ଘାଣ୍ଟ ପାଇଁ ଖୁସିଟିଏ…

- Advertisement -

ରୋଷେଇ ସାରିଲା ବେଳକୁ ହଠାତ ମୋବାଇଲ ରିଙ୍ଗ ହେଲା । ଗୁନଗୁନ ଫୋନ ଦେଖିଲା ବେଳକୁ ‘ସେ’ ଫୋନ କରିଛନ୍ତି । ଆରେ ଆମ ଘାଣ୍ଟ ଆଜି କଲଣି ? ଅଫିସରେ ମହାପାତ୍ର ବାବୁ ଘାଣ୍ଟ ତରକାରୀ ଆଣିଛନ୍ତି କ୍ୟାଟିନରେ ଆମ ମାନଙ୍କୁ ଦେଲେ ଭାରି ବଢିଆ ଲାଗିଲା । ସତରେ ତା ଆଗରେ ତମର ମଟନ ଝୋଳ ତୁଚ୍ଛ । ଏମିତି କେତେକଣ ଖୁସିରେ କହି ଚାଲିଲେ ମହାପାତ୍ର ବାବୁ । ହେଲେ ସ୍ମାମୀଙ୍କ ଠାରୁ ଘାଣ୍ଟ କଥା ଶୁଣି କିଛି ସମୟ ଚୁପ ରହିବା ପରେ ଗୁନଗୁନ କହିଲା କାହି ଆଜି କଣ କି । ବାସ ଏତିକି ଶୁଣି ସ୍ୱାମୀ ଫୋନ କାଟିଦେଲ…ମହାପାତ୍ର ବାବୁ । ଘର ଯାଜପୁର ଜିଲ୍ଲାର ମଙ୍ଗଳପୁର ବ୍ଲକର ନୂଆଗାଁରେ । ପିଲାଦିନ କଟିଛି ପୁରା ଗାଁରେ । ଓଡ଼ିଆ, ସଂସ୍କୃତି, ପରମ୍ପରା, ଐତିହ ଭଲ ଭାବରେ ଜାଣନ୍ତି । କହିବାକୁ ଗଲେ ଜଣେ ଖାଣ୍ଟି ଓଡ଼ିଆ । ଓଡ଼ିଆଙ୍କ ଏପରି ଗୋଟେ ପର୍ବ ନାହିଁ ଯାହା ମହାପାତ୍ରବାବୁଙ୍କ ଘରେ ପାଳନ କରାଯାଏନି । ସନ୍ତାନ ମାନଙ୍କ ପାଇଁ ସବୁଠାରୁ ବଡ଼ ଓଷା ହେଉଛି ଦୁତିଆ ଓଷା । ଯାହା ‘ମା’ ନିଜର ପୁଅ ଓ ଝିଅର ମଙ୍ଗଳପାଇଁ କରିଥାଏ । ପୁରା କାଷ୍ଟା ଓପବାସ । ପୁରାଣର ବିଶ୍ୱାସ ଅନୁସାରେ ଚିଲ ଓ ଶାଗୁଆ ଗୋଟିଏ ଦିନ ଓପବାସ କଲେ । ଏହି କଷ୍ଠା ଉପବାସରେ କିନ୍ତୁ ଶାଗୁଣା ଉପବାସର ଅଧାରେ ଭୋକ ସମ୍ଭାଳି ନପାରି ମାଂସ ଖାଇଦେଲା । ହେଲେ ଚିଲ ଖାଇନଥିଲା । ଯେହେତୁ ଉପବାସ ନିୟମ ଶାଗୁଣା ଭାଙ୍ଗିଥିଲା ଶାଗୁଣାର ସବୁ ପିଲା ମରିଯାଇଥିଲେ । ହେଲେ ଉପବାସ ପର ଦିନ ଚିଲ ନିଜ ପିଲାମାନଙ୍କ ସହ ମିଶି ବିଭିନ୍ନ ଖାଦ୍ୟ ଆନନ୍ଦରେ ଖାଇଥିଲା । ହୁଏତ ପୁରାଣର ଏହି କଥାକୁ ନେଇ ଯଦି କେହିଁ ମଣିଷ କୌଣସି ବିପଦରୁ ବଂଚି ଆସୁଥିଲା । ସେତେବେଳେ ଲୋକେ କହନ୍ତି ତୋ ମାଆ ବୋଧେ ଦୁତିଆ ଓଷା ପାଳିଥିଳା । ତେଣୁ ତୁ ବଂଚିଗଲୁ ।