ଭୁବନେଶ୍ୱର : ମାନ , ଅଭିମାନ ଓ ଦୃଢ ଇଚ୍ଛାଶକ୍ତି । ତାହା ସହ ତାଙ୍କର ଡ଼ାକରା । ଅାଜକୁ ୪ବର୍ଷ ହେବ ସେ କେମିତ ମତେ ତାହା ପାଖକୁ ଡ଼ାକି ନେଇଛି ମୁଁ ଜାଣିପାରୁନାହିଁ । ବିଶ୍ୱାସ ହୁଏ ନାହିଁ ଯେ ମୁଁ ବଡ଼ଦାଣ୍ଡରେ ରଥଯାତ୍ରା ଦେଖିବି ଏଥର । ଲଗାତର ୪ବର୍ଷର ଘଟଣାକୁ ଅାଜି ଯଦି ମନେପକାଉଛି ମୁଁ। ତେବେ ଏଥରେ ମୋ ଓ ମହାପ୍ରଭୃଙ୍କ ଭାଗକୁ ପ୍ରକାଶ ନକରି ରହି ହେଉନାହିଁ । ୯ଦିନର ଯାତ୍ରାରେ ମହାପ୍ରଭୁ ବାହାରି ଅାସନ୍ତି ରଥଯାତ୍ରାକୁ । ବିଶ୍ୱର ଦେବାତା ଏହି ୯ଦିନ ବିଶ୍ୱବାସୀଙ୍କ ଦର୍ଶନ ଦେବା ପାଇଁ ଚାଲିଅାସନ୍ତି ବଡ଼ ଦାଣ୍ଡକୁ । ବଡ଼ଦାଣ୍ଡରୁ ଗୁଣ୍ଡିଚା ମନ୍ଦିର ଯାଏ ୯ଦିନର ଯାତ୍ରାର ବିଚିତ୍ର ଯେ କେତେକଣ ତାହା କେବଳ ଜଣେ ନିଜକୁ ଶୂନ୍ୟମନେ କଲେ ଜାଣିପାରିବ । ତାହା ଡ଼ାକରା ବିନା କେହି ତା ଦାଣ୍ଡକୁ ଯାଇପାରିବ ନାହିଁ । ରଥଯାତ୍ରାକୁ ସେ ମତେ ଡ଼ାକେ । ହେଲେ ଟିକେ ଝଟକା ଦିଏ । ଅାଜିକୁ ଲଗାତର ୩ବର୍ଷ ଧରି ରଥଯାତ୍ରା ସମୟରେ ବିଶେଷକରି ଗୁଣ୍ଡିଚାଯାତ୍ରା ଦିନ ଖବର ସଂଗ୍ରହ କରିବା ପାଇଁ ମୋର ଭାରୀ ଇଚ୍ଛାହୁଏ ପୁରୀ ଯିବାକୁ । ଯେଉଁଥି ପାଇଁ ରଥଯାତ୍ରା ହେବାର ଢେର ଦିନ ଅାଗରୁ ମୁଁ ସବୁବେଳେ ସାରମାନଙ୍କୁ କହେ ଭାଇ ମୁଁ ରଥଯାତ୍ରାରେ ପୁରୀ ଯିବି । ମୋର ଡ୍ୟୁଟି ପକାଇବ । ଦୟାକରି । ଏମିତି କେତେକଣ । ଏହାସହ ପୁରୀରେ ଥିବା ଅାମ ସାମ୍ବାଦିକଙ୍କୁ ମଧ୍ୟ କହିଥାଏ । ମନରେ ଇଚ୍ଛା ଥାଏ କାଳିଅା ନିଶ୍ଚିତ ତାରା ଯାତ୍ରାରେ ମତେ ସାମିଲ କରିବ । ମତେ ପୁରୀରୁ ଡ଼ାକରା ଅାସିବ । ଏମିତି କେତେକଣ । ହେଲେ ମୋର ୩ବର୍ଷ ଧରି ରାଥଯାତ୍ରା ଯିବ ଘଟଣାକୁ ବର୍ଣନା କଲେ ଅାପଣ ବିଶ୍ୱାସ ବି କରିପାରିବେ ନାହିଁ ।
ସବୁବର୍ଷ ରଥଯାତ୍ରା ପୂର୍ବଦିନ ମୋର ଅଫିସରେ ଥାଏ । ମୁଁ ଭୁବନେଶ୍ୱରରରେ ନୁ୍ୟଜ ସଂଗ୍ରହ ପାଇଁ ଯାଇଥାଏ । ଅଫିସ ଅାସି ଫେରିବା ବେଳକୁ ଶୁଣେ ଯେ ପୁରୀ ଅାଉ ଜଣେ ଯାଇଛି । ସେଠୁ ମନଟା ପୁରା ଭାଙ୍ଗୀଯାଏ । ଯେଉଁ ସାରାଙ୍କ ମୁଁ ବାରମ୍ବାର କହିଥାଏ ସାର ମୋ ପୁରୀ ଡ୍ୟୁଟି ପକାଇବେ କାହିକିଁ କେଜାଣେ ତାଙ୍କୁ ଦେଖିଲେ ସେତେବେଳେ ଚିଡ଼ଚିଡ଼ ଲାଗେ । ଏତେ କହିଲା ପରେ ବି ଅାପଣମତେ ପୁରୀ ଡ୍ୟୁଟି ପକାଇଲେ ନାହିଁ । ଛାଡ଼ନ୍ତୁ ଅାଉ ଏତେ ମନଦେଇ ଅଫିସ ପାଇଁ କାମ କରିପାରିବିନି । ମୋର ଯେତିକି କାମ କରିବା କଥା କରିବ , ବେଶୀ କରିବିନି । ଏମିତି କେତେକଣ ଅଭିମାନ କରି ମୁଁ ମୋ ନିଜକୁ ମନେମନେ କହେ । ଯିଏ ରଥଯାତ୍ରା ଦାୟିତ୍ୱରେ ଥାଅାନ୍ତି ତାଙ୍କୁ ବି କହେ । ଅାଉ ଶେଷରେ କିଛି ଘଣ୍ଟା ପରେ ମନକୁ ବୁଝାଇ ଦିଏ , ବୋଧେ ଜଗନ୍ନାଥ ମତେ ଡ଼ାକି ନାହାନ୍ତି । ଏମିତି ୨ରୁ ୫ଘଣ୍ଟା ଗଲାପରେ ପୁଣି ମୋ ମନରେ ରଥଯାତ୍ରା ଯିବା ପାଇଁ ବାଟ ଫିଟେ । ମନରେ ଜଗା ପାଖକୁ ଯିବାକୁ ଯେଉଁ ଦୃଢ ଇଚ୍ଛାଶକ୍ତି ଥାଏ ତାହା ବୋଧେ ଜଗା ଅନୁଭବ କରେ । ସେ ମତେ କେମିତି ପୁରୀ ନେଇଯାଏ ତାହା ମୁଁ ଜଣେ ନାହିଁ । ୨୦୧୯ ଓ ୨୦୨୦ ରଥଯାତ୍ରା ଅନୁଭୂତି କହିଲେ ଜଗା ଯେ ମନର ଦେବାକୁ ତାହା ନକହିଲେ ଭଲ । ୨୦୧୯ ବର୍ଷ ରଥଯାତ୍ରାରେ ମୋର ଡ୍ୟୁଟି ଅଫିସରେ ପଡ଼ିନଥାଏ । ମନଭାରୀ ଇଚ୍ଛାଥାଏ ରଥଯାତ୍ରା ଯିବ । ତେଣୁ ଅାରମ୍ଭ କଲି ପ୍ରୟାସ । ଅତି ନିଜର ଜଣେ ଭାଇଙ୍କୁ ଫୋନ କଲି । ଭାଇ ମୋର ଦୁଇଟା ପାସ ଦରକାର । ମୁଁ ରଥଯାତ୍ରା ଯିବ । କର୍ଡ଼ନ ପାସ ଦରକାର । ଜଗାର ଏତେ ଅାଶୀର୍ବାଦ ଥାଏ ମତେ ପାସ ବି ମିଳିଯାଏ । ଯେମିତି ମୋ ପାଇଁ ଜଗା ଅାଗକୁ ପାସ କରି ରଖିଥାଏ । ଅାଉ ମତେ ପାସ ମିଳେ ଓ ମୁଁ ପୁରୀ ସକାଳୁ ସକାଳୁ ଜଣଙ୍କ ବାଇକରେ ବସି ଯାଏ । ପୁରୀ ବଡ଼ ଦାଣ୍ଡରେ ପହଞ୍ଚିବା କ୍ଷଣି ଲୋକାରଣ୍ୟ ବଡ଼ଦାଣ୍ଡ । ମଳିଥିବା ପାସ ଜରିଅାରେ କିପରି ରଥର କର୍ଡ଼ନ ଭିତକୁ ଯିିବି, ସେ ପ୍ରଚେଷ୍ଟା ମୁଁ ଜାରୀ ରଖିଥାଏ । ହେଲେ ଏତେ ଭିଡ଼ରେ ଯିବା ବି କଷ୍ଟକର । ତଥାପି ଗଲି । ଭିଡ଼ଭିତରେ ଠେଲାପେଲା ଓ ଅଣନିଶ୍ୱାସ ପରି ପରିସ୍ଥିତିରେ ଅାଗକୁ ବଢିଲି । ହେଲେ କର୍ଡ଼ନ ପାସ ଦେଖାଇ ଭିତରକୁ ଯିବାକୁ ଚେଷ୍ଟା କରିବା ସମୟରେ କିନ୍ତୁ ଦାୟିତ୍ୱରେ ଥିବା ସୁରକ୍ଷା ଅଧିକାରୀ ଛାଡ଼ିନଥିଲେ । ଏ ପାସ ପାସ କିଛି ନୁହେଁ ବୋଲି କହିଲେ । ମନରେ ଚିନ୍ତା ଅାସିଲା । ଏତେ ଭିଡ଼ ଭିତରେ ଅାସି ଶେଷରେ ନିରାସ ହେଲି। କେମିତି ଯିବ କର୍ଡ଼ନ ଭିତରକୁ । ମନରେ ଇଚ୍ଛାଥାଏ । ଅାଉ ଗୋଟେ ବାଟ ଦେଇ ଯିବାକୁ ଚେଷ୍ଟା କଲି । ସେଠାରେ ବି ବିଫଳ ହେଲି । ଶେଷରେ ତୃତୀୟ ପ୍ରଚେଷ୍ଟା କରୁଥାଏ ଠିକ ଏହି ସମୟରେ ଜଣେ କ୍ୟାମେରା ଭାଇ ଗଣମାଧ୍ୟମର ମୋ ଚିହ୍ନା କହିଲା ଭାଇ ଅାସନ୍ତୁ । ମତେ ଲାଗିଲା ଜଗା ଯେମିତି ତାର ଦ୍ୱାରା ମତେ ଡ଼କାଇଲା । ଶେଷରେ ଯେଉଁ ସୁରକ୍ଷା କର୍ମୀ ମତେ ଛାଡୁ ନ ଥିଲେ ସେ ଛାଡ଼ିଲେ । ଅାଉ ମୁଁ କର୍ଡ଼ନ ଭିତରକୁ ପଶି ଚତୁଥାର୍ମୁରତୀଙ୍କ ୩ରଥ କୁ ଭଲକରି ଦେଖି ଜୟ ଜଗନ୍ନାଥ ଡ଼ାକିଲି । ଅାଉ ରଥ ଅାଗରେ ଫଟେ ଟିଏ ଉଠାଇଲି । ଅାଉ ତାପରେ ସେଦିନ ପୁରା ଯାତ୍ରାରେ ସାମିଲ ହେଲି । ନିଜକୁ ଭାଗ୍ୟବାନ ବୋଲି ଭାଗିଲି ।
ଠିକ ସେହିପରି ୨୦୨୦ ରଥଯାତ୍ରା । ରଥଯାତ୍ରା ହେବ କି ନହେବ ସେନେଇ ଲାଗିଥାଏ ବିଚାରବିମର୍ଷ । ଶେଷରେ ଗୋଟିଏ ଦିନ ପୂର୍ବରୁ ଥରଯାତ୍ରା ହେବ ବୋଲି ଜଣାପଡ଼ିଲା ଦିନ ୧୧ଟା ପରେ ଜଣାପଡ଼ିଲା । ଅାଉ ମୋ ମନରେ ବି ରଥଯାତ୍ରା ଖବର ସଂଗ୍ରହ କରିବାକୁ ଇଚ୍ଛା ପ୍ରକାଶ ହେଲା । ଭାବିଲି ଅଫିସରେ ଦାୟିତ୍ୱରେ ଥିବା ଭାଇଙ୍କୁ ବାରମ୍ବାର କହିଛି ଯଦି ଭୁବନେଶ୍ୱରରୁ କେହି ରିପୋର୍ଟର ଯଦି ପୁରୀ ଯିବେ ଖବର ସଂଗ୍ରହ ପାଇଁ ତେବେ ମତେ ପଠାଯିବ । ହେଲେ ସେଦିନ ଅନ୍ୟ ଷ୍ଟୋରୀରେ ଡ୍ୟୁଟିରେ ଥିବା ବେଳେ ଜାଣିଲି ଯେ ଅାଉ ଜଣକୁ ପୁରୀ ପଠାଯାଇଛି । ମନରେ ରାଗ ବି ହେଲା । ଏଥର ବି ମତେ ପଠାଗଲାନି । ଅାଉ କାମ କରିବାରେ ମନ ଲାଗିଲା ନାହିଁ । ଅଫିସ ଅାସିଲି ରାଗିରାଗି । ଭାଇଙ୍କୁ ପଚାରିଲି ଭାଇ ମୁଁ କହିଥିଲି ମତେ ପୁରୀ ପଠାଇବା ପାଇଁ । କେମିତି ପଠାଇଲେ ନାହିଁ । ଛାଡ଼ନ୍ତୁ ଅାଉ କଣ କହିବି । ଏମିତି ମତ ଦୁଃଖ କରି କେତେକଣ ଭାବିଲି । କେତେରାଗ ବି ମନକୁ ଅାସିଲା । ଶେଷରେ ଭାବିଲି ଏଥର ବି ଜଗା ଚାହିଲାନି ବୋଧେ ମତେ । ଏପରି ଭାବି ଯେବେ ମୁଁ ମନକୁ ବୁଝାଇ ଦେଲି । ଠିକ ସେହିପରି ପୁଣି ୩ରୁ ୪ଘଣ୍ଟା ଭିତରେ ଅଫିସର ବଡ଼ ଭାଇ କହିଲେ ପୁରୀ ଯିବୁ ପା ରେଡ଼ି ହୋଇଯା । ଅାମର ଅାଉ ଗୋଟେ ଟିମ ଯିବ । ହେଲେ ପାସ ନାହିଁ, ଏଥର କରୋନା ମହାମାରୀ ସମୟ । ଜଲଦି ପଳା । ଯଦି ଛାଡ଼ିବେ ଛାଡ଼ିବେ ନହେଲେ ନାହିଁ । ପଦାରେ ରହିବୁ । ମୁଁ ଯିବ କି ନାହିଁ ? ଭାବିବା ଅାରମ୍ଭ କଲି। କିପରି ମତେ ପାସ ମିଳିବ ଓ ମୁଁ ଜଗା ପାଖକୁ ଯିବ । ଏପରି ଫୋନ ଲଗାଇ ଯୋଗାଯୋଗ କଲି । ପୂର୍ବଥର ପରି ମୋ ଭାଇଙ୍କୁ ଫୋନ କଲି । ଭାଇ ମୁଁ ପୁରୀ ଯାଉଛି ଖବର ସଂଗ୍ରହ କରିବା ପାଇଁ ଗୋଟେ ପାସ ଦରକାର । ଟିକେ ଚେଷ୍ଟା କରନ୍ତୁ । ଅାଉ ତାପରେ ସବୁ ଠିକଠାକ ହୋଇଗଲା । କୌଣିସ ଜିନିଷ ପତ୍ର ନନେଇ ପୁରୀ ଗଲି । କେଉଁଠି ରହିବି ଓ କେମିତି ପାସ ମିଳିବ ସେ ଚିନ୍ତା ଘାରିଥିବା ସମୟରେ କେଉଁଠି ନା କେଉଁଠି ମନରେ ଅାସୁଥାଏ ସବୁ ଠିକ ହୋଇଯିବ । ରାତି ୧୨:୩୦ ପର୍ଯ୍ୟନ୍ତ ପାସ ପାଇଁ ସଂଘର୍ଷ କଲି । ରାତି ୨ଟା ବେଳକୁ ଖବର ପାଇଲି ପାସ ହୋଇଗଲା । ଓ .. ତାପରେ ଟିକେ ଦୁଇଘଣ୍ଟା ଶୋଇ ରଥଯାତ୍ରା ଲାଇଭ ପାଇଁ ରେଡ଼ି ହୋଇଗଲି । ସବୁ ଠିକଠାକ ହେଲା। ପ୍ରଥମଥର ଲାଗି ବିନା ଭକ୍ତରେ ଓ ଶୂନ୍ୟଶାନ ଭିତରେ ରଥଯାତ୍ରା ଦେଖିଲି । ଅନୁଭୂତି ବି ନୂଅା । କଣ କହିବି ଓ କେମିତି ବର୍ଣ୍ଣନା କରିବି ଜାଣିପାରୁୂନାହିଁ । କରୋନା ସମୟରେ ରଥଯାତ୍ରା ଓ ଖବର ସଂଗ୍ରହ କରିବାର ନିଅାର ଅନୁଭୂିତ ମୋର ସବୁଦିନ ମନେ ରହିବ ।
ଶେଷରେ ଗୋଟେ କଥା କହିବି ଜଗା ଯଦି ଚାହିବ ନାଁ ତା ଯାତ୍ରାରେ ସାମିଲ ହେବାକୁ ଅାପଣଙ୍କୁ କେହି ରୋକିପାରିବେ ନାହିଁ । ଯେଉଁବାଟ ବନ୍ଦ ହୋଇଥିବ ସେ ବାଟ ଅାପେଅାପେ ଖୋଲିଯିବ । ଅାଉ ଶେଷରେ ସମସ୍ତେ କହିବେ କେତେ ଭାଗ୍ୟବାନ ତୁମେ । ହେଲେ ମୁଁ କହିବି ସବୁ କାଳିଅାର ଇଚ୍ଛା ।