() ଜୁଲାଇରୁ ଓଡ଼ିଶାରେ ଲୋକଙ୍କୁ ବିଜୁଳି ବିଲ୍ ଦେବାକୁ ପଡ଼ିବ ନାହିଁ, l ବରିଷ୍ଠ ବିଜେଡି ନେତା ଏହି ଘୋଷଣା କରିଛନ୍ତି l ନବୀନ ବାବୁ ମାଗଣା ବିଜୁଳି ଦେଉଛନ୍ତି ବୋଲି ଶୁଣି ବିରୋଧୀଙ୍କୁ କରେଣ୍ଟ ଲାଗିଗଲାଣି, ସେମାନେ କହୁଛନ୍ତି ଆମେ ସୋଲାର ପାନେଲ ଦେବୁ ।•ଜୁନ ୯ ତାରିଖ ୧୧.୩୦ ରୁ ୧.୦୦ ମଧ୍ୟରେ ନବୀନ ପଟ୍ଟନାୟକ ପୁନର୍ବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ, ସନ୍ଧ୍ୟାବେଳେ ନିର୍ବାଚନ ଇସ୍ତାହାର ମନ୍ତ୍ରୀମଣ୍ଡଳରେ ପାସ୍ ହେବ l
୨୦୧୪, ୨୦୧୯ରେ ମିଛ କଥା କହି, ମିଛ ପ୍ରତିଶ୍ରୁତି ଦେଇ ବିଜେପି କ୍ଷମତାକୁ ଆସିଲେ, କହିଥିଲେ ତେଲ ଦର କମେଇବା ପାଇଁ, ତେଲଦର କମୁଛି କି ? ଏଲ୍.ପି.ଜି. ଦର କମୁଛି କି ? ବିଜେପି ସରକାର କଥା ସହିତ ଦରଦାମ ବି ବଢ଼ି ଚାଲିଛି ।ଵହୁତ ବଡ଼ ବଡ଼ ନେତା ବର୍ତ୍ତମାନ ଓଡ଼ିଶାକୁ ଆସୁଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ପ୍ରଚାର କରିବା ପାଇଁ, ଆମ ନବୀନ ବାବୁଙ୍କ ଶକ୍ତି ହେଉଛନ୍ତି ସାଢ଼େ ୪ କୋଟି ଓଡ଼ିଶାବାସୀ । ଓଡ଼ିଶାରେ ଟୁରିଷ୍ଟମାନଙ୍କ କଥାକୁ କେହି ବିଶ୍ୱାସ କରୁନାହାନ୍ତି l ଆପଣଙ୍କ ଆଶୀର୍ବାଦରେ ନବୀନ ଇଞ୍ଜନ ଜୋରରେ ଚାଲିଛି ଓ ଚାଲିବ l ବିରୋଧୀ ବଡ଼ ବଡ଼ କଥା କହି ବୁଲୁଛନ୍ତି, ତାଙ୍କୁ ମୁଁ ପଚାରୁଛି ତେଲ ଦର ବୃଦ୍ଧି ହେବ ନାହିଁ ବୋଲି ଗ୍ୟାରେଣ୍ଟି ଦେବେ କି ? ଦରଦାମ୍ ବଢ଼ିବ ନାହି କି ବୋଲି ଗ୍ୟାରେଣ୍ଟି ଦେବେ କି ? ରୋଜଗାର ଦେବେ ବୋଲି ଗ୍ୟାରେଣ୍ଟି ଦେବେ କି ? କେନ୍ଦ୍ରମନ୍ତ୍ରୀଙ୍କୁ ମୁଁ କହୁଛି ସବୁଯାଗାରେ ପରିବର୍ତ୍ତନର ହାୱା ବହୁଛି ବୋଲି କହୁଛନ୍ତି କିନ୍ତୁ ଓଡ଼ିଶାରେ ସବୁଯାଗାରେ ନବୀନ ହାୱା ଚାଲିଛି ।ମୁଁ ଗୋଟେ ଛୋଟ ଲେବୁଲର କର୍ମଚାରୀ ହୋଇ ତିନି ଚତୁର୍ଥାଂଶ ମେଜରିଟିରେ ନବୀନ ପଟ୍ଟନାୟକ ଜିତି ପୁନର୍ବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ମୁଁ କହିପାରୁଛି, କେନ୍ଦ୍ରମନ୍ତ୍ରୀ କହିବେ କି ଯଦି ଆପଣଙ୍କ ଦଳ ନ ଆସେ ଆପଣ ରାଜନୀତି ଛାଡ଼ି ଦେବେ କି ?ଆପଣଙ୍କ ଦଳ ସରକାର ଗଠନ କରିବେ ବୋଲି ଆପଣଙ୍କ ବିଶ୍ୱାସ ନାହିଁକି ଆପଣଙ୍କ କର୍ମୀମାନଙ୍କ ବିଶ୍ୱାସ ନାହିଁ । ବଡ଼ ବଡ଼ ନେତାମାନେ ଆସି ବିରୋଧୀ ଦଳର ଆତ୍ମବିଶ୍ୱାସ ବୃଦ୍ଧି କରିବା ପାଇଁ ବୃଥା ଚେଷ୍ଟା କରୁଛନ୍ତି । ଓଡ଼ିଶାର କୃଷକ, ମା, ଛାତ୍ରଛାତ୍ରୀ ସବୁ ବର୍ଗର ଲୋକଙ୍କ ଭଲ ପାଇବା ନବୀନ ବାବୁଙ୍କୁ ଶକ୍ତି ଦେଉଛି ।ବିଜୁ ଜନତା ଦଳର କର୍ମୀର ଉଦ୍ୟମ ଓ ନିଷ୍ଠା ଆଗରେ ଦୁନିଆର ସବୁ ଶକ୍ତି ହାର ମାନିବ ବୋଲି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି l