ଭୁବନେଶ୍ୱର : ଜିଡିପି ହ୍ରାସ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଲେ ସମାଲୋଚନା । କରୋନା ଯୋଗୁଁ ଆମ ରାଜ୍ୟର ଅର୍ଥନୀତି କିଛିବର୍ଷ ପଛକୁ ଚାଲିଯାଇଛି । କେନ୍ଦ୍ରରେ ଧୀରେ ଧୀରେ ଜିଡିପି କମିକମି ଏବେ -23କୁ ଆସିଛି । ଜିଏସଟି ଓ ବିମୁଦ୍ରିକରଣ ପାଇଁ ଏବେ ଏଭଳି ସ୍ଥିତି ଉପୁଜୁଛି । ଗୋଟିଏ ଟିକସର ଆଖ୍ୟାଦେଇ କେନ୍ଦ୍ର ସରକାର ଦେଶରେ GST ଲଗାଇଲେ । ହେଲେ ଏହା ଦେଶରେ କାମ ଦେଉ ନାହିଁ । ସେହିପରି ପେଟ୍ରୋଲ, ଡିଜେଲ, ସୁନା, ମଦ ଭଳି ବିଭିନ୍ନ ସାମଗ୍ରୀରେ ଜିଏସଟି ଲାଗୁ ହୋଇନାହିଁ କାହିଁକି ବୋଲି କଂଗ୍ରେସ ପ୍ରଶ୍ନ କଲା । ଜିଏସଟି ଲାଗୁ ହେଲେ ଟିକସ ଫାଙ୍କି ହେବନାହିଁ ବୋଲି କେନ୍ଦ୍ର କହିଥିଲା ହେଲେ ତାହା କାମ ଦେଉନାହିଁ । ଟିକସ ଏବେଭି ବିଭିନ୍ନ ଜାଗାରେ ଫାଙ୍କୁଛନ୍ତି । ବିଭିନ୍ନ ସାମଗ୍ରୀ ଦରଦାମ ନିୟନ୍ତ୍ରଣ ହେବ ହେଲେ ତାହା କିଛି ହେଇ ନଥିବା କଂଗ୍ରେସ କହିଛି । ସରକାରଙ୍କ ପାଖରେ ଯଦି କିଛି ସତସାହସ ରହିଛି ତେବେ ଏହାର ତଥ୍ୟ ରାଜ୍ୟ ବାସୀଙ୍କ ପାଖରେ ରଖନ୍ତୁ । ଏପଯ୍ୟନ୍ତ ରାଜ୍ୟ ସରକାରଙ୍କ ସ୍ୱର ଏହାର ବିରୋଧରେ ଦେଖିବାକୁ ମିଳୁନାହିଁ ।ନବୀନ ସରକାର ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ କାମ କରୁଛନ୍ତି ନା କେନ୍ଦ୍ର ସରକାରଙ୍କ ଇସାରାରେ କାମ କରୁଛନ୍ତି ତାହାର ଉତ୍ତର ରଖିବାକୁ ଦାବି କଲା କଂଗ୍ରେସ ।