() ଆଖିକି ନିଦ ନାହିଁ । ମନରେ ଅନେକ ଆବେଗ । ପୁରା ଭାବନାରେ ଉବୁଡ଼ୁବୁ । କେତେବେଳେ ଉଠିବି, ଡ଼୍ରେସ ଶୁଖିଥିବ କି ନାହିଁ । କାଳେ ଧଳାସାର୍ଟରେ ମାଆ ନିଳ ରଙ୍ଗ ଟିକେ ଅଧିକ ଦେଇଦେଇଛି ।ଆଉ ଦାଗଦାଗ ଦିଶୁଛି ସାର୍ଟ ଟା । ପୁଣି ଭାଇ ବୁଟ୍ ଟା ଟିକେ ବଡ଼ ହେଉଛି । ଏସବୁକୁ ଆରଜେଷ୍ଟ କରି ଟୁନା କାଲି ସ୍କୁଲକୁ ଯିବ । ଏମିତି ଚିନ୍ତା କରି କରି ରାତି ୧୧ଟା ବାଜଲାଣି । ସବୁଦିନ ୯ଟାରୁ ଶୋଇପଡ଼ୁଥିବା ଟୁନା ଆଖିକୁ ରାତି ୧୧ ଯାଏ ନିଦ ନାହିଁ । କଣ ପାଇଁ ଜାଣନ୍ତି , କାରଣ ରାତି ପାହିଲେ ସ୍ୱାଧୀନତା ଦିବସ । ଟୁନା ସକାଳ ୭ଟା ପୂର୍ବରୁ ସ୍କୁଲରେ ପହଞ୍ଚିବ। ଆଉ ପତକା ଉତ୍ତୋଳନରେ ନିଜକୁ ସାମିଲ କରିବ । ସେ ପ୍ୟାରେଟ ଦଳରେ ସାମିଲ ହୋଇନଥିଲେ ମଧ୍ୟ ଟାଉନ ହଲ ପଡ଼ିଆରେ ସାଙ୍ଗମାନଙ୍କ ସହ ପ୍ୟାରେଡ଼ ଦେଖିବାକୁ ଯିବ । ଦେଶ କିପରି ସ୍ୱାଧୀନ ହେଲା ସେତେଟା ସେ ଜାଣି ନଥିଲେ ମଧ୍ୟ ଦେଶପାଇଁ ନିଜ ଜୀବନ ଦେଇଥିବା କେତେଜଣ ମହାପୁରୁଷ ଓ ସଂଗ୍ରାମୀଙ୍କ କଥା ସେ ବହିରୁ ପଢିଛି ଓ ଶିକ୍ଷକ ,ଗୁରୁଙ୍କ ଠାରୁ ଶୁଣିଛି ।
କାଲି ହେଉଛି ସ୍ୱାଧୀନତା ଦିବସ । ହାତରେ ତିରଙ୍ଗା ଧରି ଭାରତ ମାତା କି ଜୟ. ମହାତ୍ମାଗାନ୍ଧୀ, ସୁବାଷ ବୋଷ କି ଜୟ ଆଦି ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କ ଜୟଗାନ କରି ସହର ପରିକ୍ରମା କରିବାର ମଜ ବି ନିଆରା । ତାହା ସହ ପୁଣି ସ୍କୁଲରେ ଏକାଠି ହୋଇ ଜାତୀୟ ସଂଗୀତ ଗାନ କରିବା ଆତ୍ମତୃପ୍ତି ଟିକେ ଅଲଗା । ପତକା ଉତ୍ତୋଳନ ସରିବା ପରେ ସ୍ୱାଧୀନତା ଦିବସ ଉପରେ ଭାଷଣ ଦେବା ଏହାପରେ କିଛି ସାଙ୍ଗସାଥି , ବଡ଼ଭାଇ ଓ ଉଭଣୀମାନେ ମଧ୍ୟ ଭାଷଣ ଦିଅନ୍ତି । ଶେଷରେ ସେଓ, ବୁନ୍ଦି ଖାଇବାର ମଜା ବି ଟିକେ ନିଆରା । ତାହାରି ଭିତରେ କିଏ କହୁଥିବ ଚାଲ ସେ ଅଫିସକୁ ଅବା ଅଫିସର କ୍ଲବକୁ ଯିବା , ସେଠାରେ ଟିପିନରେ ଦିଆଯାଉଛି (ବରା, ସିଙ୍ଗଡ଼ା, ମିଠା ) ଥିବ । ସେ ଲୋଭରେ ମଧ୍ୟ କିଛି ପିଲା ସେଠାକୁ ଯାଆନ୍ତି ।
ସ୍ୱାଧୀନତା ଦିବସ ପୂର୍ବଦିନ ଅଳ୍ପ ବହୁତ ସମସ୍ତଙ୍କ ପିଲାଦିନ ଜୀବନରେ ଏମିତି କିଛି ଘଟିଥିବ । ହେଲେ ସବୁଠାରୁ ବଡ଼କଥା ହେଉଛି ଦେଶପ୍ରତି ଆମର ଭଲପାଇବା । ଲାଲ କିଲ୍ଲାରେ ଦେଶର ପ୍ରଧାନମନ୍ତ୍ରୀ ପତାକା ଉଡ଼ାଇ ଯେତିକି ଗର୍ବ ଅନୁଭବ କରନ୍ତି , ଗାଁ ସ୍କୁଲରେ ପତକା ଉଡ଼ାଇ ଟୁନା ବି ସେତିକି ଗର୍ବ ଅନୁଭବ କରେ । ଦେଶ ପ୍ରତି ଭଲପାଇବା ଓ ଆଗେବ ସଭିଁଙ୍କ ହୃଦୟରେ ଆପେଆପେ ଚାଲିଆସେ । ସେ ତ ଭଲପାଇବା । ସ୍ୱାଧୀନତା ଦିବସ ଆମକୁ ବାର୍ତ୍ତା ଦେଇଛି ସେ ଆମେ ଚାହିଲେ ସବୁ କିଛି ସମ୍ଭବ ।
ଆଜି ଅନେକ କହୁଛନ୍ତି ଆମକୁ ଏ କ୍ଷେତ୍ରରେ ସ୍ୱାଧୀନତା ମିଳିନାହିଁ, ସେ କ୍ଷେତ୍ରରେ ମିଳିନାହିଁ । ଅନ୍ତତଃ ଦେଶ ସ୍ୱାଧୀନ ହେବାର ୭୫ ବର୍ଷ ବିତିଥିଲେ ମଧ୍ୟ ଯଦି ମନରେ ଏ ଭାବନା ଆସୁଛି ତେବେ ତାର ପ୍ରତିକାର କରାଯାଉଛି । ଯିଏ ଯେଉଁ କ୍ଷେତ୍ରରେ ସ୍ୱାଧୀନଭାବେ ସମସ୍ତେ ସଂଗ୍ରମ ଜାରୀ ରଖିଛନ୍ତି। ନିଶ୍ଚିତ ଭାବେ ସେ ସ୍ୱାଧୀନତା ମଧ୍ୟ ବେଶୀ ବାଟ ହେବ ନାହିଁ । କେବଳ ଭଲ ପାଇବା ଓ ନିଜ ଭିତରେ ଆତ୍ମ ବିଶ୍ୱାସ ବଢାଇଚାଲ । କାରଣ ଦେଶ କେବଳ ଭାଷଣବାଜି କି ଗୋଟେ ଦିନର ସଂଗ୍ରାମରେ ଇଂରେଜମାନଙ୍କୁ ଦେଶରୁ ହଟାଇନଥିଲା । ଏଥିପ୍ରତି କେତେ ଯେ ପରିଶ୍ରମ ଓ କେତେ ଯେ ସଂଘର୍ଷ ଓ ସଂଗ୍ରାମ ହୋଇଛି ତାହା କାହାକୁ ବା ଅଛପା । ଚାଲ ସବୁ ଭୂଲିଯିବା ନିଜେ ସ୍ୱାଧୀନଭାବେ ବଂଚିବା ଓ ଅନ୍ୟକୁ ବି ସ୍ୱାଧୀନଭାବେ ବଂଚିବାକୁ ଦେବା । ଦେଶପ୍ରତି ନିଜର କର୍ତ୍ତବ୍ୟକୁ ବୁଝିବା ଓ ଦେଶପାଇଁ କିଛି କରିବା ।
ଭାରତ ମାତା କି ଜୟ…