ଯାଜପୁରରେ ସବୁଜ ବିପ୍ଲବ : ନୂଅାରୂପ ନେଉଛି ପଂଚାୟତ

- Advertisement -

ଯାଜପୁର: ଗଛ ବଢିବ , ଜିଲ୍ଲା ହସିବ । ସତରେ ଆଜି ସାରା ଜିଲ୍ଲାରେ ଗଛ ଗୁଡିକ ବଡ଼ ହୋଇଗଲାଣି। ଆଉ ତାର ସବୁଜ ଆସ୍ତରଣ ଦେଖି ଦୁଃଖରେ ଥିବା ଲୋକର ମନ ବି ହସି ଉଠୁଛି। ଆଉ ପୁରା ଯାଜପୁର ହେବ ସବୁଜମୟ । ଏହି ଲକ୍ଷ ନେଇ ବର୍ଷେ ତଳେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ନିଜ ନିବାର୍ଚନୀ ମଣ୍ଡଳୀରେ ଅାରମ୍ଭ କରିଥିଲେ ସବୁଜ ଯାଜପୁର  ଅଭିଯାନ । ଜିଲ୍ଲା ପ୍ରଶାସନ ଓ ଅଶୋକ ଦାସ ଫାଉଣେ୍ଡସନ ପକ୍ଷରୁ ବିଭିନ୍ନ ପଂଚାୟତରେ ଏହି ଅଭିଯାନ ଅାରମ୍ଭ କରାଯାଇଥିଲା । ଯାହା ଅାଜିକାଲି ଚାଲିଛି । ହେଲେ ସବୁଠାରୁ ବଡ଼କଥା ହେଉଛି ଯେ ଅାଜି ଏହି ଅଭିଯାନ ପୁରା ଜିଲ୍ଲାରେ ସବୁଜ ବିପ୍ଲବରେ  ପରିଣତ ହୋଇଛି । ବିଭିନ୍ନ ପଂଚାୟତ କରାଯାଇଥିବା ବୃକ୍ଷରୋପଣ ଏବେ ଲକ୍ଷ ପୂରଣ କରିଛି । ସବୁଜମୟ ହୋଇଛି ଯାଜପୁରର ବିଭିନ୍ନ ପଂଚାୟତ । ଏହାସହ ଗ୍ରୀନ ଯାଜପୁର ଅଭିଯାନ ସଫଳ ହୋଇଛି । ଯାହା ପୁରା ଜିଲ୍ଲାକୁ ନୂଅାରୂପ ଦେଇଛି । ଗଛ ବଂଚିଲେ ଅାମେ ବଂଚିବା କଥାକୁ ଯେମିତି ଯାଜପୁରବାସୀ ପୁରା ବୁଝିଯାଇଛନ୍ତି । ଯଦି ଉଦାହରଣ ସ୍ୱରୂପ ଯାଜପୁର ନିବାର୍ଚନ ମଣ୍ଡଳୀର ନାଥସାହି ପଂଚାୟତକୁ ନିଅାଯାଏ ତେବେ ଏହାର ସୌନ୍ଦର୍ଯ୍ୟକୁ ଦୁଇ ଗୁଣିତ କରିଛି ବର୍ଷେ ତଳେ ଲଗାଯାଇଥିବା ଗଛଗୁଡ଼ିକ । ବିଧାୟକଙ୍କ ଅାହ୍ୱାନରେ ଏବେ ସ୍ୱତ୍ୱ ପ୍ରବୃତ ଭାବେ ଯାଜପୁର ଯୁବପୀଢି, ବରିଷ୍ଠ ନାଗରିକ ଓ ପ୍ରତ୍ୟେକ  ଘରୁ ଜଣେ ଜଣେ ଲୋକ ନିଜ ବଗିଚାରେ ଓ ନିଜ ଗାଁରେ ଥିବା ଖାଲି ଜାଗାରେ ଗଛ ଲଗାଇଛନ୍ତି । ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଏହି ଗଛ ଲଗାଯିବା କାମ ଜୋରଦାର ହୋଇଛି । କେବଳ ଯାଜପୁର ନିବାର୍ଚନୀ ମଣ୍ଡଳୀ ନୁହେଁ, ଏବେ ଜିଲ୍ଲାର ପ୍ରତ୍ୟେକ ନିବାର୍ଚନୀ ମଣ୍ଡଳୀରେ ବୃକ୍ଷରୋପଣ ଅଭିଯାନ ଜୋରଦାର ଚାଲିଛି । ପ୍ରଣବ ଯେଉଁ ଲକ୍ଷ ନେଇ ଅଭିଯାନ ଅାରମ୍ଭ କରିଥିଲେ ତାହା ଏବେ ପୁରା ଜିଲ୍ଲାବାସୀଙ୍କ ପାଇଁ ଅାଦର୍ଶ ହୋଇଛି । ଯାଜପୁର ନିବାର୍ଚନୀମଣ୍ଡଳୀରୁ ଅାରମ୍ଭ ହୋଇଥିବା ବୃକ୍ଷରୋପଣ ଅଭିଯାନ ଏବେ ଧର୍ମଶାଳା, ସୁକିନ୍ଦା,କରୋଇ, ବରୀ ଓ ବିଞ୍ଚାରପୁର ଆଦି ଅଂଚଳରେ ଜୋରଦାର ହୋଇଛି । ଅାଗକୁ ପୁରା ଯାଜପୁରରୁ ଏହି ସବୁଜ ବିପ୍ଲବ ସାରା ଓଡ଼ିଶା ପାଇଁ ଉଦାହରଣ ସାଜିଵ । ବିଭିନ୍ନ ଓୗଷଧବୃକ୍ଷ, ଅାମ୍ବ,ପଣସ, ପିଜୁଳି, ବିଭିନ୍ନ ରକମର ଗଛ ଲଗାଯାଇଛି । ଗ୍ଲୋବାଲ ଓ୍ୱାମିଂଙ୍ଗ ଯୋଗୁଁ ସାରା ବିଶ୍ୱ ଚିନ୍ତାରେ । ଅାଉ ଏହି ସମୟରେ ଯାଜପୁରରୁ ଯେଉଁ ସବୁଜ ବିପ୍ଲବ ଅାରମ୍ଭ ହୋଇଛି ତାହା ନୂଅା ଦିଶା ଦେଖାଇଛି ସଭୁଁଙ୍କୁ । ଗଛ ବଂଚିଲେ ଜୀବନ ବଂଚିବ ଏକଥା ସମସ୍ତଙ୍କୁ ବୁଝାଇବାକୁ ପ୍ରୟାସକୁ ଅଧିକ ସଚେତନ କରିବ ଏହି ଗ୍ରୀନ ଯାଜପୁର ଅଭିଯାନ । ଯାହା ସମ୍ଭବ ହୋଇଛି ଯାଜପୁର ବିଧାୟକ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପାଇଁ….. l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles