ଯାଜପୁରରେ ଅକ୍ସିଜେନ ପ୍ଲାଣ୍ଟ ର ଭିତ୍ତି ପ୍ରସ୍ତର ସ୍ଥାପନ

- Advertisement -

() ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସ ଜରିଆରେ ଯାଯପୁର ଜିଲ୍ଲା ରେ ଲିକ୍ୟୁଇଡ୍ ମେଡ଼ିକାଲ ଅକ୍ସିଜେନ ପ୍ଲାଣ୍ଟ ଭିତ୍ତିପ୍ରସ୍ତର ସ୍ତାପନ କରିଛନ୍ତି ।ଏହାସହ ହସ୍ପିଟାଲରେ ଅନ୍ୟ ଭିତ୍ତିଭୂମି ଉଦଘାଟନ କରିଛନ୍ତି ।ଲୋକମାନଙ୍କୁ ଉତ୍ତମ ସେବା ଯୋଗାଇଦେବା ପାଇଁ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ । ଏହି କାର୍ଯ୍ୟକ୍ରମରେ  ମନ୍ତ୍ରୀ ଅଶୋକ ପଣ୍ଡା ,  ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ,   ଯାଜପୁର ବିଧାୟକ ତଥା ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ,  ଅନ୍ୟ ବିଧାୟକମାନେ ,ସାସଂଦ ପ୍ରମୁଖ ଉପସ୍ଥିତ ଥିଲେ । କୋଭିଡ ତୃତୀୟ ଲହର ପାଇଁ ସରକାର ଆଗୁଆ ପଦକ୍ଷେପ ନେଉଛନ୍ତି । ଏହି କ୍ରମରେ ସମଗ୍ର ରାଜ୍ୟ ସମେତ ଯାଯପୁର ଜିଲ୍ଲାରେ ସ୍ବାସ୍ଥ୍ୟ ସେବା କୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ଯାଜପୁର ବିଧାୟକଙ୍କ ଉଦ୍ୟମ      ଯାଜପୁରରେ ମେଡ଼ିକାଲ ରେ ଅତ୍ୟାଧୁନିକ ସ୍ବାସ୍ଥ୍ୟ ଉପକରଣ ସୁବିଧା ବ୍ୟବସ୍ଥା କରାଯାଇଛି ।ଏହାସହ ମେଡ଼ିକାଲ ନୂତନ ବିଲିଡଂ କରାଯାଇ ବିଭିନ୍ନ ଓ୍ଵାଡରେ ସୁବିଧା ସୁଯୋଗ ଯୋଗାଇଦିଆଯାଉଛି । ଏପରିକି ଯାଜପୁରବାସିଙ୍କ ଦୀର୍ଘ ଦିନର ସ୍ଵପ୍ନକୁ ପ୍ରଣବ ଉଦ୍ୟମ କ୍ରମେ ମେଡ଼ିକାଲ କଲେଜ ଯାଜପୁର ରେ ହେବାକୁ ଯାଉଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles