ସେବା ଓ ନାଗରିକ ସଂଯୋଗକୁ ଗୁରୁତ୍ୱ….

- Advertisement -

ଭୁବନେଶ୍ୱର, ୧୩-୯-୧୯: ଅନେକ ଦିନ ଧରି ସାଲିଆ ସାହିର ରାସ୍ତାଘାଟ ଖୋଳତାଡ ହୋଇ ପଡିଛି । ଲୋକେ ଯିବଆସିବା କରିବାକୁ କଷ୍ଟ ଭୋଗୁଛନ୍ତି । ଜଣେ ଦାୟିତ୍ୱବାନ କର୍ମଚାରୀ ଏହାକୁ ଦେଖି ଚୁପ୍ ରହିବା ପରେ ବିଏମ୍ସି ପକ୍ଷରୁ ଆଜି କଡା ପଦକ୍ଷେପ ନିଆଯାଇଛି । ଗତ ୫ ମାସ ଧରି ଜଳ ଯୋଗାଣ ନିଗମ “ୱାଟକୋ”ଦ୍ୱାରା ସାଲିଆ ସାହିରେ କରାଯାଇଥିବା ବିଭିନ୍ନ ଅଞ୍ଚଳର ପ୍ରାୟ ୫ କିଲୋମିଟର ରାସ୍ତାକୁ ଖୋଳି ଛାଡି ଦେଇଛନ୍ତି ଦାୟିତ୍ୱରେ ଥିବା ଅଧିକାରୀ । ପରିମଳ ଏବଂ ସାଧାରଣ ଜୀବନଯାତ୍ରା ଏଥିପାଇଁ ନିଶ୍ଚିତ ଭାବେ ବାଧକ ସାଜିଥିବାରୁ ଦେଖିପାରିଥିଲେ ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିଶନର ସୁରଥ୍ଚନ୍ଦ୍ର ମଲ୍ଲିକ । ଆଜି ନିଜର କ୍ଷେତ୍ର ପରିଦର୍ଶନରେ ଏହି ଅବସ୍ଥା ଦେଖି ବିଏମ୍ସି ପକ୍ଷରୁ ସଂପୃକ୍ତ ଅଧିକାରୀଙ୍କ ନାମରେ ଏତଲା ଦିଆଯାଇଛି । ୫ ମାସ ହେଲା ପାଣି ପାଇପ୍ ପକାଇ ଆଉ ରାସ୍ତା ବାବଦରେ କୌଣସି ପଦକ୍ଷେପ ନନେଇ ଚୁପ୍ ରହିଥିଲେ ୱାଟକୋ ଡିଭିଜନ ୱାନ୍ର ଜେନେରାଲ ମ୍ୟାନେଜର । ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ସେ ଏହାକୁ ଭୃକ୍ଷେପ କରିନଥିଲେ । ଏହି ପରି ପରିଦର୍ଶନ ବେଳେ ନାଗରିକମାନେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି ଫଳ ମିଳୁନି ବୋଲି କ୍ଷେତ୍ର ପରିଦର୍ଶନରେ ଅତିରିକ୍ତ କମିଶନର ଶ୍ରୀ ମଲ୍ଲିକଙ୍କୁ କିଛି ନାଗରିକ ବ୍ୟକ୍ତି ଗୁହାରି ଜଣାଇଥିଲେ । ତୁରନ୍ତ ପଦକ୍ଷେପ ନେବା ପାଇଁ ସଂପୃକ୍ତ ଜେନାଲ୍ ଡେପୁଟି କମିଶନର ପ୍ରମୋଦ କୁମାର ପୃଷ୍ଟି ନିର୍ଦ୍ଦେଶ ଦେଇ ୱାଟ୍କୋ ଅଧିକାରୀ (ଜେନେରାଲ୍ ମ୍ୟାନେଜର ୱାଟକୋ ଡିଭିଜନ-୧ଙ୍କ ନାମରେ) ସ୍ଥାନୀୟ ନୟାପଲ୍ଲୀ ସ୍ଥାନରେ ଏତଲା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରାଯାଇ ଆଜି ଅପରାହ୍ନରେ ନୟାପଲ୍ଲୀ ଥାନାରେ ଭାରପ୍ରାପ୍ତ ଅଧିକାରୀଙ୍କୁ ଏହି ଏତଲା ଦେଇ ବିଗତ ପଞ୍ଚ ମାସ ହେବ ସଂପୃକ୍ତ ଅଧିକାରୀଙ୍କ ଅବହେଳା ସାଧାରଣ ଯାତାୟା ପରିମଳ ଓ ଟ୍ରାଫିକ୍ ସମସ୍ୟାର କାରଣ ସାଜିଛି ବୋଲି ଜଣାଇଛନ୍ତି, ଡେପୁଟି କମିଶନର ପ୍ରମୋଦ କୁମାର ପୃଷ୍ଟି । ସୂଚନାଯୋଗ୍ୟ କି ଗତ ୯ ତାରିଖରେ ବିଏମ୍ସି ପକ୍ଷରୁ ଦୁର୍ଗାପୂଜା ପ୍ରସ୍ତୁତି ବୈଠକରେ ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧରୀ ଯାତାୟତ ତଥା ପରିମଳକୁ ଗୁରୁତ୍ୱ ଦେଇ ଅଧିକାରୀମାନଙ୍କୁ କ୍ଷେତ୍ର ପରିଦର୍ଶନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ସାଙ୍ଗକୁ ଭୁବନେଶ୍ୱର ମହାନଗର ନିଗମାଞ୍ଚଳର ୧୩ଟି ସବ୍ଜୋନ ଅଧିକାରୀଙ୍କୁ ନିୟମିତ କ୍ଷେତ୍ର ପରିଦର୍ଶନକୁ ଆହୁରି କଡାକଡି କରି ଦିଆଯାଇଥିବା ଜଣାପଡିଛି । ନାଗରିକ ସଂଯୋଗ, ଜୀବନ ଯାତ୍ରା ତଥା ପରିମଳ ରକ୍ଷାକୁ ଗୁରୁତ୍ୱ ଦେଇ ଏପରି ପଦକ୍ଷପ ନେଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles