( )ଅନ୍ୟ ଦେଶରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଟୀକାକରଣ ଅଧିକ ତ୍ୱରାନ୍ୱିତ କରାଯାଉଛି। ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୮୨ ଲକ୍ଷ ଡୋଜ ଟୀକା କରଣ ସରିଲାଣି। ପ୍ରଥମ ଡୋଜ ୨ କୋଟି ୬୧ ଲକ୍ଷ ୧୮ ହଜାର ୭୦୪ଜଣ ନେଇଛନ୍ତି। ଦିତୀୟ ଡୋଜ ନେଇଛନ୍ତି ୧ କୋଟି ୨୧ ଲକ୍ଷ ୪୦ ହଜାର ୮୨୩ ଜଣ। ବର୍ତ୍ତମାନ ସୁଦ୍ଧା ୪୬ ଲକ୍ଷ ଡୋଜ ଟୀକା ମହଜୁଦ ଅଛି। ୮୦ ପ୍ରତିଶତ ପ୍ରଥମ ଡୋଜ ସରିଛି। ଯେଉଁ ମାନଙ୍କର ଦିତୀୟ ଡୋଜ ସମୟ ହେଲାଣି ସେମାନଙ୍କୁ ଟୀକା ଦେବାକୁ ଗୁରୁତ୍ୱ ଦିଆଯାଉଛି। ଗତକାଲି ଟୀକାକରଣ କ୍ଷେତ୍ରରେ ଓଡିଶା ଆଗରେ ରହିଛି। ଦେଶରେ୫ ଲକ୍ଷ ଭଳି ଟୀକାକରଣ ହୋଇଥିବା ବେଳେ ରାଜ୍ୟରେ କେବଳ ୧ ଲକ୍ଷ ୫୪ ହଜାର ଡୋଜ ଟୀକାକରଣ ହୋଇଛି। ୟୁରୋପିଆନ ଦେଶରେ ବ୍ୟାପକ ଟୀକାକରଣ ପରେ ବି ସଂକ୍ରମଣ ବଢୁଛି।ଦୁଇ ଡୋଜ ଟୀକା ନେବା ପରେ ବି କୋଭିଡ ନିୟମ ମାନିବାକୁ ପଡିବ। ପ୍ରାୟ ଦୁଇ ସପ୍ତାହ ହେବ ପ୍ରଥମ ଡୋଜ ଅପେକ୍ଷା ଦିତୀୟ ଡୋଜ ଅଧିକ ଟୀକାକରଣ ହେଉଛି।
ବାଇଟ-ବିଜୟ ପାଣିଗ୍ରାହୀ,ପରିବାର କଲ୍ୟାଣ ନିର୍ଦେଶକ