ମୟୁରଭଞ୍ଜ : ସାଧାରଣତଃ ସମସ୍ତେ ନିଜର ଜନ୍ମଦିନକୁ ପ୍ରିୟ ଜନଙ୍କ ସହ ଧୁମଧାମରେ ମନାଇଥାନ୍ତି।ତାଙ୍କ ପାଇଁ ବି ଆଜି ସେମିତି ଏକ ଦିନ ଥିଲା । ହେଲେ ସେ ସେମିତି କିଛି ବି କଲେ ନାହିଁ। କେମିତି ବା କରିଥାନ୍ତେ। ସେ ତ ନିଜ ଜୀବନକୁ ଅନ୍ୟ ପାଇଁ ସମର୍ପିତ କରିଦେଇଛନ୍ତି। ଅନ୍ୟର ଦୁଃଖରେ ଦୁଃଖୀ ହେବା ତାଙ୍କ ପରିଚୟ। ସେଥିପାଇଁ ସେ ଆଜି ନିଜର ଜନ୍ମଦିନ ନିଜ ଲୋକଙ୍କ ସହ ପାଳନ କରିନାହାନ୍ତି। ବରଂ ଦେଶ ପାଇଁ ଜୀବନ ଦେଇଥିବା ସହିଦଙ୍କ ପରିବାରର ଦୁଃଖରେ ଭାଗିଦାରୀ ହୋଇଛନ୍ତି।
ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ।ଆଜି ତାଙ୍କ ୪୮ ତମ ଜନ୍ମ ଦିବସ। ସେ ଆଜିର ଏହି ଦିନରେ ସହିଦ୍ ନନ୍ଦୁରାମ ସୋରେନଙ୍କ ଘରକୁ ଯାଇଥିଲେ ।ତାଙ୍କ ଦୁଃଖରେ ସହଭାଗୀ ହେବାପାଇଁ। ଏହାସହ ତାଙ୍କ ୩ ଝିଅର ଦଶମ ପଢିବା ଯାଏଁ ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ପରିବାର ଚାଲିବା ପାଇଁ ଆର୍ଥିକ ସାହାର୍ଯ୍ୟ ମଧ୍ୟ କରିଛନ୍ତିl ନବୀନଙ୍କ ଅତି ଘନିଷ୍ଠ ଓ ଯୁବ ସମାଜର ପ୍ରେରଣାର ଉତ୍ସ ପ୍ରଣବ ଏପରି ମନ ଭାଵ ସବୁ ମହଲରେ ପ୍ରଶଂସା କରାଯାଇଛି l ଖାସ ସେଥିପାଇଁ ସାରା ଓଡିଶାରେ ଆଜି ତାଙ୍କ ଜନ୍ମଦିନରେ ବିଭିନ୍ନ ସେବା ମୂଳକ କାର୍ଯ୍ୟକ୍ରମ କରଯାଇଛି l