{}ଭାଇ ଆଜି ଭୋଜି ଚାଲିଛି । ବହୁଦିନ ପରେ ଚିକୁ ଛାତରେ ଭୋଜି ହେଉଛି । ମୁଁ, ଭଜନା, କୁନିିପୁଅ, ମିଥୁନ, କାଳିଆ, ଟୁକୁଭାଇ, ବାବୁନି ଆମେ ସମସ୍ତେ ଅଛୁ । ବର୍ଷା ହେଉଛି, ତଥାପି ଭୋଜି ଚାଲିଛି , ତାସ ଖେଳ ବି ଚାଲିଚି ।ଆଜିକାଲି ସମୟ ତ ହେଉନି, ଆଉ କଣ ସେ ଦିନ ଅଛି । ସପ୍ତାହର ପ୍ରତି ରବିବାର ଭୋଜି । ବେଶ କିଛିଦିନ ପରେ ଆଜି ସମସ୍ତେ ଏକାଠି ହୋଇଛନ୍ତି। ବହୁତ ଖୁସି ଲାଗୁଚି ସମସ୍ତଙ୍କୁ। ସମସ୍ତେ ବିଭିନ୍ନ କଥା ସେୟାର କରୁଛନ୍ତି। ହସ ବାଣ୍ଟୁଛନ୍ତି, ସ୍ମୃତି ସାଉଁଟୁଛନ୍ତି। ତାହାରି ଭିତରୁ କିଏ ଜଣେ କହୁଛି ତୁ ଶଳା… ବଡ଼ ଲୋକ , ଖାଲି କହିବୁ । ତୋ ଭୋଜି, ସେମାନଙ୍କ ସହ ଏମିତି କେତେକଣ । ଏହାରି ଭିତରେ ଟୁନାର ମନେ ପଡ଼ିଯାଇଛି ସ୍କୁଲ ସମୟରୁ ତାର ଅତି ଘନିଷ୍ଠ ବନ୍ଧୁମାନଙ୍କ ସବୁ ପୁରୁଣା କଥା । ସତରେ ରାଗରେ ବାବୁନି ଫୋନରୁ ସିନା କାଳିଆ ଛଡ଼େଇ ନେଇ କେଇପଦ କହିଦେଲା, ରାଗିକି । ହେଲେ ସେଟା ତାହାର ରାଗ ନଥିଲା ବରଂ ଥିଲା ଅଭିମାନ ଓ ଭଲପାଇବା । ଆରେ ଆମେ ପରା ସାଙ୍ଗ , ଆମ ଗ୍ରୁପ ପା ‘ମାକ୍ସ’ । କେମିତି କିଏ କହା ଉପରେ ରାଗି ପାରିବ ।ରାଗ ଭିତରେ ଏତେ ଭଲ ପାଇବା ଥାଏ ତାହା ଯିଏ ଅନୁଭବ କରିଛି ସେ ଜାଣିଛି । ମୋ ମତରେ ତ ରାଗ ସବୁବେଳେ ଏମିତି ହେବା ଦରକାର । ଯଦି କଥାଛଳରେ କିଏ କହେ ତୋ ଉପରେ ମୁଁ ରାଗିଛି । ମୁଁ ସେ କଥାରେ ମନଦୁଃଖ ନକରି ବରଂ ହସିଦେବି । ଏକଥା ମୋ ସାଙ୍ଗମାନେ ମତେ ଶିଖାଇଛନ୍ତି ।ଆପଣମାନେ ଯାଜପୁର ଟାଉନକୁ ଗୋଟିଏ ସହର କହିପାରନ୍ତି । ମୁଁ କିନ୍ତୁ ଏହାକୁ ଗୋଟେ ଉନ୍ନତ ଗାଁ ବୋଲି କହେ । ଗାଁ ମାଟିର ଭଲ ପାଇବା ଓ ସବୁ ପରିବେଶ ଯାଜପୁର ଟାଉନରେ ରହିଛି । ସେଥିପାଇଁ ତ ସବୁବେଳେ ଆଉ ସବୁ ସମୟରେ ଯାଜପୁରିଆ ଭାବେ ମୁଁ କହେ ଯାଜପୁର ମାଟି ଖୁସିର ମାଟି।ଛାଡ଼ ସେ ସବୁ କଥା , ଅସଲ କଥା ହେଉଛି ମାକ୍ସ ଗ୍ରୁପ ବିଷୟରେ ଆଲୋଚନା କରିବା , ଆରେ ସେ ଗ୍ରୁପ ବିଷୟରେ କହିଲେ ରାତି ପାହିଯିବ ହେଲେ ସଂକ୍ଷେପରେ କହିବାକୁ ଗଲେ କିଛି ସାଙ୍ଗକୁ ନେଇ ଏହି ଗ୍ରୁପଟି । ଗୋଟିଏ ଛୋଟ କାଠଗଣ୍ଡି ଉପରେ ବସି କିଛି ସାଙ୍ଗ ପିଲାଦିନେ ଖେଳ ସାରିବା ପରେ ବସି ଗପସପ ହେବାର ସମୟରୁ ସୃଷ୍ଟି ହୋଇଛି ଏହି ମାକ୍ସ ଗ୍ରୁପ । ୭ରୁ ୧୦ଜଣ ସାଙ୍ଗ ସବୁବେଳେ ଓ ସବୁ ସମୟରେ ସୁଖଦୁଃଖ ହୁଅନ୍ତି, ଭୋଜିଭାତ କରନ୍ତି, ବୁଲାବୁଲି କରନ୍ତି ଆହୁରି କେତେକଣ । ଅନେକ ସମୟରେ ପରସ୍ପର ଭିତରେ ଝଗଡ଼ା ବି ଲାଗନ୍ତି । ସବୁ ଘଟଣା ଘଟେ ମାକ୍ସ ଗ୍ରୁପରେ । ପଇସା ଥାଉ କି ନଥାଉ ଯାହା ଇଚ୍ଛା ହୁଏ ତାହା କରିବାକୁ ପସନ୍ଦ କରନ୍ତି ଏହି ଗ୍ରୁପର ସାଙ୍ଗମାନେ । ଯାଜପୁର ପୌରାଞ୍ଚଳରେ ଅନେକ ଛକର ଲୋକ ଏହି ଗ୍ରୁପକୁ ନେଇ ଈର୍ଷା ବି କରନ୍ତି । କେବଳ ଯେ ଭୋଜିଭାତ, ଗପସପ ନୁହେଁ, ସାଙ୍ଗ ଓ ପଡ଼ୋଶୀଙ୍କ ସୁଖଦୁଃଖରେ ମଧ୍ୟ ଏହି ଗ୍ରୁପର ସଦସ୍ୟମାନେ ସାହାଯ୍ୟ ଓ ସହଯୋଗ କରନ୍ତି ।ସମୟ ବଦଳିଲା, ବୟସ ବଢିଲା । ପ୍ରାୟ ଅଧିକାଂଶ ସାଙ୍ଗଙ୍କ ସାଂସାରିକ ଜୀବନ ବି ଆରମ୍ଭ ହୋଇଗଲା । କିଛି ସାଙ୍ଗ ଯାଜପୁରରେ ନିଜର ଭବିଷ୍ୟତ ଗଢିଲେ ତ ଆଉ କିଛି ସାଙ୍ଗ ଭିନ୍ନଭିନ୍ନ ସହରରେ । ଦେଖାକରିବା ଓ ସଭିଏଁ ଏକାଠି ହୋଇ ଭୋଜି କରିବା ତ କାହିଁ କେତେଦିନ ହେଲା ବନ୍ଦ ହୋଇଯାଇଛି । ଜୀବନ ଜଞ୍ଜାଳ ଭିତରେ ସମୟ ବାହାର କରି ଫୋନରେ ଗପସପ ହେବା ପାଇଁ ବି କାହାକୁ ସମୟ ମିଳୁନାହିଁ । ହେଲେ ପରସ୍ପର ପ୍ରତି ଥିଲା ଭଲ ପାଇବା କିନ୍ତୁ ଆଜି ବି ସେମିତି ଅତୁଟ ରହିଛି। ଗୋଟେ କଥା ଏଥିରୁ ସ୍ପଷ୍ଟ ଯେ ପୁରୁଣା ଦିନ ସିନା ଫେରିବନି । କିନ୍ତୁ ପୁରୁରା କଥା, ପୁରୁଣା ସ୍କୃତିକୁ ତାଜା କରିବା ପାଇଁ ତ ସାଙ୍ଗର ରାଗ ଦରକାର ନା। ତେଣୁ ସେ ରାଗିବା ଦରକାର ଆଉ ଏମିତି ରାଗୁଥାଉ..