ଦୁତିଆରେ ଉପବାସ ଭଙ୍ଗ ପରେ ସବୁ ପନିପରିବା ପଡ଼ି ଘାଣ୍ଟ ତରକାରୀ ହୁଏ । ପନିପରିବାର ମିଶ୍ରଣ ସହ ଆଖୁ , ନଡ଼ିଆ, ଖଡ଼ାଶାଗ ପରି ଅନେକ ପରିବାର ସନ୍ତୁଳନରେ ଘାଣ୍ଟ ତିଆରୀ ହୁଏ । ମିଶ୍ରଣ ପରିବାରରେ ବର୍ଷକୁ ଥରେ ଦୁତିଆ ଓଷା ପର ଦିନ ଘାଣ୍ଟ ଖାଇବାର ସ୍ୱାଦ ଟିକେ ନିଆରା । ସବୁଠାରୁ ବଡ଼ କଥା ହେଉଛି ଘାଣ୍ଟ ଖାଇବା ଅପେକ୍ଷା ବେଶୀ ପଡ଼ୋଶୀ ଓ ସମ୍ପକୀୟଙ୍କ ମଧ୍ୟରେ ବଣ୍ଟା ଯାଏ ।ଏତେ ସବୁ କଥା ରାଜଧାନୀର ଚକଚକ ସହରରେ ରହୁଥିବା ଗୋରୀ ଗୁନକୁନ କାହିଁ ବୁଝିବ । ସେ ତ ଆଧୁନିକ ସହରରେ ବଢିଛି, ଏମିତିକ ଗାଁରୁ ଆସି ସହରରେ ରହୁଥିଲା ମାଧବୀ ଲତା ବି ସେଦିନ ଘାଣ୍ଟ କରି ସବୁ ଜାଣି ବି ପଡ଼ୋଶୀଙ୍କୁ ନଜାଣିବା ପରି ପଚାରୁଥିଲା ।ଶେଷରେ ଏମିତି କୁହାଯାଏ ଘାଣ୍ଟ ତରକାରୀ ଭାରି ସୁଆଦିଆ ଓ ଚମତ୍କାର ବ୍ୟଞ୍ଜନ । ସହଜ ,ସରଳ , ସ୍ବାଦିଷ୍ଟ ଓ ଶାକାହାରୀ ଖାଦ୍ୟ । ଏହାକୁ ଖାଇଲେ ମନ ଆନନ୍ଦ ହେବା ସହ ଦେହ ବି ସୁସ୍ଥ ରହେ । ରାତିରେ ନିଜର ସ୍ୱାମୀଙ୍କ ଠାରୁ ଘାଣ୍ଟ ତରକାରୀର ଓ ଏହା ସହ ଯୋଡ଼ିହୋଇଥିବା ବିଶ୍ୱାସ ଓ ଭଲପାଇବା ଜାଣିବା ପରେ ଆଧୁନିକ ଗୁନମଗୁନର ମନ ବଦଳିଯାଇଥିଲା। ରାତିରେ ମଟର ତରକାରୀ ପାଇଁ ଭିଜେଇ ଥିବା ମଟର, ଫ୍ରିଜରେ ଥିବା ଭୋଗ ନଡ଼ିଆ , ଓ ପନିପରିବା କରି ପ୍ରେସରରେ ଘାଣ୍ଟ  ସହ ରୁଟି ଖାଇ ପୁରା ପରିବାର ଖୁସିରେ ଶୋଇଲେ ।ଆଜି ସହର ହେଉ କି ଗାଁ । ବର୍ତ୍ତମାନ ସମୟରେ ବିଭିନ୍ନ ସମସ୍ୟାରେ ଘାଣ୍ଟି ହେଉଛନ୍ତି । ଜୀବନ ଯାତ୍ରାରେ ଘାଣ୍ଟି ହୋଇ ଅନେକ ଦୁଃଖୀ ହୋଇଯାଉଛନ୍ତି । ହେଲେ ଘଣ୍ଟା ଘଣ୍ଟି ଜୀବନରେ ଯେ ବହୁତ ଆନନ୍ଦ ଲୁଚି ରହିଛି, ତାହା ଗୁନଗୁନ ପରି ଅନେକ ବହୁ ବିଳମ୍ବରେ ବୁଝୁଛନ୍ତି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles