ରକ୍ତର ସମ୍ପର୍କଠାରୁ ବେଶ ଗଭୀର ବନ୍ଧୁତାର ସମ୍ପର୍କ…

- Advertisement -

() ଆଜି ବନ୍ଧୁତ୍ୱ ଦିବସ। ବନ୍ଧୁଙ୍କ ଲାଗି ଦିନଟିଏ। ଅଗଷ୍ଟ ମାସର ପ୍ରଥମ ରବିବାରକୁ ବିଶ୍ବରେ ଫ୍ରେଣ୍ଡସିପ ଡେ’ ବା ବନ୍ଧୁତ୍ୱ ଦିବସ ଭାବେ ପାଳନ କରାଯାଇଥାଏ। ରକ୍ତର ସମ୍ପର୍କ ଠାରୁ ବେଶ ଗଭୀର ବନ୍ଧୁତାର ସମ୍ପର୍କ। ବହୁ ବର୍ଷ ତଳୁ ବନ୍ଧୁତ୍ୱର ଏହି ପବିତ୍ର ଦିବସ ପାଳନ କରା ଯାଉଛି। ଯୁବପିଢିଙ୍କ ପାଇଁ ବହୁତ ଖାସ୍ ଦିନ ହୋଇଥିବାରୁ ଯୁବବର୍ଗ ଏହାକୁ ଆନନ୍ଦରେ ପାଳନ କରିଥାନ୍ତି। କିଏ ସାଙ୍ଗକୁ ଚକେଲଟ ଦେଇ ବନ୍ଧୁତା ଦିବସର ଶୁଭେଚ୍ଛା ଜଣାଏ ତ ଆଉ କିଏ ଫ୍ରେଣ୍ଡସିପ ବ୍ୟାଣ୍ଡ ପିନ୍ଧାଇ। ଯିଏ ସୁଖ ଦୁଃଖରେ ସବୁବେଳେ ପାଖରେ ଥାଏ ସେ ହେଉଛି ବନ୍ଧୁ। ଆଉ ଯିଏ ସାଙ୍ଗର ଖରାପ ସମୟରେ ସାଙ୍ଗ ପାଖରେ ଠିଆ ହୋଇଥାଏ ସେ ହେଉଛି ପ୍ରକୃତ ବନ୍ଧୁ। ରାଗ,ରୁଷା, ଅଭିମାନ ସବୁ କିଛି ଥାଏ ତା ପାଖରେ ହେଲେ ସେ ସମ୍ପର୍କ ନିଆରା । ଇତିହାସରେ ମଧ୍ୟ ଏମିତି ଅନେକ ବନ୍ଧୁତ୍ବର ସାକ୍ଷୀ ରହିଛି।

ଜୀବନରେ ବନ୍ଧୁର ମହତ୍ତ୍ୱକୁ ଦୃଷ୍ଟିରେ ରଖି ଆମେରିକା କଂଗ୍ରେସରେ ୧୯୩୫ ମସିହାରେ ଫ୍ରେଣ୍ଡସିପ୍ ଡେ’ ପାଳିବାକୁ ଘୋଷଣା କରାଯାଇଥିଲା। ଆମେରିକା କଂଗ୍ରେସର ଏହି ଘୋଷଣା ପରେ ବିଭିନ୍ନ ରାଷ୍ଟ୍ରରେ ପୃଥକ୍ ଦିନରେ ଫ୍ରେଣ୍ଡସିପ୍ ଡେ’କୁ ପାଳନ କରାଗଲା। ଯେତେବେଳେ ବନ୍ଧୁତାର ଚର୍ଚ୍ଚା ହୁଏ ମନେପଡେ ପ୍ରଭୁ କୃଷ୍ଣ-ସୁଦାମାଙ୍କ କାହାଣୀ ।ପୁରାଣରେ କୃଷ୍ଣ ସୁଦାମାଙ୍କ କାହାଣୀ ଅନେକ ଶିକ୍ଷା ଦେଇଯାଇଛି।ସୁଦାମା କୃଷ୍ଣଙ୍କର ପିଲା ଦିନର ବନ୍ଧୁ ଥିଲେ। ହେଲେ ଉଭୟଙ୍କ ମଧ୍ୟରେ ଧନୀ ଗରୀବର ପାର୍ଥକ୍ୟ ରହିଥିଲା। ହେଲେ କୃଷ୍ଣ ନିଜ ବନ୍ଧୁଙ୍କ ଦୁଃଖ ବୁଝିବା ସହ ତାଙ୍କୁ ସହଯୋଗ କରି ନିଜର ବନ୍ଧୁତ୍ବ ଦେଖାଇଥିଲେ। ଜଣେ ବନ୍ଧୁର ଅନ୍ୟ ବନ୍ଧୁ ପ୍ରତି ତାର କଣ କର୍ତ୍ତବ୍ୟ ଏହାର ଏକ ଜ୍ଜ୍ବଳନ୍ତ ଉଦାହରଣ ହୋଇଥିଲା। ସେହିପରି ପୁରାଣରେ ପ୍ରଭୁ ରାମ ଏବଂ ସୁଗ୍ରୀବ, କୃଷ୍ଣ-ଅର୍ଜୁନ, କର୍ଣ୍ଣ-ଦୁର୍ଯ୍ୟୋଧନ ଅନେକ ଉଦାହରଣ ରହିଛି।

ହେଲେ ଆଜିର ଯୁବପିଢୀ ଫ୍ରେଣ୍ଡସିପ୍ ବ୍ୟାଣ୍ଡ୍ ପିନ୍ଧାଇ, କେକ୍ କାଟି ନାଚଗୀତରେ ସେଲିବ୍ରେଟ୍ କରୁଛନ୍ତି ବନ୍ଧୁତ୍ବ ଦିବସ। ବେଳେବେଳେ ସମୟ ଓ ପରିସ୍ଥିତିରେ ପଡି ବନ୍ଧୁତା ବିଭିନ୍ନ କାରଣରୁ ଶେଷ ହୋଇଯାଏ। କେତେବେଳେ ସାଙ୍ଗମାନେ ପରସ୍ପରଠାରୁ ଦୂରେଇ ଯାଆନ୍ତି ତ ଆଉ କେତେବଳେ ଦୂରତା ହେତୁରୁ ପରସ୍ପରକୁ ଭୁଲିଯିବାକୁ ବାଧ୍ୟ ହୁଅନ୍ତି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles