ଆଜି ଶ୍ରୀକୃଷ୍ଣଙ୍କ ଜନ୍ମଦିନ

0

ଭଗବାନ ଶ୍ରୀକୃଷ୍ଣଙ୍କ ଆଜି ହେଉଛି ଜନ୍ମଦିନ । ଏହିଦିନକୁ ସାରା ଦେଶରେ ଜନ୍ମାଷ୍ଟମୀ ଭାବେ ପାଳନ କରୁଛି । ପୁରାରଣ ଅନୁସାରେ ବିଷ୍ଣୁଙ୍କ ଅଷ୍ଟମ ଅବତାର ହେଉଛି କୃଷ୍ଣ ଅବତାର । ଜନ୍ମାଷ୍ଟମୀ ପାଇଁ ଗାଁରୁ ସହର ଉତ୍ସବ ମୁଖର ହୋଇଛି । ବିଶ୍ୱାସ ରହିଛି ,ହି ଦିନ ଭଗବନା ଶ୍ରୀକୃଷ୍ଣଙ୍କୁ ପୂଜା କଲେ କୋଟିପୂର୍ଣ୍ଣ ମିଳେ । ଭଗବାନ କୃଷ୍ଣଙ୍କୁ ଧ୍ୟାନ କଲେ , ଜମ କଲେ, ସାଂସାରିକ ମୋହମାୟାରୁ ମଣିଷ ମୁକ୍ତି ପାଇବା ସହ ସମସ୍ତ ଦୁଃଖ ଯନ୍ତ୍ରଣା ଦୂର ହୁଏ । ଜନ୍ମାଷ୍ଟମୀ ଘରେ ଘରେ ପାଳନ କରାଯାଏ । ଏହି ଅବସରରେ ଶ୍ରୀକୃଷ୍ଣଙ୍କ ଲାସଲୀଳା ମଧ୍ୟ ବିଭିନ୍ନ ମନ୍ଦିରରେ ଦେଖିବାକୁ ମିଳେ । ଗ୍ରହଦୋଷ, ସନ୍ତାପନ ପ୍ରାପ୍ତି, ଆୟୁ ସମୃଦ୍ଧ ପ୍ରାପ୍ତି ହୋଇଥାଏ ଭଗବନାଙ୍କୁ ଆରୋଧନା କଲେ । \n\n\n

ନବୀନଙ୍କ ଦିଲ୍ଲୀଗସ୍ତ

0

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀଗସ୍ତରେ ଯିବେ । ତେବେ ମୁଖ୍ୟମନ୍ତ୍ରୀ କେତେ ଦିନିଆ ଦିଲ୍ଲୀଗସ୍ତରେ ଯିବେ ତାହା ସୂଚନା ମିଳିନାହିଁ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦିନ ୧୨ଟା ୪୦ ମିନିଟରେ ନବୀନ ଦିଲ୍ଳୀ ଗସ୍ତରେ ଯିବେ । ସେପଟେ ଆସନ୍ତା ୨୬ ତାରିଖରେ ଗୃହମନ୍ତ୍ରୀ ଅମିତ ଶାହା ମାଓସମସ୍ୟା ନେଇ ଡ଼ାକିଥିବା ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗଦେବେ ।

୨ଲକ୍ଷ ୬୬ହଜାର କାଳିଆ ଅଯୋଗ୍ୟ : ଫେରାଇବେ ଟଙ୍କା

0

ଅଯୋଗ୍ୟକୁ କିଏ କଳା ଯୋଗ୍ୟ

ନିର୍ବାଚନ ପାଇଁ ଦିଆଯାଇଥିଲା କି ଟଙ୍କା

ସରକାରଙ୍କ ଏହା ଥିଲା କି ଷଡ଼ଯନ୍ତ୍ର

କାଳିଆ ନବୀନଙ୍କ ଗୁଣଗାନ କଲା ନା ବଦନାମ କଲା

କାଳିଆ ଯୋଜନା ସବୁଠାରୁ ଭଲ ଯୋଜନା । ଏକଥା କେବଳ ରାଜ୍ୟ ସରକାର ନୁହେଁ, ବହୁ ବିଶେଷଜ୍ଞମାନେ ଏହି ଯୋଜନାର ପ୍ରଶଂସା କରିଥିଲେ । ହେଲେ ଲହି ଯୋଜନା ଏବେ ସରକାର ଓ ସାଧାରଣ ଲୋକଙ୍କୁ ମୁଣ୍ଡ ବିନ୍ଧାଇଳାଣୀ । ନିର୍ବାଚନ ପୂବରୁ ବହୁ ଅଯୋଗ୍ୟ ହିତାଧିକାରୀଙ୍କୁ ରାଜ୍ୟ ସରକାର କାଳିଆ ଟଙ୍କା ଦେଇଛନ୍ତି । ଯାହାକୁ ଚିହ୍ନଟ କରି ଏବେ ଟଙ୍କା ଫେରାଇବା ପାଇଁ ଯୋଜନା କରୁଛି କୃଷିବିଭା । କାଳିଆ ଯୋଜନାରେ ବର୍ତ୍ତମାନ ସୁଦ୍ଧା ୨ଲକ୍ଷ ୬୬ ହଜାର ଅଯୋଗ୍ୟ ହିତାଧିକାରୀ ଅଛନ୍ତି । ତେବେ ଏହି ଅଯୋଗ୍ୟ ହିତାଧିକାରୀଙ୍କୁ କିଏ ଓ କିପରି , କାହିକଁ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ଟଙ୍କା ଦେଲା ତାହାକୁ ନେଇ ସରକାରଙ୍କୁ ଘେରିଲେଣୀ ବିରୋଧୀ ।

ସରକାରଙ୍କ ଯୁକ୍ତି ଅଯୋଗ୍ୟ ହିତାଧିକାରଙ୍କ ଠାରୁ ଟଙ୍କା ଫେରସ୍ତ କରାଯାଇ ଯୋଗ୍ୟ ବ୍ୟକ୍ତିଙ୍କୁ ଦିଆଯିବ । ତେବେ ଏପରି ବଡ଼ ଘୋଟାଲାର ମୁଖ୍ୟ ଷଡ଼ଯନ୍ତ୍ର କାରୀ କିଏ । ତାହାର ତଦନ୍ତ କରିବାକୁ ବିରୋଧୀ ଦାବି କରିଛନ୍ତି । ସେପଟେ ଆସନ୍ତା ୨୭ ତାରିଖ ସୁଦ୍ଧା ପଞ୍ଚାୟତ ସ୍ତରରେ ହେଉଥିବା ଯାଞ୍ଚ ସରିବ ଏବଂ ୩୧ ତାରିଖ ସୁଦ୍ଧା ବ୍ଲକ୍ ଓ ପଞ୍ଚାୟତ ସ୍ତରରେ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ଯୋଗ୍ୟ ହିତାଧିକାରୀମାନେ ବଞ୍ଚିତ ରହିବେ ସେମାନଙ୍କୁ ସାମିଲ କରିବାକୁ ନୋଡାଲ ଅଫିସରଙ୍କୁ କୁହାଯାଇଛି ବୋଲି କୃଷି ମନ୍ତ୍ରୀ ଅରୁଣ ସାହୁ ଏ ସମ୍ପର୍କିତ ସମୀକ୍ଷା ବୈଠକ ପରେ ସୂଚନା ଦେଇଛନ୍ତି ।

କାଳିଆ ଯୋଜନାରେ ଯୋଗ୍ୟ ଓ ଅଯୋଗ୍ୟ ହିତାଧିକାରୀଙ୍କ ଚିହ୍ନଟ ଚାଲିଛି । ସରକାରଙ୍କ ପାଖକୁ ଆସିଥିବା ୫୧ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ଏ ଯାବତ୍ ୭୨ ପ୍ରତିଶତ ଅର୍ଥାତ ୩୬ ଲକ୍ଷ ୮୮ ହଜାର ହିତାଧିକାରୀଙ୍କର ଯାଞ୍ଚ ସରିଛି । ଯେଉଁଥିରେ ୨ ଲକ୍ଷ ୬୬ ହଜାର ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି ବୋଲି କୃଷି ମନ୍ତ୍ରୀ କହିଛନ୍ତି । ସେହିପରି ଆସନ୍ତା ୨୭ ତାରିଖ ସୁଦ୍ଧା ପଞ୍ଚାୟତ ସ୍ତରରେ ହେଉଥିବା ଯାଞ୍ଚ ସରିବ ଏବଂ ୩୧ ତାରିଖ ସୁଦ୍ଧା ବ୍ଲକ୍ ଓ ପଞ୍ଚାୟତ ସ୍ତରରେ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ଅଗଷ୍ଟ ୧୪ ତାରିଖ ପର‌୍ୟ୍ୟନ୍ତ ଧାର‌୍ୟ୍ୟ କରାଯାଇଥିବା ସମୟ ମଧ୍ୟରେ ମାତ୍ର ୧୩ ଲକ୍ଷ ହିତାଧିକାରୀଙ୍କର ଯାଞ୍ଚ ହୋଇଥିଲା ।

