ଭୁବନେଶ୍ୱର : ପୁଣି ସମସ୍ତଙ୍କୁ ଚମକାଇଲେ ନବୀନ l ସାର ଦେଶ ପାଇଁ ନବୀନ ଉଦାହରଣ ସାଜିଛନ୍ତି l କରୋନାର ଟିକନିକ ଖବର ଦେଇଥିବା ସାମ୍ବାଦିକଙ୍କ ପାଇଁ ମୁଖ୍ୟମନ୍ତ୍ରୀ କରୋନା ପ୍ୟାକେଜ ଘୋଷଣା କରିଛନ୍ତି । କରୋନାରେ ଆକ୍ରାନ୍ତ ହୋଇ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ମିଳିବ କ୍ଷତିପୂରଣ । ସଂକ୍ରମିତ ସାମ୍ବାଦିକଙ୍କ ପରିବାରକୁ ୧୫ଲକ୍ଷ ଟଙ୍କାର ଅନୁକୂମ୍ପାମୂଳକ ରାଶି ପ୍ରଦାନ କରାଯିବ । ରାଜ୍ୟରେ ସାମ୍ବାଦିକମାନେ କରୋନା ସମୟରେ ନିଜ ଜୀବନକୁ ବାଜି ଲଗାଇ କାମ କରୁଛନ୍ତି l ତେଣୁ ସେମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ କରିଥିବା ସ୍ୱତନ୍ତ୍ର ପ୍ୟାକେଜ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୂଚନା ଓ ଲୋକ ସମ୍ପର୍କ ଉପଦେଷ୍ଟା ମାନସ ମଙ୍ଗରାଜ l କାର୍ଯ୍ୟରତ ସାମ୍ବାଦିକ ଏଥିଲାଗି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି l