ଯାଜପୁର : ଯାଜପୁର ଜିଲ୍ଲାସଂସ୍କୃତି ଭବନ ଠାରେ ରାଜ୍ୟ ବସ ମାଲିକ ସଂଘ ପକ୍ଷରୁ ବାର୍ଷିକ ସମିଳନୀ ଅନୁଷ୍ଠିତ ହୋଇଯାଇଛି ।ଏହି ସମିଳନୀରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା , ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ରାଜ୍ୟ ବସ ମାଲିକ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ ପ୍ରମୁଖ ଯୋଗଦାନ ଦେଇଥିଲେ । ବିଶେଷ କରି ରାଜ୍ୟରେ ବସ ମାଲିକ ମାନଙ୍କୁ ଅନେକ ସମସ୍ୟା ଦେଇ ଗତି କରିବାକୁ ପଡୁଛି । ଏହିସବୁ ସମସ୍ୟା ସମ୍ପର୍କରେ ବସ ମାଲିକ ସଂଘ ପକ୍ଷରୁ ଉପସ୍ଥାପନ କରାଯିବା ସହ ଯାଜପୁରକୁ ରାଜ୍ୟର ସମସ୍ତ ଜିଲ୍ଲାକୁ ବସ ଚଳାଚଳ କରାଯିବା ସହ ରାଜ୍ୟ ବାହାରକୁ ଯଥା ଛତିଶଗଡ଼, ରାୟପୁର,ହାଇଦ୍ରାବାଦ ପ୍ରମୁଖ ସ୍ଥାନକୁ ବସ ଚଳାଚଳ କରାଯିବା ପାଇଁ ପ୍ରସ୍ତାବ ରଖିଥିଲେ । ଆଗାମୀ ଦିନରେ ଆହୁରି ଅଧିକ ଦୃଷ୍ଟି ଦେବା ସହ ପର୍ଯ୍ୟଟନ କ୍ଷେତ୍ରକୁ ଆହୁରି ଆଗକୁ ନେବାରେ ସହାୟକ ହେବ । ତେବେ ରାଜ୍ୟ ବସ ମାଲିକ ସଂଘ ପକ୍ଷରୁ ରଖାଯାଇଥିବା ପ୍ରସ୍ତାବ ଗୁଡିକୁ ଶୀଘ୍ର ପୁରାଣ କରାଯିବ ବୋଲି କହିଥିଲେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।