ମାନବାଧିକାର କମିଶନ ହେଲେ ଜଷ୍ଟିସ ବି.ପି ଦାସ, ସଦସ୍ୟ ଅସୀମ

0

ନିଗମ ପରେ ରାଜ୍ୟରେ ଖାଲିପଡ଼ିଥିବା ସାମ୍ବିଧାନିକ ପଦବୀ ଗୁଡ଼କି ପୂରଣ କରୁଛନ୍ତି ରାଜ୍ୟ ସରକାର । ରାଜ୍ୟ ମାନବାଧିକାର କିମଶନର ଅଧ୍ୟକ୍ଷ ଭାବେ ଜଷ୍ଟିସ ବି,ପି ଦାସ ଏବଂ ସଭ୍ୟ ଭାବେ ଆଇନଜୀବି ଅସୀମ ଅମିତାଭ ଦାସଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି । ରାଜ୍ୟ ସରକାରଙ୍କ ଏହି ପ୍ରସ୍ତାବକୁ ରାଜ୍ୟପାଳ ଗଣେଶି ଲାଲ ଅନୁମୋଦନ କରିବା ପରେ ରାଜ୍ୟ ଆଇନ ଭିବାଗ ପକ୍ଷରୁ ଏହି ସଂକ୍ରାନ୍ତୀୟ ବିଗ୍ୟପ୍ତ ପ୍ରକାଶ ପାଇଛି ।

ଦୁର୍ଘଟଣାରେ ଅଚିହ୍ନା ଯୁବକ ଗୁରୁତର

0

ପାଣିକୋଇଲି  : ଆଜି ସନ୍ଧ୍ୟା ସମୟରେ ପାଣିକୋଇଲି ନିକଟସ୍ଥ ପଥରପଦା ପୋଲ ନିକଟରେ ଭାରସାମ୍ୟ ହରାଇ ଯୁବକ ଗୁରୁତର ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ OD 04 A 0937 ନମ୍ବର ବିଶିଷ୍ଟ ଏକ ମୋଟର ସାଇକେଲ ରେ ଯାଉଥିବା ସମୟରେ କୌଣସି କାରଣ ବଶତଃ ଭାରସାମ୍ୟ ହରାଇ ରାସ୍ତା ଉପରେ ପଡି ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ କିଛି ଲୋକ ଓ ଆମେ ବିପଦର ସାଥୀ ର କିଛି ସଦସ୍ୟଙ୍କ ସହାୟତାରେ ଆମ୍ବ୍ଯୁଲାନ୍ସ ଯୋଗେ ଯାଜପୁର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଯୁବକ ଜଣକ ସଜ୍ଞାହୀନ ଥିବା କାରଣରୁ ପରିଚୟ ମିଳିପାରି ନାହିଁ । ଗାଡି ନମ୍ବରରୁ ଗାଡି ମାଲିକଙ୍କ ନାମ ରାଜ୍ କିଶୋର ବେହେରା ବୋଲି ଜଣାପଡିଛି ।

ଚଳିତ ବର୍ଷରୁ ଛାତ୍ର ସଂସଦ ନିର୍ବାଚନ ନୁହେଁ ମନୋନୟନ

0

ବ୍ୟାସନଗର : ଆଜି ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁ ବିଜ୍ଞପ୍ତି ଅନୁସାରେ ଚଳିତ ବର୍ଷ ଠାରୁ ବିଭିନ୍ନ ସରକାରୀ ଓ ବେସରକାରୀ ମହାବିଦ୍ୟାଳୟ ମାନଙ୍କରେ ବିଗତ ଦିନ ମାନଙ୍କରେ ହେଉଥିବା ଛାତ୍ର ସଂସଦ ନିର୍ବାଚନ ବାତିଲ । ସରକାରଙ୍କ ନୁଆ ନିୟମ ଅନୁଯାୟୀ ଚଳିତ ବର୍ଷ ଠାରୁ ମହାବିଦ୍ୟାଳୟ ମାନଙ୍କରେ ଛାତ୍ର ସଂସଦ ମନୋନୟନ ପ୍ରକ୍ରିୟା ଆରମ୍ଭ ହେବ । ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନିର୍ବାଚନ ପାଇଁ ସଜବାଜ ହେଉଥିବା  ଛାତ୍ରଛାତ୍ରୀ ମାନଙ୍କ ମନ ମଉଳିବା ନିଶ୍ଚିତ ।

ବଦଳିବ ରାଜ୍ୟ କଂଗ୍ରେସର ରୂପରେଖ : ଆସିବେ ନୂଆ ସଭାପତି \

0

ବଦଳିବ ରାଜ୍ୟ କଂଗ୍ରେସର ରୂପରେଖ । ଓଡ଼ିଶା କଂଗ୍ରେସର ମଙ୍ଗ ଧରିବେ ନୂଆ ଯୁବନେତା । ଯାହାକୁ ନେଇ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀ ଆରମ୍ଭ କରିଛନ୍ତି ପ୍ରୟାସ । ୨୦ ବର୍ଷ ଧରି ଓଡ଼ିଶାରେ କଂଗ୍ରେସ କ୍ଷମତାରୁ ବାହାରେ ଅଛି । ଏପରିକି ପ୍ରତ୍ୟେକ ନିର୍ଚାଚନରେ କଂଗ୍ରେସର ଭୋଟହାର କମୁଛି । ଗୋଟ ଟଣା ନୀତି ପାଇଁ ଓଡ଼ିଶା କଂଗ୍ରସ ରସାତଳକୁ ଚାଲିଯାଉଛି । ଏଥିରୁ କଂଗ୍ରେସକୁ ଉଦ୍ଧା କରିବା ପାଇଁ କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱ ପୁଣିଥରେ ନେଇଥିବା ସୋନିଆ ଗାନଧୀ ଆରମ୍ଭ କରିଛନ୍ତି ପ୍ରୟାସ । କାହାକୁ ସଭାପତି କଲେ କୋମା ସ୍ଥିତିରେ ଥିବା କଂଗ୍ରେସ ଉଠିବ । ମିଳିତ ନେତୃତ୍ୱ ନାଁ ଏକକ ନେତୃତ୍ୱ । କିଏ ଧରିବ ରାଜ୍ୟ କଂଗ୍ରେସର ମଙ୍ଗ । ଏସବୁ ଏନେଇ ଆଜି ଦିଲ୍ଳୀରେ ବସିବାକୁ ଯାଉଛି କଂଗ୍ରେସ ନେତାଙ୍କ ବୈଠକ । ଅପରାହ୍ନରେ ଦିଲ୍ଲୀରେ ବସିବ ମିନି ଏଆଇସିସି ବୈଠକ । ଏହି ବୈଠକରେ ଯୋଗଦେବା ପାଇଁ ରାଜ୍ୟର ବିଧାୟକ,ସାଂସଦ, ଓ ବରିଷ୍ଠ କଂଗ୍ରେସ ନେତାମାନେ ଏବେ ଦିଲ୍ଲୀରେ । ଏହି ବୈକଠରେ କଂଗ୍ରେସ ଭବିଷ୍ୟତ ଉପରେ ଆଲୋଚନା ହେବ ।

୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶା କଂଗ୍ରେସ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ବିଧାୟକଙ୍କ ସଂଖ୍ୟା ୨ ଅଙ୍କ ଛୁଇପାରିନାହିଁ । ଭୋଟହାର ବି ବହୁତ କମିଛି । କଂଗ୍ରେସର ଏପରି ବଡ଼ ବିପଦି କାହିକିଁ ଘଟିଲା । ଏସବୁ କାରଣ ବି ଖୋଜିଛି କଂଗ୍ରେସ । ଏପରି କିଛି ଉର୍ଦ୍ଦେଶ୍ୟ ପାଇଁ କଂଗ୍ରେସ ନେତାଙ୍କୁ ସୋନିଆ ଦିଲ୍ଲୀ ଡ଼ାକିଛନ୍ତି । ଦିଲ୍ଳୀ ବୈଠକରେ ପୁଣି କଂଗ୍ରେସକୁ କିପରି ଲୋକେ ଭଲ ପାଇବେ ତାକୁ ନେଇ ନେତାଙ୍କୁ ଗୁରୁମନ୍ତ୍ର ଦେବେ ସୋନିଆ । ୧୫୦ରୁ ଅଧିକ କଂଗ୍ରେସ ନେତା ଏହିବୈଠକରେ ଯୋଗ ଦେବା ପାଇଁ ଦିଲ୍ଳୀ ଦରବାରରେ ଡ଼େରା ପକାଇଛନ୍ତି । ତେବେ ବୈଠକରେ ସାଂଗଠନିକ ସ୍ଥିତି ନେଇ ଆଲୋଚନା କରାଯିବା ସହ ମିଳିତ ନେତୃତ୍ୱରେ ରାଜ୍ୟ କଂଗ୍ରେସକୁ ମଜବୁତ କରିବା ନେଇ ଆଲୋଚନା ହେବ । କଂଗ୍ରେସ ଆମୁଳଚୁଳ ପରିବର୍ତ୍ତନ କରି ଦଳକୁ କିପରି ମଜବୁତ କରାଯିବ ତାହାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏଜେଣ୍ଡା ପ୍ରସ୍ତୁତ କରିଛନ୍ତି । ୨୦୨୪ ନିର୍ବାଚନ ଲାଗି ଏବେଠାରୁ କଂଗ୍ରେସ ତାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ତେବେ ଆଜିର ବୈଠକରେ ବହୁ ନେତା ପିସିସି ସଭାପତି ପରିବର୍ତ୍ତନ କରିବାକୁ ଦାବି କରିବେ ବୋଲି ଆଲୋଚନା ହେଉଛି । କାରଣ ପିସିସି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନିରଂଜନ । ତେଣୁ ତାଙ୍କ ବଦଳରେ ନୂଆ ସଭାପତି ନିଯୁକ୍ତି କରିବା ନେଇ ସବୁ ପକାର ପ୍ରସ୍ତୁତି ସରିଛି ବୋଲି ମଧ୍ୟ କହିଛନ୍ତି ବହୁ କଂଗ୍ରେସ ନେତା ଓ ଓଡ଼ିଶାର ଏକମାତ୍ର କଂଗ୍ରେସ ସାଂସଦ ସପ୍ତଗିରି ଉଲାକା । ତେବେ ପିସିସି ସଭାପତି ଦୌଡ଼୍ୟରେ ପ୍ରଦୀପ ମାଝୀ,ରାମଚନ୍ଦ୍ର ଖୁଣ୍ଟିଆ, ବିଶ୍ୱରଂଜନ, ଚିରଞ୍ଜୀବ ବିଶ୍ୱାଳଙ୍କ ନାଁ ଚର୍ଚ୍ଚାରେ ରହିଛି ।

ମିିଶିଗଲା ନିର୍ଦ୍ଦେଶାଳୟ ଓ ବିଭାଗ

0

ପଂଚମ ଥର ମୁ୍ଖ୍ୟମନ୍ତ୍ରୀ ହେବା ପରେ ନବୀନ ଶାସନରେ ବହୁ ପରିବର୍ତ୍ତନ ଆଣିଛନ୍ତି । ୫ଟିକୁ କାର୍ଯ୍ୟକାରୀ କରିବା ପାଇଁ ବିଶେଷ ଦୃଷ୍ଟି ଦେଇଛନ୍ତି । ଯେଉଁଥି ପାଇଁ ପ୍ରଶାସନିକ ସ୍ତରରେ ବ୍ୟାପକ ପରିବର୍ତ୍ତନ ଆଣିଛନ୍ତି ନବୀନ । ଏବେ ନିର୍ଦ୍ଦେଶାଳୟ ଓ ବିଭାଗର ଏକୀକରଣକୁ ସରକାରୀ ମଂଜୁରୀ ପରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏହି ପ୍ରକ୍ରିୟାକୁ କିଭଳି ଶୃଙ୍ଖଳିତ କରାଯାଇପାରିବ ନେଇ ନିର୍ଦ୍ଦେଶାବଳୀ ଜାରି କରିଛି । ଏହି ଏକୀକରଣ ପ୍ରକ୍ରିୟାକୁ ଯଥାସମ୍ଭବ ତ୍ବରାନ୍ବିତ କରିବାକୁ କୁହାଯାଇଛି ।

ଏକୀକରଣ ପରେ ଏଣିକି ଉଭୟ ନିର୍ଦ୍ଦେଶାଳୟ ଓ ମୂଳ ବିଭାଗ ବା ପ୍ରଶାସନିକ ବିଭାଗ ପାଇଁ ଭିନ୍ନ ଭିନ୍ନ ଫାଇଲ ଯିବନି ।ନିର୍ଦ୍ଦେଶାଳୟ ଓ ମୂଳ ବିଭାଗର ଏକୀକରଣ ପରେ ଏହା ମୂଳ ବା ପ୍ରଶାସନିକ ବିଭାଗରେ କିମ୍ବା ନିର୍ଦ୍ଦେଶାଳୟରେ କାର‌୍ୟ୍ୟ କରିବ ତାହା ବିଭାଗୀୟ ମୁଖ୍ୟ ନିଷ୍ପତ୍ତି ନେବେ । ପ୍ରଶାସନିକ ବିଭାଗ ଓ ନିର୍ଦ୍ଦେଶାଳୟରେ ଉପଲବ୍ଧ ସ୍ଥାନ ଆଧାରରେ ସେନେଇ ନିଷ୍ପତ୍ତି ନିଆଯିବ । ଏକୀକରଣ ପରେ ଓସୱାସରେ ଗୋଟିଏ ଫାଇଲ ପ୍ରକ୍ରିୟା ହେବ । ନିର୍ଦ୍ଦେଶାଳୟ ପକ୍ଷରୁ ଦିଆଯିବା ପ୍ରସ୍ତାବକୁ ଆଉ ପ୍ରଶାସନିକ ବିଭାଗରେ ପୁନଃଯାଞ୍ଚ କିମ୍ବା ପ୍ରଶାସନିକ ବିଭାଗ ଦ୍ବାରା ଆଉ ଥରେ ପ୍ରକ୍ରିୟା କରାଯିବାର ଆବଶ୍ୟକତା ନାହିଁ ।

ଏକୀକରଣ ପରେ ଉଭୟ କାର‌୍ୟ୍ୟାଳୟରେ ଥିବା ଅଫିସ ଏଷ୍ଟାବ୍ଲିସମେଣ୍ଟ, ଇସୁ ଓ ଆକାଉଣ୍ଟସ ଭଳି ବିଭାଗର ବ୍ୟବସ୍ଥିତ ଭାବେ ବଣ୍ଟନ କରାଯାଇବା ଆବଶ୍ୟକ । ଏକୀକୃତ ବିଭାଗରେ ଡିଡିଓ ଓ ଏଷ୍ଟାବ୍ଲିସମେଣ୍ଟ ଅଫିସରମାନଙ୍କର ଯୁକ୍ତିସଙ୍ଗତ ଭାବେ ଥଇଥାନ କରାଯିବା ଆବଶ୍ୟକ, ଯାହାଦ୍ବାରା ସରକାରୀ କାର‌୍ୟ୍ୟରେ ଦୋହରୀକରଣ ହେବନି ଏବଂ କାର‌୍ୟ୍ୟ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଶେଷ ହୋଇପାରିବ । ଏକୀକରଣ ପରେ ବଳକା କର୍ମଚାରୀଙ୍କୁ ସାଧାରଣ ପ୍ରଶାସନ ବିଭାଗକୁ ଫେରାଇଦିଆଯିବ, ଯାହାଦ୍ବାରା ସେମାନଙ୍କୁ ଅନ୍ୟ ଖାଲି ସ୍ଥାନରେ ପୁନଃ ନିଯୁକ୍ତି ଦିଆଯିବ ।

ଏଥିସହିତ ଅର୍ଥ ବିଭାଗର ନିୟମାବଳୀ ଅନୁଯାୟୀ ତଳ ସ୍ତରର ଖାଲି ପଦବୀକୁ ଉଚ୍ଛେଦ କରାଯିବ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କୁହାଯାଇଛି ।ଏକୀକରଣ ପରେ ଉଭୟ ବିଭାଗର କର୍ମଚାରୀଙ୍କ ଗ୍ରେଡ, ପଦୋନ୍ନତି ଓ ଦରମାରେ କୌଣସି ପରିବର୍ତ୍ତନ ହେବନାହିଁ । ପଦୋନ୍ନତି, ମୃତ୍ୟୁ କିମ୍ବା ଇସ୍ତଫା ପରେ ନିର୍ଦ୍ଦେଶାଳୟରେ ଖାଲି ହେଉଥିବା ପଦବୀ ଉଚ୍ଛେଦ ହୋଇଯିବ । ତେବେ ଆବଶ୍ୟକ ସ୍ଥଳେ ଅର୍ଥ ବିଭାଗର ଅନୁମୋଦନରେ ସଚିବାଳୟ କମନ କ୍ୟାଡରରୁ ଏହିସବୁ ପଦବୀ ପୂରଣ ହେବ । ନିର୍ଦ୍ଦେଶାଳୟରେ ପରବର୍ତ୍ତି ନିର୍ଦ୍ଦେଶ ପର‌୍ୟ୍ୟନ୍ତ ଜୁନିଅର ଆସିଷ୍ଟାଣ୍ଟ ପଦବୀରେ କୌଣସି ନିଯୁକ୍ତି ହେବନି । ଏଥିସହିତ ଏଣିକି ନିର୍ଦ୍ଦେଶାଳୟ ପାଇଁ ସ୍ବତନ୍ତ୍ର ବଜେଟ ହେନି । ପ୍ରଶାସନିକ ବିଭାଗ ଦ୍ବାରା ଏକୀକରଣ ବିଭାଗ ପାଇଁ ଗୋଟିଏ ବଜେଟ ପ୍ରସ୍ତୁତ ହେବ । ଏହା ଆସନ୍ତା ଆର୍ଥିକ ବର୍ଷରୁ ଲାଗି ହେବ ।

ପାକିସ୍ତାନ ପାଇଁ ମୋଦିଙ୍କ ନୂଆ ପ୍ଲାନ …

0

nକାଳେବଳେ କୌଶଳେ ପାକିସ୍ତାନକୁ ପାନେ ଦେବା ପାଇଁ ମୋଦି ସରକାର ସବୁ ସ୍ତରରେ ଉଦ୍ୟମ ଆରମ୍ଭ କରିଛନ୍ତି । ଭାରତ ସହ ଅର୍ଥନୈତିକ ସମ୍ପର୍କ ତୁଟାଇ ପାକିସ୍ତାନ ଏବେ ବହୁ ଅସୁବିଧାର ସମ୍ମୁଖୀନ ହେଉଛି । ବିଲାତି ,ପିଆଜ ଓ ଓøଷଧ ପାଇଁ ପାକିସ୍ତାନ ଆହାକାର ହେଉଥିବା ବେଳେ ଏବେ ପାକିସ୍ତାନର ଅର୍ଥନୈତିକ ପରିସ୍ଥିତି ଭୁଶୁଡ଼ିବାରେ ଲାଗିଛି । ଭାରତ ପାଇଁ ରେଳ, ସଡ଼କ ଓ ଆକାଶ ପଥ ବନ୍ଦ କରିଥିବା ପାକିସ୍ତାନ ଏବେ ପାଣି ପାଇଁ ଡହଳ ବିକଳ ହେବ। ପାଣି ପାଇଁ ଭାରତ ଉପରେ ନିର୍ଭର କରୁଥିବା ପାକିସ୍ତାନକୁ ଝଟ୍କା ଦେବା ପାଇଁ ମୋଦି ସରକାର ନୂଆ ବ୍ୟବସ୍ଥା କାର‌୍ୟ୍ୟକାରୀ କରିବାକୁ ଅଣ୍ଟା ଭିଡ଼ିଛନ୍ତି।କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ କହିଛନ୍ତି, “ଆମେ ସିନ୍ଧୁ ନଦୀ ଚୁକ୍ତିକୁ ଉଲ୍ଲଙ୍ଘନ ନ କରି ପାକିସ୍ତାନକୁ ପ୍ରବାହିତ ହେଉଥିବା ପାଣିକୁ ରୋକିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛୁ। ପାକିସ୍ତାନକୁ ଯାଉଥିବା ପାଣିକୁ ଅଟକାଇବା ପାଇଁ ଏବେ ଆମେ କାର‌୍ୟ୍ୟ ଆରମ୍ଭ କରିଛୁ। ଆମେ କେବଳ ପାଣି ଅଟକାଇବୁ। କିନ୍ତୁ ସିନ୍ଧୁ ନଦୀ ଚୁକ୍ତିକୁ ଭାଙ୍ଗିବୁ ନାହିଁ।ବର୍ତ୍ତମାନ ସମସ୍ତ ଜଳଭଣ୍ଡାର ପୂର୍ଣ୍ଣ ହୋଇ ରହିଛି। ଅତିରିକ୍ତ ପାଣି ପାକିସ୍ତାନକୁ ଯାଉଛି। ହେଲେ ଖରାଦିନ ଏହି ଅତିରିକ୍ତ ଜଳକୁ ଆମେ ଆମ ଦେଶର ଲୋକଙ୍କ ପାଇଁ ବ୍ୟବହାର କରିପାରିବା। ତେଣୁ ଏହାକୁ ଅଟକାଇବାର ସମୟ ଆସିଛି। ଏହି ନଦୀର ଜଳକୁ ଖରାଦିନେ ହାଇଡ୍ରୋ ଇଲେକ୍ଟ୍ରିସିଟି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ବ୍ୟବହାର କରିପାରିବୁ। ବଳକା ପାଣି ଚାଷ ଓ ଶିଳ୍ପ କ୍ଷେତ୍ରରେ ବ୍ୟବହାର ହୋଇପାରିବ।nଭାରତରୁ ଯାଉଥିବା ପାଣିକୁ ପାକିସ୍ତାନ କୃଷି ଓ ଶିଳ୍ପ କ୍ଷେତ୍ରରେ ବ୍ୟବହାର କରୁଥିଲା। ଏବେ ଆର୍ଥିକ ଦୁସ୍ଥିତି ଦେଇ ଗତି କରୁଥିବା ପାକିସ୍ତାନ ପାଣି ବିନା କ’ଣ କରିବ, ତା’କୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।

ପି.ଚିଦାମ୍ବରମ ଗିରଫ ନାଟକ ..

0

ଶେଷରେ ଗିରଫ ହୋଇଛନ୍ତି ପୂର୍ବତନ ଗୃହ, ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ । ଚି.ଦାମ୍ବରକଙ୍କ ଗିରଫକୁ ନେଇ ଯେଉର୍ ରାଜନୈତିକ ନାଟକ ଦେଖିବାକୁ ମିଳିଲା ଏଥିରେ ଘାଇଳା ହୋଇଛି ସିବିଆଇ । ବୁଧବାର ସକାଳେ ପି.ଚିଦାମ୍ବରଙ୍କୁ ୨ ଘଣ୍ଟା ଭିତରେ ହାଜାର ହେବା ପାଇଁ ସିବିଆଇ ତାଙ୍କ ବାସଭବନରେ ନୋଟିସ ଲଗାଇଲା । ଏହାପରେ ଦୀର୍ଘ ୨୭ ଘଣ୍ଚା ପରେ ହଠାତ୍ କଂଗ୍ରେସ କାର‌୍ୟ୍ୟାଳୟରେ ଆଜି ଉଭା ହୋଇଥିଲେ ଚିଦାମ୍ୱରମ। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉଦ୍ଦେଶ୍ୟମୂଳକ ବୋଲି ପ୍ରେସ କନଫରେନସରେ ଦର୍ଶାଇଥିଲେ ଚିଦାମ୍ୱରମ୍।ଏହାପରେ ଚିଦାମ୍ୱରମ ତାଙ୍କ ଘରକୁ ଆସିଥିଲେ। ଯେଉଁଠାରେ ସିବିଆଇ ନୋଟିସ୍ ଜାରି କରିଥିଲା। ଏହାପରେ ସିବିଆଇ ତାଙ୍କ ଘରେ ପଶିବା ପାଇଁ ଚେଷ୍ଟା କରିଥିଲା। ହେଲେ ଗେଟ୍ ଖୋଲିନଥିଲେ କେହି। ଏହାପରେ ଗେଟ୍ ଡେଉଁ ସିବିଆଇ ଅଧିକାରୀ ଚିଦାମ୍ୱରମଙ୍କ ଘର ଭିଚରେ ପଶି ଗିରଫ କରିଥିଲେ।ଖାଲି ଆଇଏନଏକ୍ସ ନୁହେଁ, ଏୟାରସେଲ୍-ମାକ୍ସିସ ଡିଲରେ ଚିଦାମ୍ୱରମଙ୍କ ନାଁ ରହିଛି। ତାଙ୍କ ପୁଅ କାର୍ତ୍ତୀ ଚିଦାମ୍ୱରମ ମଧ୍ୟ ଆଇଏନଏକ୍ସ ମିଡିଆ କେସରେ ମଧ୍ୟ ସାମିଲ୍ ରହିଛନ୍ତି। ତେଣୁ ଆଗାମୀ ଦିନରେ ତାଙ୍କ ପୁଅ ମଧ୍ୟ ଗିରଫ ହୋଇ ପାରନ୍ତି।ସୂଚନାଯୋଗ୍ୟ, ବରିଷ୍ଠ ସାମ୍ୱାଦିକ ଦୀପକ ଚୌରାସିଆଙ୍କ ସୂଚନା ଅନୁଯାୟୀ ଦୀର୍ଘ ୨୭ ବର୍ଷ ଭିତରେ ଚିଦାମ୍ୱରମ କେବେ କାର ପଛ ସିଟରେ ବସିନଥିଲେ।

Follow us

20,832FansLike
0FollowersFollow
14,700SubscribersSubscribe

Latest news