ଯାଜପୁର : ସଚେତନ ଓ ସତର୍କ ରହିଲେ କରୋନା ପାଖ ମାଡ଼ିବନି । ଏଥିଲାଗି ଆମ ସମସ୍ତଙ୍କୁ ପ୍ରସ୍ତୁତ ହେବାକୁ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଅପିଲ କରୁଛନ୍ତି ତାହାକୁ ଆମେ ଅକ୍ଷରେ ଅକ୍ଷରେ ପାଳନ କରିବା ଦରକାର । ତାହାଲେ ଆମ ଘର କି ଗାଁର ପାଖ ମାଡ଼ିବନି କରୋନା । ତେଣୁ ସମସ୍ତେ ଏକାଠି ହୋଇ କରୋନାକୁ ମୁକାବିଲା କରିବା । ମୁଁ ଆପଣମାନଙ୍କ ସାଙ୍ଗରେ ଅଛି । ଯାଜପୁର ବିଧାନସଭାର ଯାଜପୁର ଓ ମଙ୍ଗଳପୁର ବ୍ଲକରେ ଏପରି ସଚେତନତା ବାର୍ତ୍ତା ବାଣ୍ଟିଛନ୍ତି ଯାଜପୁର ବିଧାୟକ ତଥା ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) । ପ୍ରଣବଙ୍କ ଏହିବାଣୀଙ୍କୁ ଏବେ ଅଭୟବାଣୀ ଭାବେ ମାନିନେଇଛନ୍ତି ଯାଜପୁରବାସୀ । ବିଶେଷକରି ଯୁବଗୋଷ୍ଠୀ ରୁ ଆରମ୍ଭ କରି ମହିଳାମାନେ ଗାଁ ଗାଁରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି । ଘରେ ଘରେ ପହଞ୍ଚି ଲୋକଙ୍କୁ ସଚେତନ କରିବା ସହ ମେଡ଼ିକାଲ,ଛକ, ସର୍ବଧାରଣ ସ୍ଥାନରେ ପରିଷ୍କାର ଓ ପରିଚ୍ଛନ କରିବା ସହ ଲୋକଙ୍କ ସାନିଟାଇଜର ଓ ସାବୁନ ହାତ ଧୋଇବା ପାଇଁ ସଚେତନ କରୁଛନ୍ତି । ଏହି କାର୍ଯ୍ୟକ୍ରମକୁ ବିଧାୟକ ନିଜେ ପରିଚାଳନା କରିବା ସହ ବିଭିନ୍ନ ପଂଚାୟତଲାଗି ବିଭିନ୍ନ ବ୍ୟକ୍ତିଙ୍କୁ ଦାୟିତ୍ୱ ଦେଇଛନ୍ତି ।
କେବଳ ସେତିକି ନୁହେଁ, ଜିଲ୍ଲା ପ୍ରଶାସନ ସହ ଘନଘନ ବୈଠକ କରି ରାଜ୍ୟ ସରକାର ଯେଉଁ ନିର୍ଦେଶନାମା ଜାରୀ କରିଛନ୍ତି ତାହା ଉପରେ ବିଧାୟକ ଫୋକସ କରିଛନ୍ତି । ଏହାସହ କରୋନା ନେଇ ଲୋକଙ୍କ ମନରେ ଯେପରି ଭୟ ସୃଷ୍ଟି ନହେବ ତାହା ଉପରେ ଗୁରୁତ୍ୱ ଦେବାକୁ ବିଧାୟକ ନିର୍ଦ୍ଧେଶ ଦେଇଛନ୍ତି । ଜିଲ୍ଲା ପ୍ରଶାସନ , ପୌର ପରିଷଦର ଅଧିକାରୀ, ବ୍ଲକ, ପଂଚାୟତ ପ୍ରତିନିଧିଙ୍କ ସହ ସମନ୍ୱୟ ରଖି ସଚେତନ କାର୍ଯ୍ୟକୁ ଜୋରଦାର କରିଛନ୍ତି । ରାଜ୍ୟ ସରକାର ଯେଉଁ ଆବଶ୍ୟକ ସୁବିଧା ସୁଯୋଗ ଘୋଷଣା କରିଛନ୍ତି ତାହା ଲୋକେ କିପରି ପାଇବେ ବିଧାୟକ ତାହାକୁ ତଦାରଖ କରିଛନ୍ତି । ଜିଲ୍ଲା ପ୍ରଶାସନ ବି କରୋନା ମୁକାବିଲା ପାଇଁ ବାରୁଣୀ ସାହ୍ନ, ବିରଜା ମନ୍ଦିର, ସମସ୍ତ ମଲ,ପାର୍କ ଓ ଜନ ଗହଳି ସ୍ଥାନରେ କଟକଣା ହୋଇଛି । ବିଧାୟକ କରୋନା ସଚେତନତା ନେଇ ଯେପରି ଜିଲ୍ଳାରେ ତତ୍ପର ହୋଇଛନ୍ତି ତାହାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯିବ ସହ ଜିଲ୍ଲାବାସୀ ବେଶ ସହଯୋଗ କରିଛନ୍ତି । ଆଗକୁ ସଚେତନତା କାର୍ଯ୍ୟକ୍ରମ ଆହୁରୀ ଅଧିକ କରାଯିବ ବୋଲି ବିଧାୟକ ତଥା ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି । ପୋଷ୍ଟର, ବ୍ୟାନର ଓ ଘରେଘରେ ବିଜେଡ଼ି କର୍ମୀ, ସଚେତନ ନାଗରିକମାନେ ପହଞ୍ଚି କରୋନା ନେଇ ସମସ୍ତ ସଚେତନତାକୁ ଅଧିକ ତ୍ୱାରାନୀତ କରିବାକୁ ପ୍ରଣବ ଆହ୍ୱାନ ଦେଇଛନ୍ତି । ଏହି ସଚେତନତା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜିଲ୍ଲା ବିଜେଡ଼ି ସଭାପତି , ସମସ୍ତ ନିବାର୍ଚିତ ପ୍ରତିନିଧି, ଯାଜପୁର ପୌର ପରିଷଦର ପୂର୍ବତନ ଅଧ୍ୟକ୍ଷ ବହୁ କପୋର୍ରେଟର, ଯୁବାହିନୀର କର୍ମକତ୍ତାର୍ମାନେ ସାମିଲ ହୋଇଛନ୍ତି ।