୧୨ବର୍ଷ ପରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଟାଇଟଲ ଜିତିଲା ଭାରତ…

- Advertisement -

() ଦୀର୍ଘ ୧୨ ବର୍ଷ ପରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଟାଇଟଲ ଜିତିଛି ଭାରତ । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ, ଟିମ୍ ଇଣ୍ଡିଆ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ୪ ୱିକେଟରେ ପରାସ୍ତ କରି ଟ୍ରଫି ହାତେଇଛି। ଟିମ୍ ଇଣ୍ଡିଆର ବିଜୟ ପରେ ପ୍ରତିଟି ଭାରତୀୟ ଓ କ୍ରିକେଟ ପ୍ରେମୀଙ୍କ ମନରେ ଖୁସିର ଲହରି ଖେଳି ଯାଇଛି। କିଏ ସେଲିବ୍ରେସନ କରୁଛି ତ ଆଉ କିଏ ବାଣ ଫୁଟାଇ ବିଜୟ ଉତ୍ସବ ପାଳନ କରୁଛି । ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ଡ଼ାରେନ୍ ମିଚେଲ ସର୍ବାଧିକ ୬୩ରନ୍ ଏବଂ ମାଇକେଲ ବ୍ରେସୱେଲ ୫୩ ଇନିଂସ ବଳରେ ନ୍ୟୁଜିଲାଣ୍ଡ ୨୫୨ ରନର ଟାର୍ଗେଟ ଦେଇଥିଲା। ରୋହିତ ଶର୍ମା ଏବଂ ଶୁଭମନ ଗିଲଙ୍କ ପରେ, ଶ୍ରେୟସ ଆୟର ଏବଂ କେଏଲ ରାହୁଲ ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ। ଭାରତ ୪୯ ଓଭର ଲକ୍ଷ୍ୟ ହାସଲ କରି, ଚାମ୍ପିଅନ୍ସ ଟ୍ରଫିକୁ ନିଜ ନାମରେ କରିଥିଲା। ଭାରତୀୟ ସ୍ପିନରମାନଙ୍କ ଉତ୍କୃଷ୍ଟ ବୋଲିଂ ପ୍ରଦର୍ଶନ ଯୋଗୁଁ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ୨୫୨ ରନରେ ସୀମିତ ରଖିଥିଲା। ଫଳରେ ୨୫୨ ରନ୍ ପିଛା କରି,ରୋହିତ ଶର୍ମା ଏବଂ ଶୁଭମନ ଗିଲ୍ ଏକ ରେକର୍ଡ କରିଥିଲେ। ଦୁହେଁ ପ୍ରଥମ ୱିକେଟ ପାଇଁ ୧୦୫ ରନ ହାତେଇଥିଲେ। ଚାମ୍ପିଅନ୍ସ ଟ୍ରଫି ଇତିହାସର ଫାଇନାଲରେ ପ୍ରଥମ ୱିକେଟ ପାଇଁ ଏହା ତୃତୀୟ ଶତକୀୟ ଭାଗୀଦାରି। ଏହା ସହିତ, ଦଳ ୨୫୨ ରନ୍ ଲକ୍ଷ୍ୟର ପିଛା କରିବା ସମୟରେ ଏହାର ମିଡିଲ୍ ଅର୍ଡର ବ୍ୟାଟସମ୍ୟାନଙ୍କ ଉପରେ ଚାପକୁ ବହୁ ପରିମାଣରେ ହ୍ରାସ କରିଥିଲା । ରୋହିତ-ଶୁଭମନଙ୍କ ଭଲ ଭାଗୀଦାରି ସତ୍ତ୍ୱେ, ଭାରତ ୩ ୱିକେଟ୍ ହରାଇବା ପରେ ଚାପରେ ପଡ଼ିଯାଇଥିଲା। କିନ୍ତୁ ମଧ୍ୟକ୍ରମରେ, ପ୍ରତ୍ୟେକ ମ୍ୟାଚ୍‌ରେ ଭଲ ଇନିଂସ ଖେଳି ଆସୁଥିବା ଶ୍ରେୟସ ଆୟର ଗୁରୁତ୍ୱପୂର୍ଣ୍ଣ ୪୮ ରନ୍ କରିଥିଲେ। ତାଙ୍କ ସହିତ ଅକ୍ଷସର ପଟେଲ ୨୯ ରନର ଏକ ଛୋଟ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ୧୮ ବଲ୍‌ରେ ୧୮ ରନ୍ କରି ଦଳକୁ ବିଜୟର ନିକଟତର କରିଥିଲେ। ଶେଷରେ କେଏଲ ରାହୁଲ ୩୪ ଓ ରବୀନ୍ଦ୍ର ଜାଡେଜା ୯ ରନର ଏକ ଅପରାଜିତ ଇନିଂସ ଖେଳି ଭାରତକୁ ବିଜୟୀ କରାଇଥିଲେ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles