ଗ୍ରାଉଣ୍ଡରେ ଜିରୋରେ ନେତା……

- Advertisement -

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫ମ ଥର ଶାସନ ଭାର ଗ୍ରହଣ କଲା ପରେ ସମସ୍ତ ବିଜେଡି ନେତାଙ୍କୁ କାହିଁକି ବିଜେଡିକୁ ଲୋକ ଭୋଟ ଦେଉଛନ୍ତି ସେ ବିଷୟରେ ଅବଗତ କରାଇଥିଲେ। ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କୁ ନବୀନ କହିଥିଲେ ଯେ ସାଢ଼େ ୪ କୋଟି ଓଡ଼ିଶାବାସୀ ଯେଉଁ ବିଶ୍ୱାସ ଓ ଭଲ ପାଇବା ରଖି ବିଜେଡିକୁ ବାରମ୍ବାର କ୍ଷମତା ଦେଉଛନ୍ତି ଲୋକଙ୍କ ପ୍ରତି ମଧ୍ୟ ବିଜୁ ଜନତା ଦଳର ନେତା ଓ କର୍ମୀ ସେତିକି ଭଲ ପାଇବା ବଜାୟ ରଖିବା ଉଚିତ। ତେଣୁ ବିଳାସ ପୂର୍ଣ୍ଣ ଜୀବନ ଯାପନ ନୁହେଁ ସାଧାରଣ ଜୀବନ ଯାପନ ବିତାଇ ଲୋକଙ୍କ ସେବା କର। ନବୀନଙ୍କ ଏହି କେତେ ପଦ କଥାକୁ ଗ୍ରାଉଣ୍ଡରେ ଅକ୍ଷର ଅକ୍ଷରେ ପାଳନ କରୁଛନ୍ତି ଦଳର ଯୁବ ନେତାମାନେ। ଏହାକୁ ପୁରା ମନିଟରିଂ କରୁଛନ୍ତି ନବୀନଙ୍କ ଅତି ପ୍ରିୟ ତଥା ବିଜେଡି ସଂଗଠକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ।ନିର୍ବାଚନ ସମୟ ହେଉ ଅବା ମହାମାରୀ ସମୟ ଗ୍ରାଉଣ୍ଡ ଜିରୋରେ ଲୋକଙ୍କ ସୁଖ ଦୁଃଖର ସେ ସାଥି ହୋଇଛନ୍ତି।ନିକଟରେ ମାଲକାନଗିରି ,କୋରାପୁଟ,ମୟୁରଭଞ୍ଜ, ଯାଜପୁର ,ଭଦ୍ରକ ,ବାଲେଶ୍ଵର ଓ କଳାହାଣ୍ଡି ଗସ୍ତ କରି ଏହି ମହାମାରୀ ସମୟରେ ଲୋକଙ୍କ ସୁଖ ଦୁଃଖ ବୁଝିବା ସହ ଜୀବନ ବିନ୍ଦୁ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଛନ୍ତି। ରାଜ୍ୟ ବିଜେଡି ସଂଗଠନ ସମ୍ପାଦକଙ୍କ ଏପରି ସେବା ମନବୃତ୍ତୀ ଅନ୍ୟ ନେତାଙ୍କ ପାଇଁ ଆଦର୍ଶ ସାଜିଛି। ଯେଉଁଥିପାଇଁ ବିଜେଡିର ବିଧାୟକ ,ସାଂସଦ ଓ କର୍ମୀମାନେ ମଧ୍ୟ ଦିନ ରାତି ସେ କାର୍ଯ୍ୟରେ ଲାଗିଛନ୍ତି। ମହାମାରୀ ସମୟରେ ଯେତେବେଳେ ଲୋକେ ଭୁତାଣୁ ଭୟରେ ଚାରି କାନ୍ଥ ଭିତରେ ଆବଦ୍ଧ ହୋଇ ରହିଛନ୍ତି ସେତେବେଳେ ନେତାଏ ଗ୍ରାଉଣ୍ଡ ଜିରୋରେ ବୁଲି ଲୋକଙ୍କ ସମସ୍ୟା ସହ ଜଡିତ ରହି ଲୋକଙ୍କ ମନ ଜିଣିଛନ୍ତି। ସେହିପରି ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା ,କୃଷି ମନ୍ତ୍ରୀ ଅରୁଣ ସାହୁ ,ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ପରି ଯୁବ ନେତାମାନେ ଗ୍ରାଉଣ୍ଡ ଜିରୋରେ ରହି ଲୋକଙ୍କ ପାଇଁ କାମ କରି ଏବେ ସାଧାରଣରେ ଚର୍ଚ୍ଚିତ ହୋଇଛନ୍ତି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles