କଥାର ସବୁକିଛି ଭଳି ରହିଥାଏ । ପଦେ କଥାରେ ବର୍ଷ ବର୍ଷର ସମ୍ପର୍କ ଭାଙ୍ଗିଯାଏ , ଆଉ ପଦେ କଥାରେ ଅଦୃଶ୍ୟ ସମ୍ପର୍କ ବି ଆପେଆପେ ଯୋଡ଼ି ହୋଇଯାଏ । ପୁରାଣରୁ ଆାଜି ଯାଏ ତାହା ପ୍ରମାଣିତ ହୋଇଛି । ଦ୍ରପଦୀ ଙ୍କ ପଦେ କଥାରେ ମହାଭାରତ ଯୁଦ୍ଧ ହୋଇଥିଲା , ଠିକ ସେହିପରି ପିତାଙ୍କ ପଦେ କଥାରେ ୧୪ ବର୍ଷ ବନବାସ ଯାଇଥିଲେ ରାମଚନ୍ଦ୍ର । ପଦେ କଥାରେ ରହିଥାଏ ବିଶ୍ବାସ, ଭରଷା, ଘୃଣା , ରାଗ ଓ ହସ । କଥା ପଦରେ ବି ଜଣେ ସାରା ବିଶ୍ବ ବିଜେତା ହେବାର ସକ୍ଷମ ହାସଲ କରିପାରେ । ହେଲେ ଆଜିର ସମୟରେ ଏକଥା ପଦେ କିନ୍ତୁ ଅନେକ ଘଟଣା ଓ ଦୁର୍ଘଟଣା ଘଟିବାର ମୁଖ୍ୟ କାରଣ ସାଜିଛି । ମା ର ପଦେ କଥାରେ ସନ୍ତାନ ଜୀବନ ବଦଳିଯାଉଛି ତ ଆଉ କେତେବେଳେ ଏହି ପଦେ କଥା ପାଇଁ ବି ଜୀବନ ଚାଲିଯାଉଛି ।
ପ୍ରତ୍ୟେକ ଦିନ ସ୍ବାମୀ-ସ୍ତ୍ରୀ ମଧ୍ୟରେ ପଦେ ପଦେ କଥା ପାଇଁ ଝଗଡ଼ା ହୁଏ । ତାହା ପୁଣି ୨୪ ଘଣ୍ଟାରେ ୫ରୁ ୧୦ ଥର । ହେଲେ ଏହି ଝଗଡ଼ା କିନ୍ତୁ ଯେଉଁ କଥାକୁ ନେଇ ଆରମ୍ଭ ହୁଏ ତାହା ସମ୍ପର୍କ ଭାଙ୍ଗେନାହିଁ , ବଂର ସମ୍ପର୍କକୁ ଅଧିକ ମଜବୁତ କରେ ପରବର୍ତ୍ତୀ ସମୟରେ । ଆରେ ମନୋଜ ନନ୍ଷ୍ଟ୍ ଗପି ଚାଲିଥାଏ l ସେ କଥାକୁ ନେଇ ସିନା ସେଦିନ ଚା ଖଟିରେ ରାଜୁ କଥା ଆରମ୍ଭ କରିବାରୁ ଏତେ କଥା l ଆଜିକାଲି ପିଲା ଠାରୁ ବୁଢା ଯାଏ କଥା ବାର୍ତ୍ତାରେ କାହାର ବି ସଂଯମତା ନାହିଁ । କି କାଳ ପାତ୍ର , ସମୟ ଦେଖି କିଏ ବି କିଛି କହୁନାହାନ୍ତି । ଯାହାଫଳରେ ସମାଜରେ ଅନେକ ବିଭ୍ରାଟ ଓ ଅଶାନ୍ତି ଘଟୁଛି ଏହି କଥାବାର୍ତ୍ତା ଯୋଗୁଁ । ଟିକେ ଟିକେ କଥାରେ ମଣିଷ ମଣିଷକୁ ମାରିଦେଉଛି, ଆଉ କଥା ପାଇଁ ବର୍ଷବର୍ଷର ସମ୍ପର୍କରେ ତୁଟିଯାଉଛି । ଉଚ୍ଚଶିକ୍ଷିତ , ଜ୍ଞାନି,ଗୁଣି ଯାହା କରିପାରୁନାହାନ୍ତି ମଧୁର କଥା ବଳରେ ଜଣେ ମୂର୍ଖ ଅସମ୍ଭବକୁ ସମ୍ଭବ କରି ଦେଉଛି । ହେଲେ ମନୋଜ ତ ଉଚ୍ଚଶିକ୍ଷିତ , ଜ୍ଞାନି ବି । ତେବେ ସେ କାହିକିଁ ତାହା କରିପାରୁନାହିଁ । କେଉଁଠି ରହୁଛି ଭୂଲ, ସେ ଅଧିକ କଥା କହିବା ତାର ଭୂଲ ନା , କଣ କହୁଛି ଓ କାହାକୁ କହୁଛି ତାହା ସେ ଜାଣିପାରେ ନାହିଁ ମନୋଜ । ଫଳରେ ମନୋଜର ବହୁ ମହତ୍ତ୍ବ କଥା ସବୁବେଳେ ପାଣିଚିଆ ହୋଇଯାଏ । ହେଲେ ଏ କଥାକୁ କେବେ ବୁଝେନାହିଁ ମନୋଜ । ହଠାତ ଦିନେ ମନୋଜ କେଜାଣି କାହିଁକି ମୁନିର ପଦେ କଥାକୁ ନେଇ ଚିନ୍ତିତ ହୋଇପଡ଼ିଲା । ଯେମିତି ମୁନିର ପଦେ କଥା ତା ଜୀବନର ମୋଡ଼ ବଦଳାଇେଦଲା । ମୁନି ଅନେକ କଥା ମନୋକୁ କହିଥିଲା , ସେଦିନ ଅଫିସରେ । ହେଲେ ଶେଷରେ ଗୋଟିଏ କଥା କହିଥିଲା ମନୋଜ ତୋ କଥା କେତେ ମୂଲ୍ୟବାନ ଓ ତୋ କଥା କେତେ ମଧୁର ହୋଇପାରେ , ହୁଏତ ତୁ ତାହା ଜାଣିନାହୁଁ । ହେଲେ ଆଜି ରାଜୁ ଯାହା ବି ହୋଇଛି ତା ପଦେ କଥାରେ ହୋଇଛି । ତୋ କଥା ଆଜି ମୋ ମନରେ ପୁଅଙ୍କ ପ୍ରତି ଥିବା ଘୃଣାଭାବ ଦୂର କରି ଏକ ବିଶ୍ବାସ ଜିଣିଛି । କାରଣ ବିଶ୍ବାସ, ମନ ଧନ , ସମ୍ପତ୍ତି କି ଅନ୍ୟ କୌଣସି ବସ୍ତୁଦ୍ବାରା କିଣାଯାଇ ପାରେ ନାହିଁ, କେବଳ ମଧୁର କଥାରେ ସେ ବିଶ୍ବାସ ଆସିଯାଏ । ଠିକ ଏତିକି ବେଳେ ରାଜୁ ମୁନିକୁ କହିଲା ଆରେ ମନୋଜ କଥାର କଣ ନଥାଏ କହିଲୁ ..