() ଯାଜପୁର ପୌର ପରିଷଦ ନିର୍ବାଚନରେ କାହିକିଁ ବିଜେଡି ବଡ ବିଜୟ ବ୍ୟବଧାନରେ ଜିତିବ ? ସହରବାସୀ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଓ ଭବ ପ୍ରସାଦ ଦାସଙ୍କ ପ୍ରତି କାହିକିଁ ନିଜର ସମର୍ଥନ ଅଜାଡ଼ି ଦେଉଛନ୍ତି । ଏସବୁର ଗୋଟିଏ ଉତ୍ତର ବିକାଶ ଆଉ ବିକାଶ । ନୂଆ ଯାଜପୁର ଗଠନ କରିବା ଲକ୍ଷ୍ୟରେ ବିଧାୟକ ଯେଉଁ ଯେ କେବଳ ସ୍ବପ୍ନ ଦେଖିଛନ୍ତି ତାହା ନୁହେଁ, ଏହି ସ୍ବପ୍ନକୁ ସାକାର କରିବା ପାଇଁ ଦିନରାତି ଏକ କରି ପରିଶ୍ରମ କରିଛନ୍ତି । ଯେଉଁଥି ପାଇଁ ଦିନକୁ ୨ଥର ରାଜଧାନୀ ଭୁବନେଶ୍ବରରୁ ଯାଜପୁର ଯାତାୟତ କରନ୍ତି ବବି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ଓଡ଼ିଶା ଗଠନରେ ଯାଜପୁର ଏକ ସ୍ବତନ୍ତ୍ର ସ୍ଥାନ ନେଇଛି । କାରଣ ଯାଜପୁର ଜିଲ୍ଲାକୁ ସ୍ବତନ୍ତ୍ର ଜିଲ୍ଲା ଓ ଫୋକସ ଜିଲ୍ଳାର ମାନ୍ୟତା ଦେବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶାର ବରପୁତ୍ର ସ୍ବଗତ ବିଜୁ ପଟ୍ଟନାୟକ ସବୁବେଳେ ଚାହୁଥିଲେ । ଶିଳ୍ପାୟନ ଜିଲ୍ଳା ଭାବେ ଯାଜପୁର ଜିଲ୍ଲାକୁ ଗଢିଥିଲେ ବିଜୁବାବୁ । ପୁରା ଏସିଆ ମହାଦେଶରେ ଶିଳ୍ପାୟନ ଲାଗି ଯାଜପୁର ଜିଲ୍ଳାର ରହିଛି ସ୍ବତନ୍ତ୍ର ପରିଚୟ । ବିଜୁଙ୍କ ପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯାଜପୁର ଜିଲ୍ଲାକୁ ବେଶ ଭଲପାଆନ୍ତି । ଯାଜପୁର ଜିଲ୍ଲା କିପରି ବିକାଶ ପଥରେ ଅଧିକ ଆଗେଇବ ସେନେଇ ରାଜ୍ୟ ସରକାର ସବୁବେଳେ ଗୁରୁତ୍ବ ଦେଇଛନ୍ତି । ବର୍ଷବର୍ଷ ଧରି ଜିଲ୍ଲାବାସୀ ଯେମିତି ଆର୍ଶୀବାଦ ଅଜାଡ଼ି ଦେଇଛନ୍ତି ବିଜୁବାବୁ ଓ ନବୀନ ପଟ୍ଟନାୟକଙ୍କ ପ୍ରତି , ଠିକ ସେହି ଭଲ ପାଇବା ବିକାଶମୂଳକ ଏଜେଣ୍ଡା ଜରିଆାରେ ଜିଲ୍ଳାବାସୀଙ୍କ ଦେଇଛନ୍ତି ବିଜୁବାବୁ ଓ ନବୀନ ବାବୁ ।
