ଜଣେ ଆଉ ଜଣଙ୍କ ପାଇଁ …

- Advertisement -

() ସଚିନ । ଜଣେ ଧନୀଘରର ପିଲା । ତା ପାଖରେ କିଛି ଅଭାବ ନାହିଁ । ଉଚ୍ଚଶିକ୍ଷା ପାଇଁ ରାଜଧାନୀ ଭୁବନେଶ୍ୱରରେ ରହି ପଢାପଢି କରୁଛି । ସମୟର ମୂଲ୍ୟ ବୁଝିବା ସହ ସବୁ ଜିନିଷର ମହତ୍ୱ ବୁଝିଛି ସେ । ଖାଦ୍ୟ କିଣିଖାଇବା ପାଇଁ ତାହା ପାଖରେ ପଇସା ବି ଅଛି, ସେ ଅଳସୁଆ ନୁହେଁ । ହେଲେ ତା ସାଙ୍ଗ ଲିଜାଠୁ ପ୍ରତ୍ୟେକ ଦିନ ସକାଳୁ ବାସୀ ରୁଟି ନେଇକି ଆସେ । ଆଉ ତାକୁ ଖାଏ । ଲିଜା କେଉଁ ବଡ଼ଘର ଝିଅ ନୁହେଁ ମ ଲିଜାର ବାପା ଜଣେ ତଜେରାତି ଦୋକାନୀ । ଆରେ ଛାଡନ୍ତୁ ସଚିନ ଓ ଲିଜା କଥା । କଥାଟି ହେଉଛି ପାରସ୍ପାରିକତାର କଥା । ଆମେ ଟିକେଟିକେ ପାରସ୍ପାରିକତାକୁ ବୁଝିଦେଲେ ଦୁନିଆର ଅନେକ ଜିନିଷ ସଂଞ୍ଚିତ ହୋଇ ରହିପାରିବ ଓ ନଷ୍ଟ ହେବ ନାହିଁ ତାହାର ସଚିନ ହେଉଛି ବଡ଼ ଉଦାହରଣ । କାରଣ ଲିଜା ଯେଉଁ ହଷ୍ଟେଲରେ ରହୁଛି ତାକୁ ତାହାର ମେସରେ ପ୍ରତ୍ୟେକ ଦିନ ରାତିରେ ୪ଟା ରୁଟି ଓ ତରକାରୀ ରାତି ଭୋଜନ ପାଇଁ ମିଳେ । ସେଥିରୁ ଲିଜା ମାତ୍ର ୨ଟି ରୁଟି ଖାଏ । ଆଉ ପ୍ରତ୍ୟେକ ଦିନ ୨ଟା ରୁଟି ଡ଼ଷ୍ଟିବିନରେ ପକାଇଦିଏ । ଯେହେତୁ ଲିଜା ଓ ସଚିନ ଗୋଟେ କ୍ଲାସରେ ପଡ଼ନ୍ତି ତେଣୁ ଏମିତି ଦିନେ କଥା ଛଳରେ ସଚିନ କହିଲା ଲିଜା କାଲି ରାତିରେ ବୋଧେ ଅଧିକ ଖାଇଦେଇ ଶୋଇପଡ଼ିଥୀଲୁ । ଆଜି ସେଥିପାଇଁ କ୍ଲାସକୁ ଡ଼େରୀରେ ଆସିଛୁ । ସଙ୍ଗେ ସଙ୍ଗେ ସବୁ ଝିଅ ପରି ଫୁଲେଇ ଛଳରେ ଲିଜା କହିବା ନାଇ ମ । ମୁଁ ତ ସବୁ ଦିନ ରାତିରେ ୨ ପଟ ରୁଟି ଖାଏ ଓ ୨ ପଟ ଡ଼ଷ୍ଟବିନରେ ପକାଇଦିଏ । ଭାରିବାଧେ ମତେ , ହେଲେ କଣ କରିବି ଇଚ୍ଛା ନଥିଲେ ମଧ୍ୟ ମୁଁ ନଷ୍ଟ କରେ ଖାଦ୍ୟ । ଯେଉଁ ମେସରୁ ଖାଦ୍ୟ ମଗାଏ ସେ ୪ଟା ରୁଟି ଦିଏ । ୨ଟା କହିଲେ ବି ଦେଉନି । ବାସ ଏତିକି ଶୁଣି ସଚିନ କହିଲା ତମେ କାଲିଠାରୁ ଆଉ ରୁଟି ଡ଼ଷ୍ଟବିନରେ ପକାଇବ ନାହିଁ , ମତେ ସକାଳୁ ଦେବ , ମୁଁ ଖାଇବି । ଲିଜା କହିଲା ନା ମ , ବାସି ରୁଟି କାହିକିଁ ଦେବି ତମକୁ । ହେଲେ ସଚିନର ଜିଦ ଆଗରେ ହାର ମାନିଲା ଲିଜା । ସବୁଦିନ ସକାଳୁ ମଣ୍ଣିୱାର୍କ ସାରି ସଚିନ ରୁଟି ଆଣେ , ଆଉ ଖାଏ । କାରଣ ସେ ବୁଝିଛି ଖାଦ୍ୟର ମୂଲ୍ୟ । ଆଜି ସାରା ବିଶ୍ୱରେ ଧୀରଧୀରେ ଖାଦ୍ୟ ସଙ୍କଟ ଦେଖାଦେଲାଣୀ । ତେଣୁ ଖାଦ୍ୟ ନଷ୍ଟ କରିବା ଯେ କେତେବଡ଼ ଭୂଲ ତାହା ବୁଝିଛି ସଚିନ । କେବଳ ସଚିନ କି ଲିଜାର ଏ କାହାଣୀ ନୁହେଁ, ଟିକେ ଆମେ ଯଦି ଅନ୍ୟ ଜଣକ ସହ ପାରସ୍ପାରିକତାରହିବ ତେବେ ବହୁତ ଜିନିଷ ସଞ୍ଚୟ ହୋଇପାରିବ । ସେମିତି ମୁନି ଆଉ ସୋନି । ଦୁହେଁ ଗୋଟେ ଅଫିସରେ କାମ କରିନ୍ତି, ସବୁଦିନ ମୁନି ଭାତ , ଡ଼ାଲି କରିକି ନିଏ , ଆଉ ସୋନି ତରକାରି । ବାସ ମିଳିମିଶି ପ୍ରତ୍ୟେକ ଦିନ ଆନନ୍ଦରେ ଖାଆନ୍ତି । ଏବେ ପେଟ୍ରୋଲ , ଡ଼ିଜେଲ ଦର ଯେପରି ବୃଦ୍ଧି ପାଇଛି ସେଥରୁ ମଧ୍ୟ ଆମେ ଟିକେ ଚିନ୍ତା କଲେ ନିଜ ସ୍ତରରେ ମଧ୍ୟ ଅନେକ କିଛି ସଚଂୟ କରିପାରିବା । ଏ ସଂଚୟ ନିଜ ପାଇଁ ନୁହେଁ, ବଂର ପରପିଢ଼ୀ ପାଇଁ । ଯେମିତି ମୁନା ଓ କୁନା କରନ୍ତି । ଦୁହେଁ, ଗୋଟିଏ କୋଚିଙ୍ଗ ସେଣ୍ଟରେ ପଢନ୍ତି । ଘର ବି ପାଖାପାଖି । ଦୁହିଁଙ୍କର ବାଇକ ଅଛି । ହେଲେ ଦୁହେଁ, କିନ୍ତୁ ଗୋଟିଏ ଗାଡ଼ିରେ ଆସନ୍ତି ପ୍ରତ୍ୟେକ ଦିନ । ଏଭଳି ଅନେକ ଉଦାହରଣ ସମାଜରେ ରହିଛି । କେବଳ ଆମେ ତାକୁ ଦେଖି ପାରିଲେ ହେଲା । କାରଣ ଦୁନିଆରେ ପରିବର୍ତ୍ତନ ଆଣିବାକୁ ହେଲେ ନିଜକୁ ଆମେ ପରିବର୍ତ୍ତନ କରିବାକୁ ପଡ଼ିବ । ପରସ୍ପରକୁ ବୁଝିବାକୁ ପଡ଼ିବ । ଛୋଟିଆ ଛୋଟିଆ କଥାରେ ଯଦି ମନ ମିଶି ଯାଆନ୍ତା ଦୁନିଆରେ କେତେ ଜିନିଷ ସଞ୍ଚୟ ହୋଇପାରନ୍ତା । ତେଣୁ ସବୁ କଥା ଭୂୁଲି ଚାଲନ୍ତୁ ଜଣେ ଆଉ ଜଣଙ୍କ ପାଇଁ ବଂଚିବା । ତେବେ ଯାଇ ଏ ଦୁନିଆଟା କେତେ ସୁନ୍ଦର ତାହା ନିଜେ ଅନୁଭବ କରି ଶାନ୍ତିରେ ରହିପାରିବା ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles