ଯାଜପୁର : ଭଵ ପ୍ରସାଦ ଦାସ। ଏନ.ସି କଲେଜର ପୂର୍ବତନ ଛାତ୍ର ସଭାପତି ଓ ଯାଜପୁର ପୌରପରିଷଦ ପୂର୍ବତନ ଅଧ୍ୟକ୍ଷ। ଛାତ୍ର ଜୀବନରୁ ଲୋକଙ୍କ ପାଇଁ ଥିବା ସେବା ମନବୃତ୍ତୀ ପରବର୍ତ୍ତୀ ସମୟରେ ତାଙ୍କୁ ରାଜନେତା ଆଡ଼କୁ ଟାଣି ଆଣିଥିଲା। ହେଲେ ସେ ରାଜନୀତି ପାଇଁ ଲୋକଙ୍କ ସେବା କରନ୍ତି ନାହିଁ। ଲୋକଙ୍କ ସେବା ପାଇଁ ରାଜନୀତି କରନ୍ତି। ଯାହାକି ତାଙ୍କୁ ଯାଜପୁର ନିର୍ବାଚନ ମଣ୍ଡଳୀରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ସେ ମହାମାରୀ ହେଉ କି ପ୍ରାକୃତିକ ବିପର୍ଯ୍ୟୟ। ସବୁଠି ଭଵ ପ୍ରସାଦ (ଲଲ ) ନିଜ ଜୀବନକୁ ବାଜି ଲଗେଇ ପହଞ୍ଚି ଯାଆନ୍ତି ଲୋକଙ୍କ ସେବା କରିବା ପାଇଁ।
ରାଜ୍ୟରେ ଲଗାଣ ବର୍ଷା ଫଳରେ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବୈତରଣୀ ନଦୀର ଜଳସ୍ତର ଫୁଲିବା ଦ୍ଵାରା ଯାଜପୁରରେ ମଧ୍ୟ ଉତ୍କଟ ବନ୍ୟା ସମସ୍ୟା ଦେଖାଦେଇଛି। ଅନେକ ପଂଚାୟତ ଜଳ ଘେରରେ ରହିଛି। ଏମିତି ସମୟରେ ଲୋକଙ୍କ ପାଇଁ ଭଗବାନଙ୍କ ଦୂତ ହୋଇ ଛିଡା ହୋଇଛନ୍ତି ଭଵ ପ୍ରସାଦ ଦାସ। ଦିନ ରାତିର ଭୟ ନ କରି ପହଂଚି ଯାଉଛନ୍ତି ଲୋକଙ୍କୁ ବନ୍ୟାରୁ ଉଦ୍ଧାର କରିବା ପାଇଁ। କେଉଁଠି ପ୍ରଶାସନ ସହିତ ବୋଟ ସହାୟତାରେ ତ ଆଉ କେଉଁଠି ଅଣ୍ଟାଏ ପାଣିରେ ପଶି ଶୁଖିଲା ଖାଦ୍ୟ ଦେଇ ଲୋକଙ୍କୁ ବନ୍ୟାରୁ ଉଦ୍ଧାର କରୁଛନ୍ତି। ସବୁ ଲୋକ କିପରି ସୁରକ୍ଷିତ ଜାଗାକୁ ଆସି ପାରିବେ ପ୍ରଶାସନ ସହିତ ସମନ୍ଵୟ ରକ୍ଷାକରି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଉଛନ୍ତି l ଏପରି କାହାକୁ ଅପେକ୍ଷା ନକରି ସେ ନିଜ କାମ କରୁଥିବା ଦେଖିବାକୁ ମିଳୁଛି । ଉଦାହରଣ ବନ୍ୟାରେ ଉପୁଡି ପଡିଥିବା ଗଛକୁ ନିଜେ ରାସ୍ତା ଉପରୁ ହାଣି ସଫା କରୁଛନ୍ତି। ଏହାସହ ଗାମୁଛା ଖଣ୍ଡେ ପିନ୍ଧି ପାଣି ଭିତରେ ଗୋଟେ ପରେ ଗୋଟେ ଗାଁକୁ ଯାଇ ଲୋକଙ୍କୁ ବିପଦରୁ ଉଦ୍ଧାର କାର୍ଯ୍ୟ ଜାରିରଖିଛନ୍ତି। ଏବେ ଚାରିଆଡେ କରୋନା ମହାମାରୀ କାୟା ବିସ୍ତାର କରୁଛି। ତେଣୁ ଯେଉଁ ଅଞ୍ଚଳରୁ ବନ୍ୟା ପାଣି ଛାଡି ଯାଉଛି। ସେ ଜାଗାକୁ ସଫା କରିବାର କାମ ମଧ୍ୟ କରୁଛନ୍ତି। ଯେମିତି ସେ ଅଞ୍ଚଳରେ ମହାମାରୀ ନ ବ୍ୟାପେ ସେଥିପାଇଁ ମଧ୍ୟ ସେ ବିଶେଷ ଧ୍ୟାନ ଦେଇଛନ୍ତି। ଏହାସହ ବନ୍ୟା ପରେ ହଇଜା ରୋଗ ହେବାର ଅନେକ ଆଶଙ୍କା ଥାଏ। ତେଣୁ ସେ ଅଞ୍ଚଳରେ କିପରି ବିଶୁଦ୍ଧ ପାନୀୟ ଜଳ ମିଳିପାରିବ ସେଥିପ୍ରତି ମଧ୍ୟ ସେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଜନ ସେବାକୁ ବ୍ରତ ଭାବରେ ଗ୍ରହଣ କରି କାମ କରୁଛନ୍ତି। ପ୍ରଣବ ସାରା ରାଜ୍ୟର ଦାୟିତ୍ବ ନେଇଥିବା ବେଳେ ଭଵ ପ୍ରସାଦ ଦାସ ତାଙ୍କର ଗୁଣ୍ଡୁଚି ମୂଷା ହୋଇ ଯାଜପୁରବାସୀଙ୍କ ସେବାରେ ନିଜକୁ ସମର୍ପିତ କରିଦେଇଛନ୍ତି। ଯାହା କି ରାଜନିତୀରେ ବିରଳ । ସବୁଠାରୁ ବଡ କଥା ହେଉଛି ଭବଙ୍କୁ କିଏ ସହଯୋଗ କରୁ ଅବା ନକରୁ, ବିରୋଧୀ ଯାହା କୁହନ୍ତୁ ସେ କିନ୍ତୁ ତାଙ୍କ ଦାୟିତ୍ୱ ତୁଲାଇବାରେ କେବେ ହେଳା କରନ୍ତି ନାହିଁ l ଜଣେ ଯୁବ ନେତା ଭାବରେ ପୁରା ଯାଜପୁର ଜିଲ୍ଲାରେ ଅନ୍ୟ ଯୁବକଙ୍କ ପାଇଁ ଉଦାହରଣ ସାଜିଛନ୍ତି ସେ l e