() ୨ ବର୍ଷ ପରେ ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ମିଳନ ହେବ । ଚର୍ମଚକ୍ଷୁ ସହ ଦିବ୍ୟ ଚକ୍ଷରୁ ସିଧାସଖଳ ସମ୍ପର୍କ ହେବ । ଭାବର ଆଦାନ ପ୍ରଦାନ କରିବା ପାଇଁ ବ୍ୟାକୁଳ ହେଲେଣୀ ଭଗବାନ ଓ ଭକ୍ତ । ସଂକ୍ରମଣ ଭୟ ଅଛି ସତ ହେଲେ ସମ୍ପର୍କ ଆଗରେ କଟକଣାର ପାଚେରୀ କିନ୍ତୁ ଭାଙ୍ଗିଯାଇଛି । ରଥ,ପଥ ସବୁ ପ୍ରସ୍ତୁତ ହୋଇକି ରହିଛି । ମହାପ୍ରଭୁଙ୍କ ମାନବୀୟ ୯ଦିନଧରି ମହାପ୍ରଭୁଙ୍କ ମାନବୀୟ ନୀଳାକୁ ଦେଖିବ ପୁରା ବିଶ୍ବ । ପୁରୀ ସମେତ ଅଧା ବିଶ୍ବରେ ସୃଷ୍ଟି ହେଲାଣୀ ଭକ୍ତିମୟ ପରିବେଶ । ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ରନ୍ନ ସିଂହାସନରୁ ଜନ୍ମବେଦୀକୁ ଓହ୍ଲାଇ ଆସିବେ ଜଗତ ନିଅନ୍ତା । ବିଶ୍ବ ପ୍ରସିଦ୍ଧ ରଥଯାତ୍ରା କେବଳ ମଣିଷ ସମାଜ ନୁହେଁ ବର୍ଷକୁ ଥରେ ମହାପ୍ରଭୁଙ୍କ ଏହି ମାନବୀୟ ଲୀଳାକୁ ଦେଖିବା ପାଇଁ ଦେବତା, ଅସୁର ସମସ୍ତେ ଚାହିଁ ବସିଥାନ୍ତି । ସେତେ ଯେମିତି ଦୟାମୟ ଦୟାର ଠାକୁର ସଭିଁଙ୍କ ମନକୁ ବୁଝିବା ପାଇଁ ଘର ଦ୍ବାରା ସବୁ କଥା ଭୂଲି ରଥାକୁଢ ହୁଅନ୍ତି କେବଳ ଭକ୍ତି ଓ ପ୍ରେମ ପାଇଁ । ୯ଦିନ ଧରି ମହାପ୍ରଭୁ ଙ୍କ ଏହି ମାନବୀୟ ଲୀଳା ପାଇଁ ଡ଼ାକରା ଆସେ ପୁରୀ ବଡଦାଣ୍ଡ ରୁ ଆଉ ଏହି ଲୀଳା ଖେଳା ଦେଖିବାର ସୌଭାଗ୍ୟ ମିଳିଥାଏ । କିଏ ବା ନଚାହେଁ ଏ ମହାନ ମାନବୀୟ ଲୀଳାରେ ସାମିଲ ହେବାକୁ । ଏ ଯାତ୍ରାରେ ଧନୀ , ଗରିବ, ଜାତି , ଧର୍ମ କିଛି ନଥାଏ । କେବଳ ଥାଏ ପ୍ରେମ ଓ ଭକ୍ତି । ଖାଲି ନିଜକୁ ମହାଶୂନ୍ୟ କରି ଯିଏ ମହାପ୍ରଭୁଙ୍କର ଏହି ଯାତ୍ରାରେ ସାମିଲ ହେବାକୁ ଚାହିଁବେ , ମହାପ୍ରଭୁ ନିଶ୍ଚିତ ଭାବେ ତାଙ୍କୁ ଟାଣିନିଅନ୍ତି । ଏଥିଲାଗି କେବଳ ଦରକାର ଭକ୍ତିଭାବନା । କାରଣ ଜଗତର ନାଥ ଜଗନ୍ନାଥ ଭକ୍ତର ଠାକୁର । ଭକ୍ତ ନଆସିଲେ କିପରି ହେବ ରଥଯାତ୍ରା । ପୁରାଣ , ଇତିହାସ ଠାରୁ ଆରମ୍ଭ କରି ଏଯାଏ ଅନେକ ଉଦାହରଣ ରହିଛି ଯେ କିପରି ଭକ୍ତଙ୍କ ପାଇଁ ବଡ଼ଦାଣ୍ଡରେ ଅପେକ୍ଷା କରିଥାନ୍ତି ଜଗତର ନାଥ ଜଗନ୍ନାଥ । ରଥଯାତ୍ରାର ଶେଷରେ ଆସନ୍ତି କାଳିଆ ଠାକୁର ଝୁଲିଝୁଲି ହୋଇ ଚକାନୟନରେ ସମସ୍ତଙ୍କୁ ଚାହିଁ ଯେମିତି ପ୍ରଭୁ ଖୋଜୁଥାନ୍ତି ଭକ୍ତଙ୍କୁ । ୨ ବର୍ଷ ହେବ ମହାପ୍ରଭୃ ବଡ଼ ଦାଣ୍ଡକୁ ଓହ୍ଲାଇ ଆସୁଥିଲେ ସତ , ହେଲେ ମନରେ କିନ୍ତୁ ନଥିଲା ଖୁସି ଆଗ୍ରହ କି ଚକାଚକା ଢୋଳାରେ ନଥିଲା ସେହି ଚାହାଣି । ଯିଏ, ଦେଖିଛି ସିଏ ଜାଣିଛି ମହାପ୍ରଭୁ କିପରି ୨ ବର୍ଷ ହେବ ରଥାକୁଢ ସମୟରେ ତାର ଭକ୍ତଙ୍କୁ ଖୋଜିଛି । ଆଖିରୁ ଳୁହ ଝରିଯାଇଛି କାଳିଆର । ଯେତେ ସଜେଇ ହେଲେବି ମହାପ୍ରଭୃ୍ଙ୍କ କଳାବଦନ ସୁଖିଯାଇଥାଏ । ପ୍ରଭୃଙ୍କ କୃପାରୁ ସେ ସମୟ ଏବେ ଚାଲିଯାଇଛି । ଅଦୃଶ୍ୟ ଭୃତାଣୁ ସହ ସମସ୍ତେ ଲଢୁଛନ୍ତି ସତ , ହେଲେ ପ୍ରଭୃଙ୍କ କୃପାରୁ ଅଦୃଶ୍ୟ ମହାମାରୀର ସେ ଶକ୍ତି ଆଜି ନାହିଁ । ତେଣୁ ୨ବର୍ଷ ପରେ ଭଗବାନ ଓ ଭକ୍ତଙ୍କ ମନରେ ଘୋଷଯାତ୍ରା ପାଇଁ ଆନନ୍ଦ ଆଉ ଆନନ୍ଦ । ମହାପ୍ରଭୃଙ୍କ ପ୍ରଥମ ସେବକ ଗଜପତି ମହାରାଜ ବି କହିଲେଣୀ ଏଥର ରଥଯାତ୍ରାରେ ବହୁ ଭକ୍ତଙ୍କ ସୁଅ ଛୁଟିବ ପୁରୀରୁ । ଆଉ ସଭିଁଏ ଆନନ୍ଦରେ କହିବେ ଜୟ ଜଗନ୍ନାଥ, ଜୟ ଜଗନ୍ନାଥ