ଏବେ ସମୟ ସର୍ମପଣର ….

- Advertisement -

() ମଣିଷ ସଭ୍ୟତା ବହୁତ ଆଗକୁ ଯାଇଛି ।ମହାକାଶରେ ବି ମଣିଷ ପହଞ୍ଚି ସେଠାରେ ଘର କଲାଣି । ସବୁ ଅସମ୍ଭବକୁ ସମ୍ଭବ କରିବା ପାଇଁ ମଣିଷ ଲାଗିପଡ଼ିଛି । ବିଜ୍ଞାନ ବି ବହୁତ ଆଗକୁ ଯାଇଛି । ହେଲେ ସବୁ ଯେ ମଣିଷ ଦ୍ୱାରା ସମ୍ଭବ ତାହା କହିବା ମଧ୍ୟ ଭୂଲ । ବର୍ଷେ ପରେ ଅଦୃଶ୍ୟ ଭୁତାଣୁ କରୋନା ସାରା ବିଶ୍ୱକୁ ସେହି ବାର୍ତ୍ତା ଦେଇଛି । ଟିକା ବାହାରିଛି , ଲୋକେ ଟିକା ମଧ୍ୟ ନେଉଛନ୍ତି ହେଲେ ଏଯାଏ ଏ ମହାମାରୀକୁ ରୋକିବାରେ ସଫଳ ହୋଇପାରୁ ନାହିଁ ବିଶ୍ୱ । ପ୍ରତ୍ୟେକ ଦିନ ନୂଆନୂଆ ରୂପ ନେଉଛି ଏହି ଭୃତାଣୁ । ଯାହା ବିଶ୍ୱର ପ୍ରତେକ କୋଣରେ ତାହାର ତାଣ୍ଡବ ଦେଖାଉଛି । ଏଥିରେ ଭୟ କରିବାର କିିଛି ନାହିଁ । କେବଳ ସର୍ମପଣ ଭାବ ହିଁ ଏହି ମହାମାରୀକୁ ବିଶ୍ୱରୁ ଦୂରେଇ ପାରିବ ଏହି ବିଶ୍ୱାସ ଏବେ ସଭିଁଙ୍କ ମନରେ ଜାଗ୍ରତ ହେବା ଦରକାର ।
ଆଉ ସମର୍ପଣ ଭାବର ନଜିର ପୁରାଣରୁ ରହି ଆସିଛି । କୁରୁସଭାରେ ଯେତେବେଳେ ପଞ୍ଚୁପାଣ୍ଡବଙ୍କ ଧର୍ମପତ୍ନୀ ଦ୍ରୋପତି କୁରୁ ସଭାସ୍ଥଳରେ ବସ୍ତ୍ର ହରଣ ହୋଇଥିଲା ସେତେବେଳେ ଦ୍ରୋପତି ହାତଟେକି ମହାପ୍ରଭୁଙ୍କ ପାଖରେ ପୁର୍ଣ୍ଣ ସମର୍ପଣ ହୋଇ ନିଜର ସୁରକ୍ଷା ଚାହିଁଥିଲେ । ଆଉ ସଙ୍ଗେ ସଙ୍ଗେ ଭବବାନ ପରମ ପୁରୁଷ ଶ୍ରୀକୃଷ୍ଣ ଦ୍ରୋପଦିଙ୍କୁ ସୁରକ୍ଷା ଦେଇଥିଲେ । ଠିକ ସେହିପରି ଗଜକୁ ଯେତେବେଳେ ଗଭୀର ପାରିରେ କୁମ୍ଭୀର ଆକ୍ରମଣ କରିଥିଲା ଠିକ ସେତିକି ବେଳେ ଗଜ ମଧ୍ୟ ପ୍ରଭୃଙ୍କ ପାଖରେ ନିଜର ଜୀବନ ରକ୍ଷା ଲାଗି ପୁର୍ଣ୍ଣ ସମର୍ପଣ ହୋଇଥିଲା । ମହାପ୍ରଭୃ ଗଜକୁ ଉଦ୍ଧାର କରିଥିଲେ ଓ ତାର ଜୀବନ ବଂଚାଇଥିଲେ । ପୁରାଣରେ ଏମିତି ଅନେକ ଉଦାହରଣ ରହିଛି । ତେଣୁ ବର୍ତ୍ତମାନ ଯେଉଁ ମହାମାରୀ କରୋନା ସାରା ବିଶ୍ୱରେ କାୟା ବିସ୍ତାର କରିଛି। ଏଥିଲାଗି ଆମେ ଯେତେ ବୈଜ୍ଞାନିକ ଉପାୟକୁ ଅମଲମ୍ବନ କଲେ ମଧ୍ୟ ମହାପ୍ରଭୃ ପାଖରେ ପୂର୍ଣ୍ଣ ସମର୍ପଣ ଭାବ ଆମ ଭିତରେ ରହିବା ଦରକାର । କାରଣ ଏ ରୋଗର ନାଁ ସଠିକ ଭାବେ ଆକଳନ କରି ହେଉଛି ନା ଔଷଧ ସଠିକ ଭାବେ ଆଜିଯାଏ ବାହାରିପାରୁଛି ।ଆମେ ରୋଗରୁ ନିଜକୁ ସୁରକ୍ଷତି ରଖିବା ପାଇଁ ମାସ୍କ, ସାନିଟାଇଜର, ସାମାଜିକକ ଦୂରତା ଓ କେତେ କଣ ନିୟମ ମାନିବା ସହ ଟିକା ମଧ୍ୟ ଏ ମଣିଷ ସମାଜ ନେଉଛି । ତାହା ନେବା ବି ଦରକାର । ହେଲେ ଏହାସହ ଆମକୁ ଭଗବାନଙ୍କ ପାଖରେ ପୂର୍ଣ୍ଣ ସମର୍ପଣ ହୋଇଯିବା ଉଚିତ । ଏ ରୋଗରୁ ମୁକ୍ତି ପାଇବା ପାଇଁ । କାରଣ ସମୟ ସବୁବେଳେ ପରିବର୍ତ୍ତନଶୀଳ । ଏ ବିପଦ ସମୟ ଦିନେ ଟଳିଯିବ । କାରଣ ଏହାପୂର୍ବରୁ ମଣିଷ ସମାଜ କିଛି କିଛି ବର୍ଷ ବ୍ୟବଧାନ ଭିତରେ ମହାମାରୀକୁ ସାମ୍ନା କରିଛି ଆଉ ଆଜି ବି ବହୁବର୍ଷ ପରେ ପୁଣି ମହାମାରୀକୁ ସାମ୍ନା କରୁଛି । ହଇଜା, ପ୍ଲେଗ ପରି ମହାମାରୀ ଆସିଥିଲା , ତାହା ବି ସମୟ ଅନୁସାରେ ଚାଲିଯାଇଛି । କରୋନା ବି ଦିନେ ଚାଲିଯିବ । ଭଲ ସମୟ ପୁଣି ଆସିବ । ହେଲେ ମଣିଷ ସଭ୍ୟତା ଯେତେବେଳେ ଏପରି ବଡ଼ ବିପଦ ଆସୁଛି ସେତେବେଳେ ଭୟ ନକରି ଏହି ମହାମାରୀକୁ ସାମ୍ନା କରୁ ଓ ମୁକାବିଲା ବି କରୁ । ଆଉ ଏବେ ସମୟ ଆସିଛି ସମାଜ ମଙ୍ଗଳପାଇଁ ଆମେ ସଚେତନ ,ସର୍ତକ ହେବା ସହ ରୋଗରୁ ମୁକ୍ତି ପାଇବା ପାଇଁ ମହାପ୍ରଭୁଙ୍କ ପାଖରେ ପୂର୍ଣ୍ଣ ସମର୍ପଣ ହୋଇ ଗୋଟେ ପ୍ରାର୍ଥନା କରିବା l ଏ ମହାବାହୁ ଏ ଜାତିକୁ ଉଦ୍ଧାର କର , କରୋନାକୁ ଦୁରେଇ ଦେଇ ଏ ମଣିଷ ସଭ୍ୟତାକୁ ରକ୍ଷା କର ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles