ଭୁବନେଶ୍ୱର : ବିଦ୍ୟୁତ ଦର OERC ନିର୍ଦ୍ଧାରଣ କରନ୍ତି। ଶେଷ ଥର ପାଇଁ 2013-14 ରେ ଦର ବଢିଥିଲା। ଗତ 7 ବର୍ଷ ଯାଏ ବଢି ନଥିଲା। ହେଲେ ଏ ଦର ବୃଦ୍ଧି BPL କି ଚାଷୀଙ୍କ ପାଇଁ ନୁହେଁ। ଏହା କେବଳ ଘରୋଇ ଓ ବ୍ୟବସାୟୀକ ପ୍ରତିଷ୍ଠାନ ପାଇଁ ଯେଉଁମାନେ 50 ୟୁନିଟରୁ ଅଧିକ ବ୍ୟବହାର କରୁଛନ୍ତି। କୋବିଡ଼ ସମୟରେ କେନ୍ଦ୍ର ସରକାରଙ୍କ NTPC, NHPC ଓ PGCIL ପ୍ରାୟ 68 ପଇସା ଦର ବଢ଼ିଛନ୍ତି। ଏହି ତୁଳନାରେ 20 ପଇସା ବଢ଼ାଇବା କେବଳ 4 ପ୍ରତିଶତ। ଉତ୍ପାଦନ, distribution ଓ transmission ସଂସ୍ଥାଙ୍କ ଦ୍ଵାରା ଗ୍ରୀଡ଼ ପହଞ୍ଚେ GRIDCO ପାଖକୁ। GRIDCO ଅନୁଧ୍ୟାନ ପରେ ଦିଆଯାଇଥାଏ। Aggregate Revenue Estimate ପାଇଁ OERC ଅନୁଧ୍ୟାନ କରି ନିଷ୍ପତ୍ତି ନିଅନ୍ତି। ଦେଶର ଗୋଟିଏ ରାଜ୍ୟକୁ ଛାଡ଼ିଲେ ଆମ ବିଦ୍ୟୁତ ଦର କମ। 2020 ମସିହାରେ GRIDCOକୁ 8275 କୋଟି ଟଙ୍କା ଆବଶ୍ୟକତା କରୁଛି। ବିତରଣ କଂପାନୀଙ୍କ ଠାରୁ 7615 କୋଟି ମିଳିବା ନିର୍ଦ୍ଧାରଣ ହୋଇଛି। ବାକି 660 କୋଟି ଆସିବ କେମିତି ? 2000 ମସିହାରେ ଓଡ଼ିଶା 1700 ମେଗାୱାଟ ବିଜୁଳି ଉତ୍ପାଦନ କରୁଥିଲା। ଏବେ ଏହା ବଢି 4500 ମେଗାୱାଟ ହୋଇଛି। 2000 ମସିହାରେ 16 ଲକ୍ଷ ବିଜୁଳି connection ଦିଆଯାଇଥିଲା। ଯାହା ଏବେ ବଢି 90 ଲକ୍ଷ ହୋଇଛି। ପ୍ରତି BPL ପରିବାରକୁ ବିଜୁଳି ସଂଯୋଗ ହୋଇଛି। ପୂର୍ବରୁ 50 ପ୍ରତିଶତ ଟ୍ରାନ୍ସମିଶନ loss ହେଉଥିଲା। ଏବେ ଏହା ବହୁତ କମିଛି। transformer ଓ ଅନ୍ୟାନ୍ୟ ବିଦ୍ୟୁତ ଉପକାରଣର upgradation ହୋଇଛି। october ପହିଲାରୁ ନୂତନ ଦର ଲାଗୁ ହେବ। ଗୃହରେ ଏହି ବିବୃତି ରଖିଛନ୍ତି ଶକ୍ତି ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର।
ସେପଟେ ମାଧ୍ୟମରେ ସରକାର ଏହି ବଢାଇଛନ୍ତି। ଯଦି ବଢି ନଥିଲା, ଆଉ ଏକ ବର୍ଷ ବଢ଼ାଇ ନଥାନ୍ତେ। କୋବିଡ଼ ସମୟରେ କାହିଁକି ବୃଦ୍ଧି କଲେ। ବିତରକ ଶିଳ୍ପ ସଂସ୍ଥା ଉପରୁ ବାକି ବିଲ କାହିଁକି ଆଦାୟ କରୁ ନାହାନ୍ତି ? କରନା ସମୟରେ ବୃଦ୍ଧି ଲୋକ ବିରୋଧୀ। କେନ୍ଦ୍ର ସରକାର 84 କୋଟି ରିହାତି ଦେଇଛନ୍ତି। ଏଠି କାହିଁକି ନୁହେଁ? ଏହା ଗରିବ ପ୍ରତି ଅନ୍ୟାୟ। ଆବଶ୍ୟକ ପଡ଼ିଲେ, ଆର ବର୍ଷ ବଢ଼ାନ୍ତୁ। ମୋହନ ମାଝୀ ବିରୋଧୀ ଦଳ ମୁଖ୍ୟ ସଚେତକ
ଏଥରେ BPL ଉପରେ ଛାଡ ହୋଇନି। ଏହା ଡ୍ରାମା। ମଧ୍ୟବିତ୍ତ ପରିବାର ଓ ବ୍ୟବସାୟିଙ୍କ ତଂଟି କାଟିବାକୁ ହୋଇଛି। ବଡ଼ ଶିଳ୍ପପତିଙ୍କ ଦର ବଢିନି। ସେମାନଙ୍କ ଠାରୁ ଏମାନେ ଟଙ୍କା ନିଅନ୍ତି ବୋଲି OERC ଜରିଆରେ ବଢାଇଛନ୍ତି।ତାରା ବାହିନୀପତି କଂଗ୍ରେସ ବିଧାୟକ l