() ଆରେ ଜାଣିଛୁ ଅମୁକ ଝିଅଟା ଅବା ପୁଅଟା ଜମା ଭଲ ନୁହେଁ l ତାହାର ଦୁନିଆ ଲଫଡା l କଣ କହିବୁ କହିଲୁ, ତାକୁ କଣ ଭାବୁଥିଲେ, ସେ କଣ ଦେଖିଲୁ ! ଏମିତି କେତେ କଣ ଆଲୋଚନା ହୁଏ ଅନ୍ୟକୁ ଅନ୍ୟର ସ୍ଵାଭାବକୁ ନେଇ l କହିବାକୁ ଗଲେ ଯେଉଁମାନେ ଏପରି ଆଲୋଚନା କରନ୍ତି ସେମାନେ ପୁରା ଖାଣ୍ଟି ସୁନା , ଟିକେ ବି ଖଦଡ଼ ନାହିଁ l ସମୟ ଆଜି ଏପରି ପରିସ୍ଥିତିରେ ପହଞ୍ଚିଛି ଯେ ଏସବୁ ଭିତରେ ଆଜି ଅନେକ ମଣିଷ ଘାଣ୍ଟି ହେଉଛନ୍ତି l କାରଣ ଆମେ ଆଜି ସମାଜ ଅପେକ୍ଷା ନିଜ ସ୍ବାର୍ଥକୁ ବେଶୀ ଦେଖୁଛନ୍ତି l ଜଣେ ଯୁବ ଲେଖକ ପ୍ରେମ ଓ ପ୍ରମିକାକୁ ନେଇ ତା ମନରେ ଥିବା ଅସରନ୍ତି ଭାଵନା ଓ ଅନୁଭୂତିକୁ ଖୋଲା ମନରେ ପରିପ୍ରକାଶ କରି ପାରୁନାହିଁ l ଆଉ ଯଦି ବି ସେ ତା ମନର ଭାଵନାକୁ କବିତା କି ଲେଖା ମାଧ୍ୟମରେ ପ୍ରକାଶ କରୁଛି ତେବେ ସୋସିଆଲ ମିଡିଆରେ ତାକୁ ଟାହି ଟାପରା ଓ ସମାଲୋଚନାର ଶିକାର ହେବାକୁ ପଡୁଛି l ଆଉ ଏ ସବୁ ସମାଲୋଚନା କିଏ କରୁଛି ଯେଉଁମାନେ କି ନା କିଛି ବୁଝନ୍ତି ନା ଲେଖନ୍ତି ନା ଲେଖାକୁ ଠିକ୍ ସେ ପଢ଼ନ୍ତି l କେବଳ ଅନ୍ୟର ଲେଖାରେ ବାହାପିଆ ମତାମତ ଦେଇ ଅଯଥାରେ ଜଣେ ଲେଖକର କଲମ ମୁନକୁ ବନ୍ଦ କରିଦିଅନ୍ତି ନିଜ ମତାମତରେ l ନିଜେ ଯାହା ନୁହେଁ, ଅନ୍ୟକୁ ଲେଖା ମାଧ୍ୟମରେ ସେମିତି ଚିତ୍ରଣ କରନ୍ତି l
ଏମିତି କିଛି ଘଟଣା ଆଜି ଅନେକ ଘଟୁଛି l ଯାହା ଏକ ସୁସ୍ଥ ସମାଜକୁ ବିଷାକ୍ତ କରୁଛି l କିଛି ଅସାମାଜିକ ସମାଲୋଚକମାନଙ୍କ ପାଇଁ ଆଜି ବହୁ ବିଶିଷ୍ଟ ଲେଖକ ଓ କବିମାନଙ୍କର କଲମ ବନ୍ଦ ହୋଇଯାଇଛି l ନହେଲେ କଣ ସେଦିନ ମୌସୁମୀର ପହିଲି ଛୁଆଁ, ବସନ୍ତର ଶୁଲୁ ଶୁଲିଆ ପବନ, ଶୀତୁଆ ରାତିର କୁହୁଡି ଚାଦର ସମୟରେ ହେଉ କି ଦଶହରା, ହୋଲି, ରଜ, ଓ କୁମାର ପୂର୍ଣ୍ଣିମାର ସଂଧ୍ୟା ଆଜି କଣ ଏମିତି ଫିକା ଫିକା ଲାଗୁଥାନ୍ତା l ଆଉ ସମୟକୁ ଦୋଷ ଦେଇ ନିଜର ଅନୁଭବ ଓ ଅନୁଭୂତିକୁ ଆମେ ସମାଧି ଦେଉଛନ୍ତି ଗୋଟିଏ ପଦରେ ” ଆଉ କଣ ସେ ଦିନ ଅଛି ; ବାସ ଏତିକି l ହେଲେ ଆମେ କଣ କେବେ ଭାବୁଛନ୍ତି ମଣିଷ ପରି ପ୍ରକୃତି କେବେ ରଂଗ ବଦଳାଏ ନାହିଁ ? କାଲି ବି ସେ ସୁନ୍ଦର ଥିଲା, ଆଜି ବି ଅଛି ଓ ଆଗମୀ ଦିନରେ ବି ରହିବ l କେବଳ ଆମର ମାନସିକତା ଓ ନଜର ବଦଳିବା ଦରକାର l ନହେଲେ ଲେଖକ ମୁନର ସୃଜନତା ସବୁଦିନ ପାଇଁ ଶାନ୍ତ ହୋଇଯିବ…..