ସତରେ ମୋ ଦେଶ ବଦଳୁଛି…..

- Advertisement -

ଭୁବନେଶ୍ୱର : ଆଜି ସାରା ଦେଶରେ ଜନତା କର୍ଫ୍ୟୁ ଲାଗିଛି। ଗାଁଠାରୁ ସହର ସବୁଠି ଏହାକୁ ପୂର୍ଣ୍ଣ ସମର୍ଥନ ମିଳିଛି । ଲୋକେ ଏକଜୁଟ ହୋଇ ମହାମାରୀ କରୋନା ବିରୁଦ୍ଧରେ ଲଢେଇ କରୁଛନ୍ତି। ଜାତି, ଧର୍ମ ,ବର୍ଣ୍ଣ ଏବଂ ବିଚାରଧାରାରେ ଥିବା ଭିନ୍ନତା ସବୁକୁ ପଛରେ ପକାଇ ଆମେ ସମସ୍ତେ ଆଜି ଏକାଠି ଛିଡା ହୋଇପାରିଛନ୍ତି। ଆଉ କରୋନାକୁ ହରାଇବା ପାଇଁ ପ୍ରତିଶ୍ରୁତିବଦ୍ଧ ।
ସାରା ବିଶ୍ୱରେ ଏବେ କରୋନା ମହାମାରୀ ରୂପ ନେଇସାରିଛି । ଏହା ପ୍ରାୟ ୧୮୧ ଦେଶକୁ ବ୍ୟାପି ସାରିଲାଣି। ଚୀନ୍ ଏବଂ ଇଟିଲିରେ ଏହି ରୋଗରେ ଆକ୍ରାନ୍ତ ସଂଖ୍ୟା ସର୍ବାଧିକ । ଏହି କରୋନା ଭୂତାଣୁ ଏବେ ଭାରତରେ ମଧ୍ୟ ମହାମାରୀ ଆଡ଼କୁ ଗତି କରିଛି। ଦିନକୁ ଦିନ ରୋଗୀ ସଂଖ୍ୟା ବଢିବାରେ ଲାଗିଛି। ଆଜି ସୁଦ୍ଧା ଏହା ୩୦୦କୁ ଛୁଇଁଲାଣି । ଏହି ପରିସ୍ଥିତିକୁ ଦେଖି ପ୍ରଧାନମନ୍ତ୍ରୀ ଆଜି ତଥା ମାର୍ଚ୍ଚ ୨୨ ତାରିଖ ରବିବାରକୁ ଜନତା କର୍ଫ୍ୟୁ ପାଳନ କରିବାକୁ ସମସ୍ତ ଲୋକଙ୍କୁ ଆହ୍ୱାନ କରିଥିଲେ । କାରଣ କରୋନାକୁ କେବଳ ସ୍ୱଚ୍ଛତା ଏବଂ ସଚେତନତା ଦ୍ଵାରା ନିରାକରଣ କରାଯାଇପାରିବ। ଏ ପର୍ଯ୍ୟନ୍ତ ଏହା ପାଇଁ କୌଣସି ଔଷଧ ବାହାର କରାଯାଇନାହିଁ । ସେଥିପାଇଁ ସଚେତନତା ନିହାତି ଆବଶ୍ୟକ । ଖୁସିର କଥା ଲୋକମାନେ ମଧ୍ୟ ଏଥିପ୍ରତି ସଚେତନ ଅଛନ୍ତି। ଆଜିର ଏହି ଜନତା କର୍ଫ୍ୟୁକୁ ସ୍ୱଇଚ୍ଛାରେ ବାହାରକୁ ନ ବାହାରି ନିଜ ଘରେ ରହିଛନ୍ତି । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସମସ୍ତ ଗାଇଡ଼ ଲାଇନ ପାଳନ କରୁଛନ୍ତି।
ଯେମିତିକି ପ୍ରଧାନ ମନ୍ତ୍ରୀ କହିଥିଲେ ସନ୍ଧ୍ୟା ୦୫ .୦୫ ମିନିଟ୍ ସମୟରେ ତାଳି ଏବଂ ବାସନ ବାଡେଇଥିଲେ। ଯେଉଁ ଡାକ୍ତରମାନେ ନିଜ ଜୀବନକୁ ବାଜି ଲଗେଇ କରୋନା ଆକ୍ରାନ୍ତଙ୍କ ଜୀଵନ ବଞ୍ଚାଉଛନ୍ତି ସେମାନଙ୍କ ମନବଳ ବଢ଼ାଇବାରେ ସାହାୟକ ହୋଇଛି। ଏହାସହ ଲୋକଙ୍କୁ ସଚେତନ କାରାଇବାରେ ପୋଲିସ ଏବଂ ସାମ୍ବାଦିକଙ୍କ ଭୂମିକା ମଧ୍ୟ ଏଠାରେ ବେଶ ପ୍ରଶଂସନୀୟ । ଏ ସମସ୍ତଙ୍କୁ ସାରା ଦେଶ ତାଳି ମାରି ଅଭିବାଦନ ଜଣାଇଛି ।
ସବୁଠାରୁ ବଡ଼ କଥାହେଲା ଏଥିପାଇଁ କେହି ନେତା ଲୋକଙ୍କୁ ଲୋଭ ଦେଖାଇନାହିଁ । କି ଭୋଜି ଦେଇ ନାହିଁ । ସକାଳୁ କେହି ପିକେଟିଂ କରି ଡ଼ରାଇ ଧମକାଇ ଗାଡି ବନ୍ଦ କରିନାହିଁ। ଆଜି ସାରା ଦେଶବାସୀ ନିଜର କର୍ତ୍ତବ୍ୟକୁ ବୁଝିଛନ୍ତି। ଆଉ ସମସ୍ତେ ନିଜର ସୁରକ୍ଷା ପାଇଁ ନିଜେ ଅଣ୍ଟା ଭିଡିଛନ୍ତି। ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଗାଇଡ଼ ଲାଇନ ପାଳନ କରିଛନ୍ତି । ସତରେ ଆଜି ଦେଶ ବଦଳିଛି ।
ନବ କିଶୋର ସାହୁ
ସାମ୍ବାଦିକତା ଛାତ୍ର ଆଇଆଇଏମସି,                                              ଢେଙ୍କାନାଳ

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles