କେବଳ ଶୁଣିବା ଓ କହିବା ପାଇଁ । ଆଜି ବି ମଣିଷ ଭିତରେ ଲୁଚି ରହିଛି ମଣିଷପଣ । ଯାହା ଗତ କାଲି ରାଜ୍ୟର ଜଣେ ଯୁବ ସାମ୍ବାଦିକଙ୍କ ମୃତ୍ୟୃ ପରେ ସାମାଜିକ ଗଣମାଧ୍ୟମ ଠାରୁ ଆରମ୍ଭ କରି ବଡ଼ବଡ଼ ଗଣମାଧ୍ୟମ ଓ ସାଧାରଣ ଲୋକଙ୍କ ମନଭାବରୁ ପ୍ରମାଣ ମିଳିଛି । ହେଲେ ଏସବୁ ଶୁଣିବା ପାଇଁ କି ଦେଖିବା ପାଇଁ ଉକ୍ତ ସାମ୍ବାଦିକ କିନ୍ତୁ ଆାଜି ଦୁନିଆରେ ନାହିଁ । ଅଫେରାରାଇଜକୁ ଗଲା ପରେ ଏମିତି ଘଟଣା ଘଟିବ ତାଙ୍କୁ ନେଇ ସେ ବି କେବେ ଚିନ୍ତା କରିନଥିବେ । ମାଲକାନାଗିରି ଠାରୁ ଆରମ୍ଭ କରି କୋରାପୁଟ , ଯାଜପୁର , ବ୍ରହ୍ମପୁର, ବାଲେଶ୍ବରରୁ ପୁରୀ । ସାମ୍ବାଦିକ ଜଣଙ୍କ ଭୂପ୍ରଶଂସା କରାଯାଉଛି । ଏଥିପାଇଁ ସେ ହକଦାର ବି । କାରଣର ସମାଜର ସେବା ପାଇଁ ଜନ୍ମନେଇଥିବା କେନ୍ଦୁଝର ଏହି ସୁନାପୁଅ ଆଜି ପୁରା ଓଡ଼ିଶାର ସୁନାପୁ୍ଅ ସାଜିଛି । ନିଜର ସାମ୍ବାଦିକ କ୍ୟାରିୟର ଆରମ୍ଭରୁ ଯୁବ ସାମ୍ବାଦିକ ଜଣଙ୍କ ଅନେକ ଦୁସାହସିକ କାମ କରିଛନ୍ତି । ହେଲେ ସେ କଥା କିଛି ହାତ ଗଣତି ଲୋକଙ୍କୁ ଛାଡ଼ିଦେଲେ ବୋଧେ ଆଉ କିଏ ଜାଣନ୍ତିନି । ତାଙ୍କ ମୃ୍ତ୍ୟୁ ପରେ ହଠାତ ସାମାଜିକ ଗଣମାଧ୍ୟମରେ ପ୍ରତିଯୋଗିତ ଆରମ୍ଭ ହୋଇଛି । ତାହା ପୁଣି ପ୍ରଶଂସା , ସମାଲୋଚନା ଓ ବିତର୍କରେ । ପ୍ରତ୍ୟେକ୍ଷ ହେଉ ଅବା ପରୋକ୍ଷରେ ସଭିଁଏ କିଛି ନା କିଛି କହୁଛନ୍ତି । ବର୍ତ୍ତମାନ ଆମ ସାମାଜର ଏହା ନୀତିରେ ପରିଣତ ହୋଇଛି ।
କେବଳ ଏହି ଯୁବ ସାମ୍ବାଦିକ ନୁହନ୍ତି, ସମାଜର ଅନେକ ପ୍ରତିଷ୍ଠିତ , ପ୍ରତିଭାବାନ ବ୍ୟକ୍ତି ମୃତ୍ୟୁ ହେବା ପରେ ଏହି ସମାଜ ତାଙ୍କୁ ଚିହ୍ନେ ଓ ଜାଣେ । ଆଉ ତାକୁ ପ୍ରଶଂସା କରେ । କାରଣ ସେମାନେ କ୍ଷମତାଶାଳୀ, ଧନୀଶାଳୀ କି ପ୍ରଭାବଶାଳୀ ନୁହନ୍ତି । ଯେଉଁଥି ପାଇଁ ମଲା ପରେ ଏପରି ସୁନାପୁଅଙ୍କୁ ଲୋକେ ଚିହ୍ନନ୍ତି । ଯେମିତି ବଂଚିଥିବା ଅବସ୍ଥାରେ ବାପା-ମାଆଙ୍କ ବୁଦ୍ଧାଶ୍ରମରେ ପୁଅ ଝିଅ ଛାଡ଼ିଦେଇ ଆସନ୍ତି ,ଆଉସେହିବାପାଙ୍କ ଅସ୍ତି ବିଶଜର୍ନ କରିବା ପାଇଁ ଗଙ୍ଗା ଓ ଆଉ ଅନ୍ୟ ଜାଗାକୁ ଯାଆନ୍ତି । ଆରେ କିଏ ସେ ଏସବୁ ଚାହେଁ, ଯିଏ ବ୍ରତ କରିଛି ସେବାପାଇଁ , ଯାହାର ଜନ୍ମ ସହିଦ ହେବା ପାଇଁ େସ କିନ୍ତୁ ଏସବୁ ଚାହେନି । କାରଣ ସେ ନିଜ ଉପରେ ଭରଷା ଓ ବିଶ୍ବାସ କରି ବଂଚେ ଓ ମରେ ସମୟର ଡ଼ାକରାରେ। ସେ କାହାର ପ୍ରତିଭା ଓ ପ୍ରଶଂସା ବି ଜୀବିତ ଅବସ୍ଥାରେ ଚାହିନି , କି ମଲାପରେ ସେ ତୁଚ୍ଛ କଥାକୁ ଚାହେନି । ସେ ତ ଏ ସଂସାରକୁ ଯାହା କରିବା ପାଇଁ ଆସିଥିଲା , ତା କରିକି ଯାଇଛି । ଯାହା କାହାର ପ୍ରଶଂସା କି କାହାର ନିନ୍ଦାରେ କେବେ ଲୁଚିବ ନାହିଁ , କି ଚକ୍ ଚକ୍ କରିବ ନାହିଁ ।
ହଁ ଏକଥା ତ ଅଧିକାଂଶ ଲୋକଙ୍କୁ ଏ ସମାଜ ଜୀବିତ ଅସ୍ଥାରେ ଜାଣିପାରେ ନାହିଁ । ଯେତେବେଳେ ସହଯୋଗ ଦରକାର ସେତେବେଳେ ତାହାକୁ ସହଯୋଗ କେହି କରନ୍ତିନି । ହେଲେ ଯେତେବେଳେ କିଛି ଆବଶ୍ୟକ ନାହିଁ, ସେତେବେଳେ କିନ୍ତୁ ଅନେକ ଆଗଭର ହୁଅନ୍ତି ସବୁ କିଛି କରିଦେବା ପାଇଁ ।
େତଣୁ ସ୍ରୋତରେ ନୁହେଁ, ବାସ୍ତବ ସହ ଚାଲ, ନିଜେ ବଂଚିବା ଓ ଅନ୍ୟକୁ ବଂଚିବାକୁ ଦେବା । ଆଧୁନିକତାର ମାୟାଜାଲ, ଛଳନା ଭିତରେ ଭଲପାଇବା, ପ୍ରଶଂସା ଓ ନିନ୍ଦାର ବୁଢିଆଣୀ ଜାଲରେ ନିଜକୁ ନଛନ୍ଦି ନିଜର ଵୁଦ୍ଧି ଓ ବିବେକ ଖଟାଇ ନିଜର ବିଚାରଧାରା ବଦଳାଇବା । ନହେଲେ ଜୀବନ ସାରା ମନକୁ ଗୋଟେ ପ୍ରଶ୍ନ ଆସୁଥିବ ଏମିତି କାହିକିଁ ହୁଏ ।