ବିଜେଡିର ଗଡ ହେଉଛି ଯାଜପୁର ଜିଲ୍ଲା । ସବୁ ନିର୍ବାଚନରେ ଦଳକୁ ଭୋଟ ଜରିଆରେ ଆର୍ଶୀବାଦ ଦେଇଛନ୍ତି ଜିଲ୍ଲାବାସୀ । ଏବେ ପୁଣି ସେହି ସମୟ ଆସିଛି । ୨ଟି ପୌର ପରିଷଦରେ ଗଠିତ ହୋଇଥିବା ଯାଜପୁର ଜିଲ୍ଲାରେ ଏବେ ନିର୍ବାଚନ ପ୍ରଚାର ଚାଲିଛି । ବ୍ୟାସନଗର ଓ ଯାଜପୁର ପୌର ପରିଷଦରେ ପୁଣିଥରେ ବିଜେଡ଼ି ଦଖଲ କରିବ ତାହାର ସଙ୍କେତ ପ୍ରଚାର ସମୟରେ ଲୋକଙ୍କ ସମର୍ଥନରୁ ଜଣାପଡ଼ୁଛି । ଆଉ ଏ ସମର୍ଥନ କେବଳ ବିକାଶ ପାଇଁ । ଯାହାକୁ ମୁଖ୍ୟ ପ୍ରସଂଗ କରିଛି ଶାସକ ବିଜେଡି । ପୌର ନିର୍ବାଚନରେ ଦଳ ଇସ୍ତାହାର ପ୍ରକାଶ କରିଛି । କଣ କଣ ବିକାଶ ମୂଳକ କାଯ୍ୟକ୍ରମ ଏବେ ଜାରୀ ରହିଛି ଯାଜପୁର ସହରରେ ତାହା ନିର୍ବାଚନୀ ଇସ୍ତାହାରରେ ପ୍ରକାଶ କରାଯାଇଛି । ଯାଜପୁରରେ ଅତ୍ୟାଧୁନିକ ମ୍ୟୁଜିୟମ, ବରାହନାଥ ମନ୍ଦିରରେ ୧୨୫ ଫୁଟ ଶିବଲିଙ୍ଗ ସହ ଦ୍ବିତୀୟ କୁସୁମା, ଦଶାଶ୍ଵମେଧ ଘାଟରେ ବ୍ୟାରେଜ, ବିରଜା ମନ୍ଦିର ସୌନ୍ଦଯ୍ୟକରଣ, ବିଭିନ୍ନ ପଯ୍ୟଟନ କ୍ଷେତ୍ରର ବିକାଶ, ମିନି ସଚିବାଳୟ , ରିଙ୍ଗରୋଡ଼, କୁସୁମା ଜିଲ୍ଲାର ବିକାଶ ମୁଖବନ୍ଧ ସାଜିଛି । ସହରର ଗଳିକନ୍ଧିରେ ରାସ୍ତାଘାଟ, ସ୍ବଚ୍ଛ ପାନୀୟ ବ୍ୟବସ୍ଥା, ସୌନ୍ଦଯ୍ୟକରଣ ପରି ଲମ୍ବା ବିକାଶ ଏଜେଣ୍ଡାକୁ ପୌର ନିର୍ବାଚନ ଇସ୍ତାହାରାରେ ସ୍ଥାନୀତ କରିଛି ବିଜେଡ଼ି ।
ଆଉ ଏସବୁ ସମମ୍ଭ ହୋଇପାରିଛି ସହରବାସୀଙ୍କ ସହଯୋଗ ଓ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି) କଠିନ ପରିଶ୍ରମ ଆଉ ଉଦ୍ୟମ ବଳରେ । ଏସବୁ ବିକାଶମୂଳକ କାଯ୍ୟକ୍ରମ ନକ୍ସା ପ୍ରସ୍ତୁତ ହେବା ଓ ଏହାକୁ ବାସ୍ତବ ରୂପ ଦେବା ବିଧାୟକଙ୍କ ପରିଶ୍ରମକୁ କେବଳ ଯାଜପୁର ବାସୀ ନୁହେଁ, ପୁରା ଓଡ଼ିଶା ପ୍ରଶଂସା କରିଛି । ଏସବୁ ପାଇଁ ଏବେ ପୌର ନିର୍ବାଚନରେ ବଡ଼ ବ୍ୟବଧାନରେ ବିଜେଡି ବିଜୟ କରିବ l ଉଭୟ ବ୍ୟାସନଗର ଓ ଯାଜପୁର ପୌର ପରିଷଦ ବିଜେଡ଼ି ଦଖଲ କୁ ବଡ ବ୍ୟବଧାନ ରେ ଜିତାଇବା ପାଇଁ ଦୁଇ ସହରବାସୀ ମନସ୍ଥ କରିଥିବା ଶାସକ ଦଳ କହିଛି । ନିର୍ବାଚନ ନୁହେଁ, ବିକାଶର ଧାରାକୁ ଆହୁରୀ ଆଗେଇ ନେବା ସହ ବିଧାୟକ ବିକାଶମୂଳକ କାଯ୍ୟକ୍ରମରେ ପ୍ରତ୍ୟେକ ଯାଜପୁରିଆ ସାମିଲ ହେବା ପାଇଁ ସଂକଳ୍ପ ନେଇଛନ୍ତି ।
ମାର୍ଚ୍ଚ ୨୪ ତାରିଖରେ ଯାଜପୁର ପୌର ପରିଷଦ ପାଇଁ ପଡ଼ିବ ଭୋଟ । ନିର୍ବାଚନରେ ୧୮ରୁ ୧୮ ମିଶନକୁ ବଡ଼ ବିଜୟ ସହ ସଫଳ କରିବା ପାଇଁ ଯାଜପୁର ସହରବାସୀ ଏକଜୁଟ ହୋଇଛନ୍ତି l